www.samajalive.in
Thursday, December 11, 2025
13.1 C
Bhubaneswar

ବିବାହ ପାଇଁ ସମୁଦ୍ର ଲଙ୍ଘିଲେ ପ୍ରେମିକା

କଲକାତା: ଭାରତରେ ଥିବା ନିଜ ପ୍ରେମିକଙ୍କୁ ବିବାହ କରି ତାଙ୍କ ସହିତ ବାସ କରିବା ଲକ୍ଷ୍ୟରେ ବାଂଲାଦେଶର ଜଣେ ଯୁବତୀ ସମୁଦ୍ର ପହଁରି ଭାରତରେ ପହଞ୍ଚିଥିବା ଜଣାଯାଇଛି। ୨୨ ବର୍ଷ ବୟସ୍କା ବାଂଲାଦେଶ ଯୁବତୀ ନିଜ ଜୀବନକୁ ବାଜି ଲଗାଇ ହିଂସ୍ର ବନ୍ୟଜନ୍ତୁ ରହୁଥିବା ସୁନ୍ଦରବନ ଦେଇ ପ୍ରାୟ ଏକଘଣ୍ଟାରୁ ଅଧିକ ସମୟ ସମୁଦ୍ରରେ ପହଁରି ପହଁରି ଭାରତ ଉପକୂଳରେ ପହଞ୍ଚିଥିଲେ। ତାଙ୍କ ନାମ କ୍ରିଷ୍ଣା ମଣ୍ଡଳ। କ୍ରିଷ୍ଣା ଓ ତାଙ୍କ ପ୍ରେମିକ ଅଭିକ ମଣ୍ଡଳଙ୍କ ସମ୍ପର୍କ ଫେସବୁକ୍‍ରେ ଆରମ୍ଭ ହୋଇଥିଲା ଏବଂ ଦୁହେଁ ପ୍ରେମରେ ପଡ଼ିଯାଇଥିଲେ। କ୍ରିଷ୍ଣାଙ୍କ ନିକଟରେ ପାସପୋର୍ଟ ନଥିବାରୁ ସେ ସମୁଦ୍ର ପହଁରି ପ୍ରେମିକ ଅଭିକଙ୍କ ନିକଟରେ ପହଞ୍ଚିବାକୁ ନିଷ୍ପତ୍ତି ନେଇଥିଲେ।

ଜଣାଯାଇଛି ଯେ କ୍ରିଷ୍ଣା ପ୍ରଥମେ ମହାବଳ ବାଘଙ୍କ ବାସସ୍ଥଳୀ ସୁନ୍ଦରବନରେ ପହଞ୍ଚିଥିଲେ। ପରେ ସେଠାରୁ ସମୁଦ୍ର ଓ ନଦୀ ନାଳ ପହଁରି ଭାରତରେ ପହଞ୍ଚିଥିଲେ। ପରିଶେଷରେ ସେ ନିଜ ପ୍ରେମିକ ଅଭିକଙ୍କୁ ଭେଟିବା ପରେ ତିନିଦିନ ତଳେ କୋଲକାତା କାଳିଘାଟରେ ସେମାନଙ୍କର ବିବାହ ଅନୁଷ୍ଠିତ ହୋଇଛି। ତେବେ ଭାରତ ମଧ୍ୟକୁ ସେ ବେଆଇନ ଭାବରେ ପ୍ରବେଶ କରିଥିବା ଜଣାପଡ଼ିବା ପରେ ପୁଲିସ ତାଙ୍କୁ ସୋମବାର ଗିରଫ କରିଛି। ତାଙ୍କୁ ବାଂଲାଦେଶ ହାଇକମିଶନଙ୍କୁ ହସ୍ତାନ୍ତର କରାଯିବା ସମ୍ଭାବନା ରହିଛି। ଏହା ପୂର୍ବରୁ ଚଳିତ ବର୍ଷ ପ୍ରଥମ ଭାଗରେ ବାଂଲାଦେଶର ଜଣେ ନାବାଳକ ଏମାନ୍‍ ହୋସେନ ଭାରତରୁ ଚକୋଲେଟ କିଣିବାକୁ ସମୁଦ୍ର ପହଁରି ଚାଲିଆସିଥିଲା। କିନ୍ତୁ ସେ ସ୍ଥାନୀୟ ପୋଲିସ ହାତରେ ଧରାପଡ଼ିବା ପରେ ତାକୁ ଅଦାଲତରେ ହାଜର କରାଯାଇଥିଲା। ଅଦାଲତ ତାକୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories