www.samajalive.in
Monday, December 8, 2025
13.1 C
Bhubaneswar

ଡରାଇଲାଣି ମଙ୍କିପକ୍ସ; ହୋଇପାରେ ଗୋଷ୍ଠୀ ସଂକ୍ରମଣ

ନୂଆଦିଲ୍ଲୀ: ଡରାଇଲାଣି ମଙ୍କିପକ୍ସ । ବିଶ୍ୱର ୨୦ଟି ଦେଶରେ ମଙ୍କିପକ୍ସ ଭୂତାଣୁ ଚିହ୍ନଟ ହୋଇଥିବା ବେଳେ ମଙ୍କିପକ୍ସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି । ଡବ୍ଲୁଏଚଓର କହିବା ଅନୁଯାୟୀ ମଙ୍କିପକ୍ସ ଭୂତାଣୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବା ନିହାତି ଜରୁରୀ । ନହେଲେ ଏହା ଗୋଷ୍ଠୀ ସଂକ୍ରମଣ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ବର୍ତ୍ତମାନ ଏହି ଭୂତାଣୁ ୨୦ଟି ଦେଶରେ ବ୍ୟାପିବାରେ ଲାଗିଛି । ମଙ୍କିପକ୍ସରେ ୨ଶହରୁ ଅଧିକ ଲୋକ ଆକ୍ରାନ୍ତ ହେଇସାରିଲେଣି । ତେଣୁ ଆଗକୁ ସତର୍କ ରହିବା ଜରୁରୀ ବୋଲି କହିଛି ଡବ୍ଲୁଏଚଓ । ଏଥି ସହିତ କଣ୍ଟାକ୍ଟ ଟ୍ରେସିଂ, ସଙ୍ଗରୋଧ ବ୍ୟବସ୍ଥା କରାଯିବା ନିହାତି ଆବଶ୍ୟକ ବୋଲି ଡବ୍ଲୁଏଚଓ ସୂଚନା ଦେଇଥିବା ବେଳେ ତାହାସହ ମଙ୍କିପକ୍ସ ଭୂତାଣୁ ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବାକୁ ପରାମର୍ଶ ଦେଇଛି । ଏବେ ୟୁରୋପ ଓ ଆମେରିକାରେ ଏହି ଭୂତାଣୁ ବ୍ୟାପିବାରେ ଲାଗିଛି । ଯାହାଦ୍ୱାରା ବର୍ତ୍ତମାନ ବିଶ୍ୱରେ ଚିନ୍ତାର କାରଣ ପାଲଟିଛି ।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories