www.samajalive.in
Monday, December 8, 2025
13.1 C
Bhubaneswar

ମହିଳାଙ୍କୁ ହତ୍ୟା ; ମେଣ୍ଢାକୁ ତିନି ବର୍ଷ କାରାଦଣ୍ଡ

ନୂଆଦିଲ୍ଲୀ : ମେଣ୍ଢାକୁ ତିନି ବର୍ଷ କାରାଦଣ୍ଡ। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ହତ୍ୟା ହେଉ କିମ୍ବା ଅନ୍ୟ ଅପରାଧିକ ମାମଲାରେ ଅଭିଯୁକ୍ତ କାରାଦଣ୍ଡ ଭୋଗୁ ଥିବା ଦେଖୁଥିବେ। ମାତ୍ର ଏଯାଏଁ ଦଣ୍ଡ କେବଳ ମଣିଷକୁ ମିଳୁଥିବା ଦେଖାଯାଇଥାଏ। ପ୍ରଥମ ଥର ଏପରି ହୋଇଛି ଏକ ଘଟଣାରେ ଅଦାଲତ ଏକ ମେଣ୍ଢାକୁ କାରାଦଣ୍ଡ ଆଦେଶ ଦେଇଛନ୍ତି। ଜଣେ ମହିଳାଙ୍କ ହତ୍ୟାର ଅଭିଯୁକ୍ତ ମେଣ୍ଢାକୁ ତିନି ବର୍ଷ ପାଇଁ କାରାଦଣ୍ଡ ହୋଇଛି। ଏହାସହ ଅଦାଲତ ଅନ୍ୟାନ୍ୟ ସର୍ତ୍ତ ମଧ୍ୟ ରଖିଛନ୍ତି।
ସୂଚନାନୁଯାୟୀ, ଏହି ଘଟଣା ଆଫ୍ରିକୀୟ ଦେଶ ସୁଦାନର। ଏଠାରେ ଏକ ମେଣ୍ଢା ଉପରେ ହତ୍ୟାର ଅଭିଯୋଗ ହୋଇଛି। ଅଦାଲତ ମେଣ୍ଢାକୁ ଅଭିଯୁକ୍ତ ସହ ମେଣ୍ଢା ମାଲିକକୁ ମଧ୍ୟ ଦଣ୍ଡାଦେଶ ଶୁଣାଇଛନ୍ତି।
ସୁଦାନରେ ଏକ ମେଣ୍ଢା ଜଣେ ୪୦ ବର୍ଷୀୟ ମହିଳାଙ୍କ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ମଧ୍ୟ ହୋଇଛି। ମେଣ୍ଢା ଆକ୍ରମଣ କରିବା ପରେ ମହିଳା ଜଣଙ୍କ ଭୂମି ଉପରେ ପଡିଯାଇଥିଲେ। ମହିଳାଙ୍କ ମୃତ୍ୟୁ ହେବା ପର୍ଯ୍ୟନ୍ତ ମେଣ୍ଢାଟି ବାରମ୍ବାର ମହିଳାଙ୍କ ଉପରେ ଆକ୍ରମଣ କରିଥିଲା। ଏହାପରେ ମହିଳାଙ୍କ ସମ୍ପର୍କୀୟ ଅଦାଲତର ଦ୍ୱାରସ୍ଥ ହୋଇଥିଲେ।
ଅଦାଲତ ମେଣ୍ଢାମାଲିକକୁ କାରାଦଣ୍ଡ ଶୁଣାଇନଥିବା ବେଳେ ମୃତ ମହିଳାଙ୍କ ପରିଜନଙ୍କୁ ପାଞ୍ଚଟି ଗାଈ କିଣି ଦେବାକୁ ଆଦେଶ ଦେଇଛନ୍ତି।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories