www.samajalive.in
Saturday, December 13, 2025
14.1 C
Bhubaneswar

ଚୋରା ଚାଲାଣବେଳେ କେନ୍ଦୁପତ୍ର ଜବତ 

ବୌଦ୍ଧ : ବୌଦ୍ଧ ଜିଲାରେ କେନ୍ଦୁପତ୍ର ମାଫିଆ ସକ୍ରିୟ ହୋଇଥିବା ଜଣାପଡିଛି। ଜିଲାରେ ପ୍ରଥମଥର ପାଇଁ ଚୋରା ଚାଲାଣ ହେଉଥିବା ୪୨୪ କିଲୋଗ୍ରାମ କେନ୍ଦୁପତ୍ରକୁ ଜବତ କରିବାରେ ବୌଦ୍ଧ କେନ୍ଦୁପତ୍ର ବିଭାଗ ସଫଳ ହୋଇଛି। ସୂଚନା ମୁତାବକ ବୌଦ୍ଧ ବ୍ଲକ ଅନ୍ତର୍ଗତ ଜଗତୀ ଗ୍ରାମ ନିକଟସ୍ଥ ହରିଜନ ବସ୍ତିରେ ଚୋରାଚାଲାଣ ପାଇଁ ବିପୁଳ ମାତ୍ରାରେ କେନ୍ଦୁପତ୍ର ଗଛିତ ରଖାଯାଇଥିବା ନେଇ ବୌଦ୍ଧ ପୁଲିସ ସୂଚନା ପାଇଥିଲା। ଏ ସଂପର୍କରେ ବୌଦ୍ଧ ଏସପି ଜ୍ଞାନରଞ୍ଜନ ମହାନ୍ତି କେନ୍ଦୁପତ୍ର ଡିଏଫଓ ଅରବିନ୍ଦ ମହାନ୍ତିଙ୍କୁ ସୂଚନା ଦେବାପରେ କେନ୍ଦୁପତ୍ର ବିଭାଗ ଓ ପୁଲିସ ବିଭାଗ ପକ୍ଷରୁ ମିଳିତ ଭାବରେ ସୋମବାର ମଧ୍ୟରାତ୍ରରେ ହରିଜନ ବସ୍ତିରେ ଚଢାଉ କରାଯାଇଥିଲା।
ପୁଲିସ  ଓ କେନ୍ଦୁପତ୍ର ବିଭାଗର ଗାଡିର ଆଲୋକ ଦେଖି ଚୋରା ବ୍ୟବସାୟୀମାନେ ଖସି ଯାଇଥିବାବେଳେ ବସ୍ତିର ମୁଖ୍ୟ ରାସ୍ତା ଉପରେ ଚାଲାଣ ପାଇଁ ଜମା ହୋଇଥିବା କେନ୍ଦୁପତ୍ର ବିଡା ଗୁଡିକୁ ଜବତ କରାଯାଇଥିଲା। କେନ୍ଦୁପତ୍ର ବିଭାଗ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ମୁତାବକ ୧୦୬ ଗୋଟି କେନ୍ଦୁପତ୍ର ବିଡା ଜବତ କରାଯାଇଥିବାବେଳେ ଯାହାର ଓଜନ ପ୍ରାୟ ୪୨୪ କିଲୋଗ୍ରାମରୁ ଉଦ୍ଧ୍ୱର୍ ଓ ସରକାରୀ ମୂଲ୍ୟ ହିସାବରେ ୧ ଲକ୍ଷ ଟଙ୍କାରୁ ଅଧିକ ହେବ। ତେବେ ଏହି କେନ୍ଦୁପତ୍ର ବିଡାଗୁଡିକୁ ଅନୁଧ୍ୟାନ କଲେ ବିଡା ବାନ୍ଧିବା ଶୈଳୀରୁ ଏହା ମହାନଦୀର ଅପରପାଶ୍ୱର୍ରୁ ବୌଦ୍ଧ ପଟକୁ ଅଣାଯାଇ ଚୋରା ଚାଲାଣ ଉଦ୍ୟମ କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପୂର୍ବରୁ ଅନେକଥର ଜିଲାର କେନ୍ଦୁପତ୍ର ଫଡି ଗୁଡିକରେ ନିଆଁ ଲାଗିବା ଓ ଫଡିରୁ କେନ୍ଦୁପତ୍ର ଚୋରୀ ହେବା ଭଳି ଘଟଣା ନଜରକୁ ଆସିଥିବାବେଳେ ପ୍ରଥମଥର ପାଇଁ ଜିଲାରୁ ଏତେ ମାତ୍ରାରେ କେନ୍ଦୁପତ୍ର ଚୋରା ଚାଲାଣବେଳେ ଧରାପଡିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାଯୋଗ୍ୟ ଯେ ରାଜ୍ୟରେ କେନ୍ଦୁପତ୍ର ଉତ୍ପାଦନରେ ବୌଦ୍ଧଜିଲା ଦ୍ୱିତିୟ ସ୍ଥାନରେ ରହିଛି। ଏହି ଚଢାଉରେ ପୁଲିସ  ବିଭାଗ ପକ୍ଷରୁ ଏଏସଆଇ ସନ୍ତୋଷ କୁମାର ସ୍ୱାଇଁ ଓ କେନ୍ଦୁପତ୍ର ବିଭାଗ ପକ୍ଷରୁ ଭାରପ୍ରାପ୍ତ ରେଞ୍ଜର ଜିତେନ୍ଦ୍ର କୁମାର ମିଶ୍ର ନେତୃତ୍ୱ ନେଇଥିଲେ।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା,

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories