www.samajalive.in
Saturday, December 6, 2025
16.1 C
Bhubaneswar

ମଙ୍ଗଳା ଭସାଣୀ ଉତ୍ସବରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ନେମାଳ : ନେମାଳ ଥାନା ଅନ୍ତର୍ଗତ ବନ୍ଧୁପୁର ପପଞ୍ଚାୟତର ସଆଁଳପୁର ଗ୍ରାମରେ ଗତ ରବିବାର ଦିନ ମା’ ମଙ୍ଗଳାଙ୍କ ଭସାଣୀ ଉତ୍ସବ ଚାଲିଥିଲା ବେଳେ ସେହିଗ୍ରାମର ରବିନ୍ଦ୍ରନାଥ ଦାସ ଓ ଗୋକୁଳାନନ୍ଦ ପାତ୍ର ଏହି ଭସାଣୀ ଉତ୍ସବକୁ ବିରୋଧ କରିବା ପରେ ଭସାଣୀ ଶୋଭାଯାତ୍ରାକାରୀ ଓ ରବିନ୍ଦ୍ର ଏବଂ ଗୋକୁଳାନନ୍ଦଙ୍କ ମଧ୍ୟରେ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା। ପରେ ରବିନ୍ଦ୍ରଙ୍କ ପୁଅ ବିରଞ୍ଚି ଓ ସେମାନଙ୍କ କେତେ ସହଯୋଗୀ ଭସାଣୀ ଉତ୍ସବ ନିକଟରେ ପହଞ୍ଚି ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ଗଣ୍ଡଗୋଳ ସୃଷ୍ଟି କରୁଥିଲା ବେଳେ ସ୍ଥାନୀୟ କେତେକ ମୁରବୀ ଶ୍ରେଣୀୟ ବ୍ୟକ୍ତି ଏହି ଘଟଣାର ଆପୋଷ ସମାଧାନ ପାଇଁ ଉଭୟଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ପରେ ସାଆଁଳପୁର ଗ୍ରାମର ୧୦/୧୨ ଜଣ ଯୁବକ ୫ ଟି ମୋଟର ସାଇକେଲ ଯୋଗେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମର ମହିଳାମାନଙ୍କୁ ଗାଳି ଗୁଲଜ କରିଥିଲେ। ଏହି ସମୟରେ ଗ୍ରାମରେ ପୁରୁଷମାନେ ଭସାଣୀ ଶୋଭାଯାତ୍ରାରେ ଯାଇଥିବାରୁ ଏକ ବଡ ଧରଣର ଗଣ୍ଡଗୋଳକୁ ଏଡାଇ ଦିଆଯାଇପାରିଥିଲା। ତେବେ ଏହି ଘଟଣାକୁ ଆପୋଷ ଆଲୋଚନା ପାଇଁ ଉଦ୍ୟମ ଚାଲିଥିଲା ବେଳେ ତାହା ସଫଳ ନ ହେବାରୁ ଉଭୟ ପକ୍ଷରୁ ନେମାଳ ଥାନାରେ ଦୁଇଟି ପୃଥକ୍‍ ପୃଥକ୍‍ ଅଭିଯୋଗ ହେବା ସହିତ ସାଆଁଳପୁର ଗ୍ରାମର କେତକ ମହିଳା ଆଜି ନେମାଳ ଥାନାକୁ ଘେରାଉ କରିବା ସହିତ ଧାରଣାରେ ବସି ପୋଲିସ ବିରୁଦ୍ଧରେ ବିଭିନ୍ନ ନାରାବାଜି ଦେଇଥିଲେ। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ଖବର ଲେଖା ହେଲା ବେଳକୁ ପୁଲିସ କାହାରିକୁ ଗିରଫ କରିନଥିବା ଜଣାପଡିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories