www.samajalive.in
Saturday, December 13, 2025
26.1 C
Bhubaneswar

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ ; ୩ ଗିରଫ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ବୁଲିବା ପାଇଁ ଆସିଥାଆନ୍ତି। ଏଠାରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖାଯାଇଛି। କିଛି ପର୍ଯ୍ୟଟକଙ୍କୁ ସଫାରୀ କର୍ମଚାରୀ ମାଡ ମାରିଛନ୍ତି ବୋଲି ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି। ପର୍ଯ୍ୟଟକଙ୍କୁ କିଛି ସଫାରୀ କର୍ମଚାରୀ ଗୋଡାଇ ଗୋଡାଇ ପିଟୁଥିବାର ଭିଡିଓ କ୍ୟାମେରାରେ କଏଦ ହୋଇଛି। ସଫାରୀ ବସ୍‍ ଟିକେଟକୁ ନେଇ ଏହି ଆକ୍ରମଣ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ସୂଚନାନୁଯାୟୀ, ଛତିଶିଗଡର କିଛି ପର୍ଯ୍ୟଟକ ସଫାରୀ ବସ ଟିକେଟ୍‍ କାଉଣ୍ଟର ନିକଟରେ ଠିଆ ହୋଇଥିଲେ। ସେମାନଙ୍କ ପଛରେ ଥିବା ପର୍ଯ୍ୟଟକଙ୍କୁ ଟିକେଟ ମିିଳିବା ପରେ ସେମାନେ ବସରେ ବସିିଥିଲେ। ଏମାନେ ମଧ୍ୟ ସେହି ସମୟରେ ବସରେ ବସିବା ପାଇଁ ଚଢିଥିଲେ। ମାତ୍ର ବସ କର୍ମଚାରୀମାନେ ବସିବାକୁ ଦେଇନଥିଲେ। ଏହାପରେ ପାଟିତୁଣ୍ଡ ଆରମ୍ଭ ହେବା ସହ ସଫାମରୀ କର୍ମଚାରୀ ମାଡ ମାରିଥିଲେ। ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ କରିବା ସହ  ୩ ଜଣଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories