www.samajalive.in
Saturday, December 13, 2025
26.1 C
Bhubaneswar

ଇଣ୍ଡିଆ ବୁକ୍‍ ଅଫ ରେକର୍ଡ୍ସରେ ସ୍ଥାନ ପାଇଲେ ୩ବର୍ଷର ଶିଶୁକନ୍ୟା

ଆଠଗଡ :  ମାତ୍ର ୩ବର୍ଷରୁ ଶିଶୁକନ୍ୟା ପ୍ରଚଣ୍ଡ ଧୀଶକ୍ତି ଓ ଅସମ୍ଭବ ପ୍ରତିଭା ଯୋଗୁଁ ଇଣ୍ଡିଆ ବୁକ୍‍ ଅଫ ରେକର୍ଡ୍ସରେ ସ୍ଥାନ ପାଇଥିବା ଜଣାପଡିଛି । ଆଠଗଡ ରାଧାଗୋବିନ୍ଦପୁର ଗ୍ରାମରେ ରହୁଥିବା ଅକ୍ଷୟ କୁମାର ପାଳ ଓ ଦିପ୍ତିମୟୀ ପତ୍ରୀଙ୍କ ୨ବର୍ଷ ୮ମାସ ବୟସର ଶିଶୁକନ୍ୟା ଆଦିତ୍ରି ଏପର୍ଯ୍ୟନ୍ତ ବିଦ୍ୟାଳୟ ମାଡି ନାହାଁନ୍ତି । ହେଲେ ଇଂରାଜୀର ସମସ୍ତ ଅକ୍ଷର ସହିତ ସଂଶ୍ଲିଷ୍ଟ ଶବ୍ଦ, ମଣିଷ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ, ସାତ ବାର ଓ ୧୨ମାସର ନାମ, ବିଭିନ୍ନ ଗୃହପାଳିତ ପ୍ରାଣୀଙ୍କ ନାମ, ସଂସ୍କୃତ ଶ୍ଲୋକର ନିର୍ଭୁଲ ଉଚ୍ଚାରଣ, କେତେକ ବେଙ୍ଗଲୀ କବିତା ସହିତ ୬ଟି ପ୍ରାଣୀଙ୍କର ବୋବାଇବାର ଶବ୍ଦ ଆଦି ଉଚ୍ଚାରଣ ଯୋଗୁଁ ତାଙ୍କୁ ଇଣ୍ଡିଆ ବୁକ୍‍ ଅଫ ରେକର୍ଡରେ ସ୍ଥାନ ମିଳିଛି ।

- Advertisement -

ମାତ୍ର ୧ବର୍ଷ ବୟସରୁ ଝିଅର ଏପରି ପ୍ରଖର ସ୍ମରଣଶକ୍ତି ଦେଖି ତାକୁ ଭିଡିଓ କ୍ୟାମେରାରେ ଉତ୍ତୋଳନ କରି ତାଙ୍କ ପିତାମାତା ଇଣ୍ଡିଆ ବୁକ୍‍ ଅଫ ରେକର୍ଡ୍ସରେ ଭାଗନେବା ପାଇଁ ପଠାଇଥିଲେ । ଦେଶର ହଜାର ହଜାର ଶିଶୁଙ୍କ ମଧ୍ୟରେ ଆଦିତ୍ରି ମଧ୍ୟ ଇଣ୍ଡିଆ ବୁକ୍‍ ଅଫ ରେକର୍ଡ୍ସର ପ୍ରତିଯୋଗିତାରେ ଭାଗନେବା ପାଇଁ ମନୋନିତ ହେବା ସଙ୍ଗେ ସଙ୍ଗେ କୃତକାର୍ଯ୍ୟ ହୋଇଥିଲେ । ଇଣ୍ଡିଆ ବୁକ୍‍ ଅଫ ରେକର୍ଡ ପକ୍ଷରୁ ତାଙ୍କ ନାମ ଘୋଷଣା କରାଯିବା ସହିତ ପୁରସ୍କାର ବାବଦ ମାନପତ୍ର ଓ ପଦକ କୋରିଅର ଯୋଗେ ତାଙ୍କ ଘରକୁ ଆସିବା ପରେ ବାପା ମାଆ ଖୁସିରେ ଆତ୍ମହରା ହୋଇପଡିଛନ୍ତି। ଆଗାମୀ ଦିନରେ ଅନ୍ୟାନ୍ୟ ପ୍ରତିଯୋଗିତାରେ କିପରି ଝିଅ ଆଦିତ୍ରି ସଫଳତାର ହାସଲ କରିବେ ସେଥିପାଇଁ ତାଙ୍କୁ ପ୍ରସ୍ତୁତ କରିବେ ବୋଲି ତାଙ୍କ ପିତାମାତା ପ୍ରକାଶ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories