www.samajalive.in
Thursday, December 11, 2025
16.1 C
Bhubaneswar

ସାମ୍ନାକୁ ଆସିଲା ଜୁନିଅର ଏନଟିଆରଙ୍କ ଆଗାମୀ ମେଗା ବଜେଟ୍‌ ଫିଲ୍ମର ମୋଶନ ପୋଷ୍ଟର

ମୁମ୍ବାଇ: ଲୋକପ୍ରିୟ ଅଭିନେତା ଜୁନିଅର ଏନଟିଆର ଶୁକ୍ରବାର ନିଜର ୩୯ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ଆଗାମୀ ଚଳଚ୍ଚିତ୍ରର ଘୋଷଣା ହୋଇଛି। ନିର୍ମାତା ଫିଲ୍ମର ମୋଶନ ପୋଷ୍ଟର ମଧ୍ୟ ରିଲିଜ୍ କରିଛନ୍ତି। ଯାହାକୁ ଦେଖି ଜଣାପଡ଼ୁଛି ଯେ, ଏହା ଏନଟିଆରଙ୍କର ଏକ ଜବରଦସ୍ତ ଆକ୍ସନ ଥ୍ରୀଲର ଭିତ୍ତିକ ଚଳଚ୍ଚିତ୍ର ହେବ। ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଓ ଉତ୍କଣ୍ଠା ବଢିବାରେ ଲାଗିଛି।


ନିର୍ମାତାଙ୍କ ପକ୍ଷରୁ ଅତ୍ୟନ୍ତ ଆକର୍ଷଣୀୟ ଢଙ୍ଗରେ ଜୁନିଅର ଏନଟିଆରଙ୍କ ନୂଆ ଫିଲ୍ମ ବିଷୟରେ ସୂଚନା ଦିଆଯାଇଛି। ଯଦିଓ ଚଳଚ୍ଚିତ୍ରର ନାଁ ସାମ୍ନାକୁ ଆସିନାହିଁ, କିନ୍ତୁ ମୋଶନ ପୋଷ୍ଟରରେ ‘ଏନଟିଆର୩୦’ ଲେଖାହୋଇଛି। କୋରଟାଲା ଶିବାଙ୍କ ଦ୍ବାରା ନିର୍ଦେଶିତ ଏହି ଚଳଚ୍ଚିତ୍ର ସୁଧାକର ମିକ୍କିଲିନେନୀ ଓ ହରି କୃଷ୍ଣକଙ୍କ ପ୍ରଯୋଜନାରେ ନିର୍ମିତ। ଏହା ଏକ ମେଗା ବଜେଟ୍‌ ଚଳଚ୍ଚିତ୍ର। ତେବେ ବର୍ତ୍ତମାନ ସୁଦ୍ଧା ଫିଲ୍ମର ମୁକ୍ତିଲାଭ ତାରିଖ କିମ୍ବା କଳାକାରଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories