www.samajalive.in
Thursday, December 11, 2025
16.1 C
Bhubaneswar

ଜାମ୍ମୁ-ଶ୍ରୀନଗର ରାଜପଥରେ ଭୁଷୁଡ଼ିଲା ନିର୍ମାଣାଧୀନ ଟନେଲ ଅଂଶ, ୮ ନିଖୋଜ

ଡେସ୍କ: ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ରାମବନ୍ ଜିଲ୍ଲାର ନିର୍ମାଣାଧୀନ ଚାରି ଲେନ ବିଶିଷ୍ଟ ଟନେଲର ଏକ ଅଂଶ ଗତ ରାତିରେ ଭୁଷୁଡ଼ି ପଡ଼ିବାରୁ ୧୦ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଛି ବୋଲି ଜାମ୍ମୁ କାଶ୍ମୀର ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ସୂଚନା ଦେଇଛି।

ଏହି ନିର୍ମାଣାଧୀନ ଟନେଲ୍ ଭୁଷୁଡ଼ିବା ପରେ ପ୍ରାୟ ୧୦ ଜଣ ଶ୍ରମିକ ଆବର୍ଜନାରେ ଚାପି ହୋଇଯାଇଥିଲେ। ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେ ସ୍ଥାନରୁ ସମୟ ସମୟରେ ପଥର ଖସୁଥିବାରୁ ରାତି ପ୍ରାୟ ୧୨ଟାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ସମ୍ପୃକ୍ତ ସ୍ଥାନକୁ ଅଧିକ ପ୍ରଶସ୍ତ କରିବା ଲାଗି ପାଠ ଭଙ୍ଗା ଯାଉଛି।

- Advertisement -

ନିଖୋଜ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗର ଯାଦବ ରାୟ (୨୩), ଗୌତମ ରାୟ (୨୨), ସୁଧୀର ରାୟ (୩୧), ଦୀପକ ରାୟ (୩୩), ପରିମଳ ରାୟ (୩୮), ଆସାମର ଶିବ ଚୌହାନ (୨୬), ନେପାଳର ନାବରାଜ ଚୌଧୁରୀ (୨୬) ଏବେ ଜାମ୍ମୁ କାଶ୍ମୀରର ମୁଜାଫର (୩୮) ଏବଂ ଇଶରତ (୩୦) ଅଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories