www.samajalive.in
Saturday, December 13, 2025
26.1 C
Bhubaneswar

ଚିଞ୍ଚେଡରେ ଜଳ ସଙ୍କଟ; କାମରେ ଆସୁନି ଲକ୍ଷାଧିକ ଟଙ୍କାର ପ୍ରକଳ୍ପ

ଗୁଡଭେଲା: ପ୍ରଚଣ୍ଡ ଗ୍ରୀଷ୍ମତାପରେ ପୂର୍ବାହ୍ନ ୧୧ ବାଜିଲେ ଗାଁ ଗହଳି ଓ ରାସ୍ତା ଘାଟରେ ଲୋକଙ୍କୁ ଦେଖିବାକୁ ମିଳୁନାହିଁ । ପ୍ରଚଣ୍ଡ ଖରାରେ ଗ୍ରାମାଞ୍ଚଳ ପରିବେଶ ଖାଁଖାଁ ଲାଗୁଛି । ପୋଖରୀ ଠାରୁ ଆରମ୍ଭ କରି ଯୋର, ଚେକଡ୍ୟାମ, ନଦୀ ନାଳ ମଧ୍ୟ ଖରାରେ ଶୁଖିଲା ହୋଇଯାଇଛି । ଗାଧୋଇବା ତ ଦୂରର କଥା ପିଇବା ଓ ଖାଇବା ପାଇଁ ବୁନ୍ଦାଏ ବି ମିଳିପାରୁନାହିଁ । ପାନୀୟଜଳ ପାଇଁ ଡହଳବିକଳ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ଗୁଡଭେଳା ବ୍ଲକ ଅନ୍ତର୍ଗତ ଚିଞ୍ଚେଡ଼ ଗ୍ରାମବାସୀ । ସରକାରଙ୍କ ତରଫରୁ ସମସ୍ତଙ୍କୁ ପିଇବା ପାଣି ଯୋଗାଇଦେବାକୁ ଲକ୍ଷ୍ୟ ରଖିଛନ୍ତି । ପ୍ରତ୍ୟେକ ଗାଁର ଲୋକେ ଯେପରି ପିଇବା ପାଣି ପାଇପାରିବେ ସେଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସରକାରଙ୍କ ମହତ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ ।
ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମଖିଆଲି ଓ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁ ସରକାରଙ୍କ ଯୋଜନା ଫେଲମାରୁଛି । ବସୁଧା ଯୋଜନାରେ ଚିଞ୍ଚେଡ଼ ଗ୍ରାମବାସୀଙ୍କୁ ଚିଞ୍ଚେଡ଼ ଯୋର ଠାରୁ ଜଳଉତ୍ସ ଚି଼ହ୍ନଟ କରାଯାଇ ଘରକୁ ଘର ପାଣିପାଇପ ସଂଯୋଗ କରାଯାଇ ପାନୀୟଜଳ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି ।
ଗ୍ରୀଷ୍ମଋତୁର ଆରମ୍ଭରେ ଜଳସ୍ତର କମିଯାଇଥିବାରୁ ଚିଞ୍ଚେଡ଼ ପାନୀୟଜଳ ଯୋଗାଣ ପ୍ରକଳ୍ପ ଫେଲମାରିଛି । ପ୍ରତି ତିନିଚାରି ଦିନରେ ଥରେ ଗ୍ରାମକୁ ପାନୀୟଜଳ ଯୋଗାଣ ହେଉଛି । ତାହା ପୁଣି ୧୦ ରୁ ୧୫ ମିନିଟ ମଧ୍ୟରେ ପାଣି ଯୋଗାଣ ଶେଷ ହେଉଛି ବୋଲି ଗ୍ରାମବାସୀଙ୍କ ଅଭିଯୋଗ ହେଉଛି । ପାନୀୟଜଲର ସମସ୍ୟାକୁ ନେଇ ଗ୍ରାମବାସୀ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି । ପାଣିର ସମସ୍ୟାକୁ ଦୃଷ୍ଟିରେ ରଖି ଉକ୍ତ ଜୋରରେ ଏକ ଚେକଡ୍ୟାମ ନିର୍ମାଣ କରାଯାଇଥିଲା ।
ଚେକଡ୍ୟାମ ନିର୍ମାଣ ହେଲାପରେ ଯୋର ଠାରେ ଜଳ ଗଛିତ ହୋଇପାରିଲା । ତେଣୁ ଜଳସ୍ତର ବୃଦ୍ଧିପାଇବାରୁ ଲୋକେ ଗାଧୋଇ ପାରୁଥିବା ବେଳେ ବସୁଧା ଯୋଜନାରୁ ଠିକ ଭାବେ ପାନୀୟଜଳ ପାଇପାରୁଥିଲେ । ଗତ ବର୍ଷର ପ୍ରବଳ ବର୍ଷାରେ ବନ୍ୟା ସ୍ତୁଷ୍ଟିହୋଇଥିଲା । ତେଣୁ ଯୋର ଠାରେ ନିର୍ମାଣ ହୋଇଥିବା ଚେକଡ୍ୟାମ ଭଗ୍ନ ଅବସ୍ଥାରେଥିବାରୁ ପାଣି ଅଟକି ପାରିଲା ନାହିଁ । ତେଣୁ ଚଳିତ ବର୍ଷ ପାନୀୟଜଳ ସମସ୍ୟା ଦେଖିବା ମିଳିଛି । ଏହି ବିଷୟରେ ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ମୁକୁଲିତ ଖାଖାଙ୍କୁ ପଚରାଯିବାରୁ ସ୍ଥାନୀୟ ସରପଞ୍ଚ ସହ କଥା ହୋଇ ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories