www.samajalive.in
Monday, December 8, 2025
24.1 C
Bhubaneswar

ରିଲିଜ୍ ହେଲା ‘ନିକମ୍ମା’ର ଟ୍ରେଲର

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ଅଭିନେତା ଅଭିମନ୍ୟୁ ଦସାନୀ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ନିକମ୍ମା’ର ଟ୍ରେଲର ମଙ୍ଗଳବାର ରିଲିଜ୍‌ ହୋଇଛି। ଟ୍ରେଲରରେ ଲୋକପ୍ରିୟ ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁ ଦସାନୀଙ୍କ ଦମ୍‌ଦାର୍‌ ଅଭିନୟର ଝଲକ୍ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରରେ ନିକମ୍ମା ସାଜି ଅଭିମନ୍ୟୁ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଟ୍ରେଲର ଦେଖି ଲୋକେ ତାଙ୍କୁ ଅଭିନୟକୁ ଖୁବ୍‌ ପ୍ରଶଂସା ମଧ୍ୟ କରିଛନ୍ତି। ସବ୍ବୀର ଖାନ ନିର୍ଦେଶିତ ଏହି ଚଳଚ୍ଚିତ୍ର ଜୁନ୍‌ ୧୭ ତାରିଖରେ ପ୍ରେକ୍ଷାଳୟକୁ ଆସିବ।

ଟ୍ରେଲର ଆରମ୍ଭରେ ନିକମ୍ମା ଭାବେ ଅଭିମନ୍ୟୁଙ୍କ ଚରିତ୍ର ସହ ପରିଚିତ କରାଯାଇଛି। ନିଜ ଜୀବନକୁ ପୁରା ଉପଭୋଗ କରୁଥିବା ଅଭିମନ୍ୟୁଙ୍କର ଗୋଟିଏ ଝିଅ ସହ ଭେଟ ହେଉଛି, ଯାହାଙ୍କୁ ଦେଖି ସେ ନିଜ ହୃଦୟ ହରାଉଛନ୍ତି। ସେତିକିବେଳେ ନିକମ୍ମାଙ୍କ ଜୀବନରେ ସୁପରୱିମେନ ସାଜି ଏଣ୍ଟ୍ରି କରୁଛନ୍ତି ଶିଳ୍ପା ଶେଟ୍ଟୀ। ଯିଏକି ତାଙ୍କୁ ବହୁତ କାମ କରାଉଛନ୍ତି ଓ ସୁଧାରି ଦେଉଛନ୍ତି। ଫିଲ୍ମର ଟ୍ରେଲରକୁ ଦର୍ଶକ ଖୁବ୍‌ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ଏଥିରେ ଶିଳ୍ପା ସମ୍ପୂର୍ଣ୍ଣ ଭିନ୍ନ ଅବତାରରେ ନଜର ଆସିଛନ୍ତି।

- Advertisement -

 

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories