www.samajalive.in
Monday, December 8, 2025
24.1 C
Bhubaneswar

ଦିଲ୍ଲୀ ସୀମାନ୍ତରେ କୃଷକ-ପୁଲିସ ଖଣ୍ଡଯୁଦ୍ଧ

ନୂଆଦିଲ୍ଲୀ: ଭାରତୀୟ କୃଷକ ୟୁନିୟନ ନେତୃତ୍ୱରେ ହଜାରହଜାର ସଂଖ୍ୟାରେ କୃଷକ ଦିଲ୍ଲୀ ଯିବାକୁ ଉଦ୍ୟମ କରୁଛନ୍ତି। କିନ୍ତୁ ପୁଲିସ ପକ୍ଷରୁ ଉତ୍ତରପ୍ରଦେଶ ସୀମା ଗାଜିପୁରଠାରେ ସେମାନଙ୍କୁ ଅଟକାଇ ଦିଆଯାଇଛି। ଅସନ୍ତୁଷ୍ଟ କୃଷକଙ୍କୁ ସେଠାରୁ ହଟାଇବାକୁ ପୁଲିସ ପକ୍ଷରୁ ଲାଠିଚାର୍ଜ କରାଯିବା ସହ ପାଣି ମାଡ଼ କରାଯାଇ ଥିଲା।
ବିଜୁଳି ଶୁଳ୍କ କମ୍‍ କରିବାଠାରୁ ଆରମ୍ଭ କରି ଋଣ ଛାଡ଼ ପ୍ରମୁଖ ଦାବି ନେଇ କୃଷକମାନେ ହରିଦ୍ୱାରରୁ ଦିଲ୍ଲୀ ଅଭିମୁଖେ ଶୋଭାଯାତ୍ରାରେ ବାହାରିଛନ୍ତି। ୨୩ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ସୋମବାର ଦିଲ୍ଲୀ ସୀମାନ୍ତ ଗାଜିଆବାଦଠାରେ ପହଞ୍ଚି ଯାଇଥିଲା। ତେବେ ସେଠାରେ ପୁଲିସ ସେମାନଙ୍କୁ ଅଟକାଇ ଦେଇଥିଲା। ମଙ୍ଗଳବାର ପୂର୍ବାହ୍ନରେ ଯେତେବେଳେ କୃଷକମାନେ ପୁଲିସ ବ୍ୟାରିକେଟ ଭାଙ୍ଗି ଦିଲ୍ଲୀରେ ପ୍ରବେଶ ଉଦ୍ୟମ କଲେ ସେତେବେଳେ ପୁଲିସ ପକ୍ଷରୁ ବଳପ୍ରୟୋଗ କରାଯାଇ ଥିଲା।
ବିପୁଳ ସଂଖ୍ୟାରେ ଠୁଳ ହୋଇଥିବା କୃଷକ ପୁଲିସ ବ୍ୟାରିକେଟକୁ ଟେକି ନେଇ ଫିଙ୍ଗି ଦେଇଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ପକ୍ଷରୁ ଲୁହବୁହା ଗ୍ୟାସ ଓ ପାଣି ମାଡ଼ କରାଯାଇ ଥିଲା। ଏପରିକି ବ୍ୟାରିକେଟ ଭାଙ୍ଗି ଭିତରକୁ ପ୍ରବେଶ କରୁଥିବା କୃଷକଙ୍କ ଉପରେ ପୁଲିସ ଲାଠିଚାର୍ଜ କରିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଅପରପକ୍ଷରେ ଘଟଣାକୁ ନେଇ କୃଷକ ନେତାଙ୍କ ସହ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା ତେବେ ଦିଲ୍ଲୀ ଯିବା ଜିଦରେ ଅଡ଼ି ବସିଥିବାରୁ କୃଷକଙ୍କ ସହ ୟୁପି ସରକାରଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ କୌଣସି ସମାଧାନର ସୂତ୍ର ବାହାରି ନଥିଲା। ଅପରପକ୍ଷରେ ପୁଲିସ ପକ୍ଷରୁ ୟୁପି-ଦିଲ୍ଲୀ ସୀମାକୁ ସିଲ କରାଯିବା ସହ ସମ୍ପୃକ୍ତ ଅଞ୍ଚଳରେ ୧୪୪ଧାରା ଲାଗୁ କରି ଦିଆଯାଇଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories