www.samajalive.in
Wednesday, December 10, 2025
16.1 C
Bhubaneswar

ଲମ୍ବା କେଶ, କଳା ଚଷମା ଓ ହାତରେ ରଡ୍‌ ଧରି ସାମ୍ନାକୁ ଆସିଲେ ସଲମାନ

ମୁମ୍ବାଇ: ସଲମାନ ଖାନ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘କଭି ଇଦ୍‌ କଭି ଦିୱାଲୀ’କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହି ଚଳଚ୍ଚିତ୍ରର କଳାକାରମାନଙ୍କୁ ନେଇ ବିଭିନ୍ନ ପ୍ରକାର କଥା ସାମ୍ନାକୁ ଆସୁଛି। ଇତି ମଧ୍ୟରେ ଫିଲ୍ମରୁ ସଲମାନଙ୍କ ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି। ଲମ୍ବା କେଶ, କଳା ଚଷମା ଓ ହାତରେ ରଡ୍‌ ଧରି ଅଭିନେତା ଆକ୍ରମଣାତ୍ମକ ଲୁକ୍‌ରେ ନଜର ଆସିଛନ୍ତି।

ଏଥିରେ ସଲମାନଙ୍କ ଆକ୍ସନ ଅବତାର ସହ କ୍ରୋଧିତ ଚେହେରା ଦେଖିବାକୁ ମିଳିଛି। ପୋଷ୍ଟର ଶେୟାର କରି ଅଭିନେତା ଲେଖିଛନ୍ତି, ନୂଆ ଚଳଚ୍ଚିତ୍ରର ଶୁଟିଂ ଆରମ୍ଭ। ସଲମାନଙ୍କ ଏହି ଲୁକ୍‌କୁ ପ୍ରଶଂସକମାନେ ଖୁବ୍ ପ୍ରଶଂସା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ସଲମାନ ଭାଇ ନିଆଁ, ତାଙ୍କ ଆଗରେ ସମସ୍ତେ ପାଉଁଶ’। ଅନ୍ୟ ଜଣେ ଲେଖିଛନ୍ତି, ‘ସିଂହ ଆସିଲା ସିଂହ’।

- Advertisement -


ପୂର୍ବରୁ ପୂଜା ହେଗଡ଼େ ମଧ୍ୟ ଫିଲ୍ମରୁ ନିଜ ପ୍ରଥମ ଲୁକ୍‌ ଶେୟାର କରିଥିଲେ। କଳା ସାର୍ଟ, ଖୋଲା କେଶ ଓ ହାତରେ ସଲମାନଙ୍କ ସିଗ୍ନେଚର ବ୍ରେସଲେଟ୍‌ ପିନ୍ଧି ଅଭିନେତ୍ରୀ ଶୁଟିଂ ଆରମ୍ଭ ହୋଇଥିବା ସୂଚନା ଦେଇଥିଲେ। ଏବେ ‘କଭି ଇଦ୍‌ କଭି ଦିୱାଲୀ’ରୁ ଦୁଇ ମୁଖ୍ୟ କଳାକାରଙ୍କ ପ୍ରଥମ ଲୁକ୍‌ ସାମ୍ନାକୁ ଆସିସାରିଛି।


ଫରହାଜ ସାମଜୀଙ୍କ ଦ୍ବାରା ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ଆୟୁଷ ଶର୍ମା ମଧ୍ୟ ଅଭିନୟ କରିଛନ୍ତି। ଏହି ଫିଲ୍ମ ଜରିଆରେ ବିଗ୍‌ ବସ୍‌ରୁ ଲୋକପ୍ରିୟତା ହାସଲ କରିଥିବା ଶହନାଜ ଗିଲ୍‌ ବଲିଉଡ଼ରେ ପାଦ ଥାପିବେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories