www.samajalive.in
Thursday, December 11, 2025
16.1 C
Bhubaneswar

ଧରାପଡ଼ିଲେ ନକଲି ଶିକ୍ଷକ; ଚାକିରିରୁ ହେଲେ ବିଦା

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ଜାଲ୍‌ ଯୁକ୍ତ ଦୁଇ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଜଣେ ଶିକ୍ଷକ ଚାକିରିରୁ ବିଦା ହୋଇଛନ୍ତି ।  ରତନପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରାଜେନ୍ଦ୍ର ଦୀପ ଚାକିରିରୁ ବହିଷ୍କାର ହୋଇଥିବା ଜଣାପଡ଼ିଛି । ଏନେଇ ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀ ଦେବରାଜ ପ୍ରଧାନ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଶିକ୍ଷକ ଜଣକଙ୍କ ଯୁକ୍ତ ଦୁଇ ପ୍ରମାଣପତ୍ର ଜାଲ ବୋଲି ପ୍ରମାଣିତ ହେବା ପରେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ପୂର୍ବରୁ ନକଲି ଓଟିଇଟି ପ୍ରମାଣପତ୍ର ମାମଲାରେ ବ୍ଲକର ୨୨ଜଣ ଗଣଶିକ୍ଷକଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିଲା । ପରେ ବ୍ଲକର ୬୫୫ଜଣ ଶିକ୍ଷକ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ବେଳେ ୪ଜଣ ଶିକ୍ଷକଙ୍କ ପ୍ରମାଣପତ୍ର ନକଲି  ବୋଲି ଜଣାପଡିଥିଲା ।

ସେଥିରୁ ରାଜେନ୍ଦ୍ର ଦୀପଙ୍କ ଜାଲ୍‌ ପ୍ରମାଣପତ୍ର ପ୍ରମାଣିତ ହେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତାହାଛଡ଼ା ଅନ୍ୟ ୩ଜଣ ଶିକ୍ଷକ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଏହାର ପୁନଃ ଯାଞ୍ଚ ପାଇଁ ଆବେଦନକୁ ଦୃଷ୍ଟିରେ ରଖି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସ୍ଥଗିତ ରଖାଯାଇଛି । ଏହି ଘଟଣା ପରେ ଜାଲ ପ୍ରମାଣପତ୍ର ଦେଇ ଚାକିରି ହାତେଇଥିବା ସରକାରୀ କର୍ମଚାରୀଙ୍କ ମହଲରେ ମଧ୍ୟ ଆତଙ୍କ ସୃଷ୍ଟି ହୋଇଛି । ଅନ୍ୟ ବିଭାଗଗୁଡିକରେ ମଧ୍ୟ  ଏଭଳି ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ କରି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବୁଦ୍ଧିଜୀବୀଙ୍କ ମହଲରେ ଦାବି ଉଠୁଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories