www.samajalive.in
Monday, December 8, 2025
27.1 C
Bhubaneswar

ଗୁଣିଗାରେଡ଼ି ସନ୍ଧେହରେ ଅଟକ ରଖିଲେ, ନିର୍ଧୂମ ଛେଚିଲେ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଗଡ଼ହୁମା ଗାଁରେ ଗୁଣିଗାରେଡି ସନ୍ଧେହରେ ଦୁଇଜଣ ବ୍ୟକ୍ତିଙ୍କୁ ବାନ୍ଧି ମାଡ଼ ମାରିବା ସହ ଲହୁଲୁହାଣ କରିଛନ୍ତି ଗ୍ରାମବାସୀ । ଦୁଇ ବ୍ୟକ୍ତିଙ୍କୁ ମାରି ଦାନ୍ତ ଭାଙ୍ଗି ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଗତକାଲି ରାତିରେ ଦେବୀମନ୍ଦିରରେ ଦୁଇଜଣ ତାନ୍ତ୍ରିକ ପୂଜାପାଠ କରୁଥିବା ବେଳେ ଗ୍ରାମବାସୀ ମାନେ ସେମାନଙ୍କୁ ଅଟକ ରଖିଥିଲେ ।  ଆଜି ସକାଳୁ ଏନେଇ ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରିଛି । ସେମାନଙ୍କୁ ଚିକିତ୍ସା ପାଇଁ ଛତ୍ରପୁର ମେଡିକାଲକୁ ପଠାଇଦେଇଛି ପୁଲିସ  । ଉଦ୍ଧାର ହୋଇଥିବା ଦୁଇଜଣ ହେଲେ ସେହି ଗ୍ରାମର କିଶୋର ଦାସ ଓ ମହିଳା ରଞ୍ଜୁ ଦାସ  । ଘଟଣାକୁ ନେଇ ଗାଁରେ ଉତ୍ତେଜନା ଜାରି ରହିଥିବା ବେଳେ ପୁଲିସ ମୁତୟନ ମଧ୍ୟ ରହିଛନ୍ତି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories