www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରତ୍ୟକ୍ଷ ବିକ୍ରୟ କ୍ଷେତ୍ରରେ ଉପଭୋକ୍ତାଙ୍କ ସ୍ୱାର୍ଥକୁ ପ୍ରାଥମିକତା ପ୍ରଦାନ କରାଯିବା ଉଚିତ

ଭୁବନେଶ୍ୱର:ଉପଭୋକ୍ତାଙ୍କ ସ୍ୱାର୍ଥକୁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଥିବା ପରିପ୍ରେକ୍ଷୀରେ ସିଧାସଳଖ ବିକ୍ରୟ ବ୍ୟବସାୟରେ ଉପଭୋକ୍ତାଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ପ୍ରଦାନ କରାଯିବା ଉଚିତ। ପ୍ରତ୍ୟକ୍ଷ ବିକ୍ରେତାଙ୍କ ଉତ୍ପାଦର ଯାଞ୍ଚ ପାଇଁ ଗ୍ରାହକଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯିବା ଆବଶ୍ୟକ ବୋଲି ଖାଦ୍ୟଯୋଗାଣ ଏବଂ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଆଜି ଭୁବନେଶ୍ୱରରେ ଇଣ୍ଡିଆନ୍‌ ଡାଇରେକଫ୍‌ ସେଲିଂ ଆସୋସିଏସନ୍‌ ଦ୍ୱାରା ଆୟୋଜିତ ଓଡିଶା ପ୍ରତ୍ୟକ୍ଷ ବିକ୍ରୟ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ସ୍ୱାଇଁ କହିଛନ୍ତି ଯେ ସିଧାସଳଖ ବିକ୍ରୟ ସଂସ୍ଥା ତଥା ରାଜ୍ୟରେ କାର୍ଯ୍ୟ କରୁଥିବା ପ୍ରତ୍ୟକ୍ଷ ବିକ୍ରେତାଙ୍କ ସମ୍ପର୍କରେ ସେମାନଙ୍କର ଠିକଣା, କର୍ମଚାରୀ ଏବଂ ଉତ୍ପାଦ ବିଷୟରେ ସବିଶେଷ ତଥ୍ୟ ଭାରତୀୟ ପ୍ରତ୍ୟକ୍ଷ ବିକ୍ରୟ ସଂଘ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ ଯଦ୍ବାରା ଅସାଧୁ ଏବଂ ପ୍ରକୃତ ବିକ୍ରେତାଙ୍କ ମଧ୍ୟରେ ପାର୍ଥକ୍ୟ କରିବାକୁ ଉପଭୋକ୍ତା ସକ୍ଷମ ହେବେ। ପ୍ରତ୍ୟକ୍ଷ ବିକ୍ରୟକାରୀ ସଂସ୍ଥା ତଥା ପ୍ରତ୍ୟକ୍ଷ ବିକ୍ରେତାଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ଏବଂ ଗ୍ରାହକଙ୍କ ସ୍ୱାର୍ଥରକ୍ଷା କରିବା ପାଇଁ ନିକଟରେ ଭାରତ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ପ୍ରତ୍ୟକ୍ଷ ବିକ୍ରୟ ନିୟମ ଅନୁଯାୟୀ ରାଜ୍ୟରେ ଏହାର ପ୍ରୟୋଗାତ୍ମକ ପଦ୍ଧତି ପ୍ରଣୟନ ଦିଗରେ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ।
ଗ୍ରାହକମାନେ ଉତ୍ପାଦ ନେଇ ସବୁକିଛି ଯାଞ୍ଚ କରିବା ଉଚିତ ଏବଂ ବିଭ୍ରାନ୍ତିକର ପ୍ରତିଶ୍ରୁତିରୁ ଦୂରେଇ ରହିବା ଉଚିତ। ସିଧାସଳଖ ବିକ୍ରୟ ବ୍ୟବସାୟରେ ଭାରତୀୟ ପ୍ରତ୍ୟକ୍ଷ ବିକ୍ରୟ ସଂଘ ଉତ୍ପାଦର ଗୁଣବତ୍ତା ଏବଂ ନୈତିକ ମାନଦଣ୍ଡ ସୁନିଶ୍ଚିତ କରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଦୋହରାଇଛନ୍ତି। ରାଜ୍ୟରେ କାର୍ଯ୍ୟ କରୁଥିବା ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ ଏବଂ ଗ୍ରାହକ ପରାମର୍ଶ କେନ୍ଦ୍ରଗୁଡ଼ିକ ପ୍ରତ୍ୟକ୍ଷ ବିକ୍ରୟ ବ୍ୟବସାୟ ସମ୍ବନ୍ଧରେ ଗ୍ରାହକଙ୍କ ସଚେତନତା ସୃଷ୍ଟି କରିବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

ସିଧାସଳଖ ବିକ୍ରୟ ଉଦ୍ଦେଶ୍ୟରେ ଯଦି କୌଣସି ସଂସ୍ଥା କିମ୍ବା ବିକ୍ରେତା ପିରାମିଡ୍‌ ସ୍କିମ୍‌ ଗ୍ରହଣ କରନ୍ତି, ତେବେ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଏହିପରି ସଂସ୍ଥା କିମ୍ବା ବିକ୍ରେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। ଗ୍ରାହକମାନେ କୌଣସି ଠକେଇ କିମ୍ବା ବେଆଇନ ବ୍ୟବସାୟିକ କାର୍ଯ୍ୟକଳାପର ଶିକାର ହେବା ଭଳି କାର୍ଯ୍ୟକଳାପ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ଅବଲମ୍ବନ କରୁଛନ୍ତି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।
ଏହି ସମ୍ମିଳନୀକୁ ସମ୍ବୋଧିତ କରି ଓଡିଶା ବିଧାନସଭା ବାଚସ୍ପତି ଡକଫର ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ ଗ୍ରାହକଙ୍କ ସ୍ୱାର୍ଥ ତଥା ପ୍ରତ୍ୟକ୍ଷ ବିକ୍ରୟ ବ୍ୟବସାୟ ମଧ୍ୟରେ ସମତୁଲ ରହିବା ସହ ଉତ୍ପାଦର ଗୁଣବତ୍ତା ନିଶ୍ଚିତ ହେବା ଆବଶ୍ୟକ। ରାଜ୍ୟ ସରକାରଙ୍କ ଖାଉଟି କଲ୍ୟାଣ ଉପଦେଷ୍ଟା ପ୍ରଫେସର ବେଜୋନ ମିଶ୍ର କହିଛନ୍ତି ଯେ ପ୍ରତ୍ୟକ୍ଷ ବିକ୍ରୟ ବ୍ୟବସାୟ ନିଶ୍ଚିତ ଭାବରେ ବୃଦ୍ଧି ପାଇବ, କିନ୍ତୁ ସେହି ସମୟରେ ବ୍ୟବସାୟୀମାନେ ଗ୍ରାହକଙ୍କ ବିଶ୍ୱାସ ଏବଂ ଆତ୍ମବଶ୍ୱାସ ଜିତିବା ଆବଶ୍ୟକ। ଭାରତୀୟ ପ୍ରତ୍ୟକ୍ଷ ବିକ୍ରୟ ସଂଘର ଅଧ୍ୟକ୍ଷ ଶ୍ରୀ ରଜତ ବାନାର୍ଜୀ କହିଛନ୍ତି ଯେ ଓଡ଼ିଶା ପ୍ରତ୍ୟକ୍ଷ ବିକ୍ରୟ ଶିଳ୍ପ ପାଇଁ ଏକ ପ୍ରମୁଖ ବଜାର ହୋଇ ରହିଛି। ରାଜ୍ୟରେ ପ୍ରତ୍ୟକ୍ଷ ବିକ ୟ୍ର ୧୩ ପ୍ରତିଶତରୁ ଅଧିକ ବୃଦ୍ଧି ପାଇବା ସହିତ ୨୦୨୦-୨୧ ଆର୍ଥିକ ବର୍ଷରେ ଓଡିଶା ଦେଶର ପଞ୍ଚମ ବୃହତ୍ତମ ବଜାର ହୋଇପାରିଛି ବୋଲି ସେ ପ୍ରକାଶ କରିଛନ୍ତି। ସଂଘର ଜେନେରାଲ୍‌ ମ୍ୟାନେଜର ଶ୍ରୀ ଚେତନ ଭରଦ୍ୱାଜ କହିଛନ୍ତି ଯେ ଓଡିଶାରେ ପ୍ରତ୍ୟକ୍ଷ ବିକ୍ରୟ ବ୍ୟବସାୟକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ପଦ୍ଧତି ପ୍ରଣୟନ ନିମନ୍ତେ କୌଣସି ପରାମର୍ଶ ଆବଶ୍ୟକ କଲେ ସଂଘ ସହଯୋଗ କରିବାକୁ ସର୍ବଦା ପ୍ରସ୍ତୁତ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories