www.samajalive.in
Saturday, December 6, 2025
19.1 C
Bhubaneswar

ଶ୍ରୀନୃସିଂହନାଥଙ୍କ ଜନ୍ମୋତ୍ସବ ପାଇଁ ନୂଆଶାସନ ଗ୍ରାମ ଉତ୍ସବମୁଖର

ପିପିଲି :ପିପିଲି ନିକଟବର୍ତ୍ତୀ ନୂଆଶାସନ ଗ୍ରାମର ଆରାଧ୍ୟ ଠାକୁର ପ୍ରଭୂ ଶ୍ରୀନୃସିଂହନାଥଙ୍କ ମନ୍ଦିରରେ ପବିତ୍ର ଶ୍ରୀନୃସିଂହ ଚତୁର୍ଦ୍ଦଶୀ ଅବସରରେ ପ୍ରଭୁ ଶ୍ରୀନୃସିଂହନାଥଙ୍କ ଜନ୍ମୋତ୍ସବ ପାଇଁ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି।
ଏହି ଅବସରରେ ପ୍ରଭୁ ଶ୍ରୀନୃସିଂହନାଥଙ୍କ ମନ୍ଦିରରେ ଶନିବାର ପ୍ରତ୍ୟୁଷରୁ ଠାକୁରଙ୍କ ବିଭିନ୍ନ ରିତୀନିତୀ ସହ କେତେକ ସ୍ୱତନ୍ତ୍ର ନିତୀ କରାଯାଇଥିଲା । ସକାଳେ ଠାକୁରଙ୍କ ନିକଟରେ ବଲ୍ଲଭ ଭୋଗ କରାଯାଇଥିବା ବେଳେ ପରେ ଚୁଡାଘଷା ଭୋଗ ଓ ଖେଚୁଡି ଭୋଗ ଆଦି କରାଯାଇଥିଲା । ଅପରାହ୍ନରେ ଠାକୁରଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ବିମାନରେ ପାରମ୍ପରିକ ଶୋଭାଯାତ୍ରାରେ ନିଆଯାଇ ଚନ୍ଦନମଣ୍ଡପରେ ବିଜେ କରାଯିବ। ସେଠାରେ ଠାକୁରଙ୍କୁ ଚନ୍ଦନ ଜଳରେ ସ୍ନାନ କରାଯିବା ପରେ ଠାକୁରଙ୍କ ଆଗରେ ପାରମ୍ପରିକ ଗୋଟିପୁଅ ନୃତ୍ୟ ପରିବେଷଣ କରାଯିବ। ସନ୍ଧ୍ୟାରେ ମନ୍ଦିରରେ ଠାକୁରଙ୍କର କେତେକ ସ୍ୱତନ୍ତ୍ର ଗୁପ୍ତନିତୀ କରାଯିବା ସହ ମାଜଣା ଆଦି କରାଯିବାକୁ ଥିବା ବେଳେ ନୃସିଂହାବତାର ବେଶରେ ଠାକୁର ଭକ୍ତମାନଙ୍କୁ ଦର୍ଶନ ଦେବେ। ଏହି ଦୁର୍ଲଭ ବେଶକୁ ଦର୍ଶନ କରିବା ପାଇଁ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଗ୍ରାମବାସୀଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସନ୍ତାନ ପ୍ରାପ୍ତି ପାଇଁ ପୁରୀ ଜିଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶତାଧିକ ମାନସିକଧାରୀ ମହିଳା ଶ୍ରଦ୍ଧାଳୁ ମାନେ ପୁଷ୍କରଣୀରେ ସ୍ନାନପରେ ନୂତନ ବସ୍ତ୍ର ପରିଧାନ ପୂର୍ବକ ସନ୍ଧ୍ୟାରେ ମନ୍ଦିରରେ ଠାକୁରଙ୍କ ଦର୍ଶନ କରିବା ପରେ ଠାକୁରଙ୍କ ସ୍ନାନ ଜଳକୁ ପାନ କରିବା ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି। ପରେ ରାତି ୧୦ଟାରେ ଠାକୁରଙ୍କୁ ଏକ ସୁସଜ୍ଜିତ ବିମାନରେ ଦକ୍ଷିଣସାହି ପରିକ୍ରମା କରାଯିବାକୁ ଥିବା ବେଳେ ବିଭିନ୍ନ ସ୍ଥାନରେ ଦ୍ୱାରିଭୋଗ ଅର୍ପଣ କରାଯିବ। ଏହି ଅବସରରେ ଠାକୁରଙ୍କ ଶୋଭାଯାତ୍ରାରେ ପାରମ୍ପରିକ ନାଗାନୃତ୍ୟ ପରିବେଷଣ କରାଯିବ। ପ୍ରଭୁ ଶ୍ରୀନୃସିଂହନାଥଙ୍କ ଜନ୍ମଉତ୍ସବ ପାଇଁ ନୂଆଶାସନ ଗ୍ରାମ ଉତ୍ସବମୁଖର ହୋଇ ଉଠିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଲାଗିଥିବା ପରିଲକ୍ଷିତ ହୋଇଛି। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ବିଭିନ୍ନ ସେବାକାର୍ଯ୍ୟ କରାଯାଉଛି। ଦୁଇଦିନ ଧରି ପାଳନ କରାଯାଉଥିବା ଏହି ଉତ୍ସବରେ ଆସନ୍ତା କାଲି ରବିବାର ରାତିରେ ଉତ୍ତରସାହିରେ ଠାକୁରଙ୍କ ଯାତ୍ରା ଅନୁଷ୍ଠିତ ହେବ ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories