www.samajalive.in
Sunday, December 14, 2025
26.1 C
Bhubaneswar

ଆକ୍ରମଣକାରୀଙ୍କୁ ଗିରଫ କରୁନି ସିନ୍ଧେକେଲା ପୁଲିସ, ନ୍ୟାୟ ଭିକ୍ଷା କଲେ ଭୁର୍ଶାଗୁଡା ସରପଞ୍ଚ ପୁଷ୍ପାଞ୍ଜଳି

ବଙ୍ଗୋମୁଣ୍ଡା:ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ତଥା ସିନ୍ଧେକେଲା ଥାନା ଭୁର୍ଶାଗୁଡା ପଞ୍ଚାୟତ ମନରେଗା କାମକୁ ନେଇ ଗାଁରେ ଗଣ୍ଡଗୋଳ ପରେ ସରପଞ୍ଚ ପୁଷ୍ପାଞ୍ଜଳି ଛୁରା ଥାନାର ଦ୍ବାରସ୍ଥ ହୋଇଥିଲେ। ଘଟଣାରେ ଗାଁର କିଛି ଲୋକ ମନରେଗା କାମ କରାଇଦେବୁ ନାହିଁ ବୋଲି ମହିଳା ସରପଞ୍ଚଙ୍କୁ ଆକ୍ରମଣ ସହ ଗାଳି ଗୁଲଜ କରିଥିଲେ । ଗାଁର ଶ୍ରମିକମାନଙ୍କୁ ନେଇ କରୁଥିବା ଏହି ମନରେଗା କାମକୁ ଗାଁ ଲୋକ ବିରୋଧ କରିଥିବା ବେଳେ ଘଟଣା ସ୍ଥଳରେ ପ୍ରଶାସନ ପହଞ୍ଚି ଏହାର ସମାଧାନ କରିବାକୁ ଚେଷ୍ଟା କରିଥିଲେ। ତେବେ ଘଟଣାକୁ ମାସେ ବିତି ଯାଇଛି। ନ୍ୟାୟ ପାଇ ନଥିବାରୁ ଗୁରୁବାର ବଙ୍ଗୋମୁଣ୍ଡା – କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାର କୋଦୋଭଟା ଠାରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସରପଞ୍ଚ ପୁଷ୍ପାଞ୍ଜଳି ଛୁରା ନ୍ୟାୟ ଭିକ୍ଷା କରିଛନ୍ତି। ସିନ୍ଧେକେଲା ଥାନାରେ ଏନେଇ ୧୪ ଜଣଙ୍କ ନାଁରେ ଲିଖିତ ଅଭିଯୋଗ ପରେ ବି ପୁଲିସ ଚୁପ ରହିଥିବା ସେ ଅଭିଯୋଗ କରିଛନ୍ତି।

 

- Advertisement -

ପୁଲିସ ଆକ୍ରମଣକାରୀଙ୍କୁ ସୁରକ୍ଷା ଦେଉଛି। ଗିରଫ ନକରିବା ଯୋଗୁଁ ନିଜକୁ ସରପଞ୍ଚ ଅସୁରକ୍ଷିତ ମନେ କରୁଥିବା କହିଛନ୍ତି। ପ୍ରଶାସନର ନୀରବତା ଯୋଗୁଁ ପଞ୍ଚାୟତର ବିକାଶ ପାଇଁ ସେ ପ୍ରସ୍ତୁତ କରିଥିବା ଯୋଜନା ଅଟକି ଯାଇଥିବା ସରପଞ୍ଚ ପୁଷ୍ପାଞ୍ଜଳି କହିଛନ୍ତି। ତେଣୁ ବନ୍ଦ ଥିବା ମନରେଗା କାର୍ୟ୍ୟ ଆରମ୍ଭ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲା ପ୍ରଶାସନ ଓ ଜିଲା ପୁଲିସ ନିକଟରେ ଦାବି କରିଛନ୍ତି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories