www.samajalive.in
Friday, December 12, 2025
17.1 C
Bhubaneswar

ନିଆଁରେ ପୋଡି ହୋଇ ଶ୍ୱଶୁର ଘରେ ଜ୍ୱାଇଁର ମୃତ୍ୟୁ, ହତ୍ୟା ସନ୍ଦେହ

ଦେବଗଡ଼଼: ନିଆଁରେ ପୋଡି ହୋଇ ଶ୍ୱଶୁର ଘରେ ଘରଜ୍ୱାଇଁର ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରିଆମାଳ ଥାନା କଂସର ଫାଣ୍ଡି ସଡୋ ଗ୍ରାମ ପଂଚାୟତର କନିକାଚିଉଁର ଗ୍ରାମରେ। ମିଳିଥିବା ସୂଚନା ଅନୁଯାୟୀ ଦେବଗଡ଼ ଥାନା ସୁନାମୁଣ୍ଡା ଗ୍ରାମର ସ୍ୱର୍ଗତଃ ଖଗେଶ୍ୱର ନାୟକଙ୍କ ପୁଅ ଜୟରାମ ଓରଫ୍‍ ସୁରୁ ନାୟକ (୪୫) ପ୍ରାୟ ୧୮ ବର୍ଷ ପୂର୍ବେ କଂସର ଫାଣ୍ଡି ଅନ୍ତର୍ଗତ କନିକାଚିଉଁର ଗ୍ରାମର ସ୍ୱାର୍ଗତଃ ଭ୍ରମର ପ୍ରଧାନଙ୍କ ଝିଅ ସୁବାସିନୀଙ୍କୁ ବୈଦୀକ ରୀତିରେ ବିବାହ କରିବା ସହ ସେଠାରେ ଘରଜ୍ୱାଇଁ ଭାବେ ରହୁଥିଲେ। ପରବର୍ତ୍ତୀ ସମୟରେ ଶ୍ୱଶୁର ଘର ନିକଟରେ ଅନ୍ୟ ଏକ ଘର ତିଆରି କରି ସପରିବାର ରହୁଥିଲେ। ଇତି ମଧ୍ୟରେ ତାଙ୍କର ଏବେ ଏକ ୧୩ ବର୍ଷର ଏବଂ ଏକ ୧୦ ବର୍ଷର ପୁଅ ମଧ୍ୟ ରହିଛନ୍ତି।

ତେବେ ସୁରୁ ଜଣେ ନିଶାଖୋର ହୋଇଥିବାରୁ ସ୍ତ୍ରୀଙ୍କ ସହିତ ତାଙ୍କର ନିୟମିତ ବ୍ୟବଧାନରେ କଳିଗୋଳ ହେଉଥିଲା। ଏହି କ୍ରମରେ ଗତକାଲି ରାତ୍ରିରେ ମଧ୍ୟ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା ଓ ପରେ ଉଭୟେ ଭିନ୍ନ ଭିନ୍ନ ସ୍ଥାନରେ ଶୋଇଥିଲେ। ତେବେ ରାତ୍ରି ପ୍ରାୟ ୧ଟା ସମୟରେ ସୁରୁ ହଠାତ ଚିତ୍କାର କରିବାରୁ ତାଙ୍କ ସ୍ତ୍ରୀ ସୁବାସିନୀ ଓ ଜଣେ ପଡ଼ୋଶିନୀ ଧାଇଁଆସି ଦେଖିବା ବେଳକୁ ସୁରୁଙ୍କ ଶରୀରରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଏହି ନିଆଁକୁ ଲିଭାଇବାକୁ ସେମାନେ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ଓ ଘଟଣାସ୍ଥଳରେ ହିଁ ସୁରୁଙ୍କର ମୃତ୍ୟୁ ଘଟିଥିଲା।

- Advertisement -

ଆଜି ସକାଳେ ସୁରୁଙ୍କ ଶଳା ସୁନାମୁଣ୍ଡା ଗ୍ରାମରେ ରହୁଥିବା ସୁରୁଙ୍କ କାକା ଓ ଅନ୍ୟମାନଙ୍କୁ ସୂୂଚନା ଦେବାସହ କଂସର ଫାଣ୍ଡିକୁ ଆସି ଲିଖିତ ଏତଲା ଦେଇଥିଲେ। ଏତଲା ଆଧାରରେ ପୁଲିସ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ସେହିପରି ଘଟଣାସ୍ଥଳରୁ ସୁରୁଙ୍କ ଦଗ୍ଧିଭୁତ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ପରେ ସୁରୁଙ୍କ କାକାଙ୍କୁ ମୃତଦେହ ହସ୍ତାନ୍ତର କରିଛି। ତେବେ ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ, ହତ୍ୟା ନା ଅତ୍ମହତ୍ୟା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ମୃତକ ସରୁଙ୍କ କାକା ଏହା ଏକ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରୁଛନ୍ତି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ଭାବେ ଜଣାପଡ଼ିବ ବୋଲି କଂସର ଫାଣ୍ଡି ଅଧିକାରୀ ସରୋଜ କୁମାର ପାଣି ପ୍ରକାଶ କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories