www.samajalive.in
Saturday, December 13, 2025
26.1 C
Bhubaneswar

ରାଜଧାନୀରେ ପୁଲିସ-ଅପରାଧୀ ମଧ୍ୟରେ ଗୁଳିବିନିମୟ; ଜଣେ ଅପରାଧୀ ଆହତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଲିସ ଓ ଅପରାଧୀ ମୁହାମୁହିଁ ହୋଇଛନ୍ତି । ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ଅପରାଧୀ ଓ ପୁଲିସ ମୁହାଁମୁହିଁ ହୋଇଥିବା ବେଳେ ଏଥିରେ ପୁଲିସ ଗୁଳିରେ ଜଣେ ଅପରାଧୀ ଆହତ ହୋଇଛି । ଆହତ ଅପରାଧୀର ନାଁ ଚକରା ବାରିକ ହୋଇଥିବା ନେଇ ଜଣାପଡ଼ିଛି । ସୂଚନା ଅନୁଯାୟୀ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ନାଁରେ ବହୁ ଅପରାଧୀକ ମାମଲା ରହିଛି । ତାକୁ ପୁଲିସ ଧରବିକୁ ଯାଇଥିବା ବେଳେ ସେ ଓ ତାର ସହଯୋଗୀ ପୁଲିସ ଉପରକୁ ବୋମାମାଡ଼ ଓ ଗୁଳି ଚଳାଇଥିଲେ । ଫଳରେ ଚକରାର ଆକ୍ରମଣରେ ଦୁଇ ପୁଲିସ କର୍ମୀ ଆହତ ହୋଇଥିଲେ । ଘଟଣାସ୍ଥଳରେ ପୁଲିସ ଚକରାକୁ ଜବାବ ଦେବାକୁ ଗୁଳିଚାଳନା କରିଥିଲା ।  ପୁଲିସ ଗୁଳିରେ ଚକରା ଆହତ ହୋଇଥିବା ବେଳେ ତାର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି । ଚକରାକୁ ଚିକିତ୍ସା ପାଇଁ କ୍ୟାପିଟାଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ହେଲେ ପୁଲିସ ଚକରାକୁ ଧରିବାକୁ ଗୁଳିବିନିମୟ କରିବା ବେଳେ ଚକରାର ସହଯୋଗୀ ଖସିଯାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories