www.samajalive.in
Monday, December 8, 2025
27.1 C
Bhubaneswar

ସତ୍ୟସାଇ ସେବା ସମିତି ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

ଆଠଗଡ଼: ଆଠଗଡ଼ ଶ୍ର ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ସତ୍ୟସାଇ ମନ୍ଦିର ପରିସରରେ ଏକ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ସତ୍ୟସାଇ ସେବା ସମିତି ଆବାହକ ସନ୍ତୋଷ କୁମାର ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ରଞ୍ଜନ କୁମାର ରାଜ ସ୍ୱାସ୍ଥ୍ୟ ହିଁ ପ୍ରକୃତ ସଂପଦ ଏବଂ ନିଜ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଇପକା ଲାବୋରାଟୋରୀ ଲିମିଟେଡ କମ୍ପାନୀ ସୌଜନ୍ୟରୁ ଏହି ସ୍ୱାସ୍ଥ୍ୟ ଶିବିରରେ ୪୪ଜଣ ରୋଗୀଙ୍କର ମଧୁମେହ ପରୀକ୍ଷା, ଲିପିଡ ପ୍ରୋଫାଇଲ ଓ ରକ୍ତଚାପ ପରୀକ୍ଷା କରାଯିବା ପରେ ସେମାନଙ୍କୁ ଚିକିତ୍ସା ଲାଗି ଡାକ୍ତର ରାଜ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ। ଏହିପରି ସ୍ୱାସ୍ଥ୍ୟସେବା ଶିବିର ସତ୍ୟସାଇ ସେବା ସମିତି ପକ୍ଷରୁ ନିୟମିତ ଆୟୋଜନ କରାଯିବ ବୋଲି ଆବାହକ ଶ୍ରୀ ରାଉତ ପ୍ରକାଶ କରିଥିଲେ। ସମିତିର ସଦସ୍ୟ ଆଲୋକ ରଞ୍ଜନ ତ୍ରିପାଠୀ, କ୍ଷୀରୋଦାନନ୍ଦ ମିଶ୍ର, ଦାଶରଥୀ ସାହୁ, ନିତ୍ୟାନନ୍ଦ ସାହୁ, ବ୍ରହ୍ମାନନ୍ଦ ଦାସ ଓ ଦେବାଶିଷ ସାମଲ ପ୍ରମୁଖ ଏହି ସ୍ୱାସ୍ଥ୍ୟଶିବିର ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories