www.samajalive.in
Sunday, December 7, 2025
23.1 C
Bhubaneswar

ଗୁରୁଣ୍ଡି ଗୋପାଳ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

ଆଠଗଡ଼: ଆଠଗଡ଼ ବ୍ଲକ ଅନ୍ତର୍ଗତ ସମସରପୁର ଗ୍ରାମରେ ଏକ ପବିତ୍ର ତଥା ଆଧ୍ୟାତ୍ମିକ ବାତାବରଣରେ ଶ୍ରୀ ଶ୍ରୀ ଗୁରୁଣ୍ଡିଗୋପାଳ ଜୀଉଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗ୍ରାମବାସୀଙ୍କ ଅକୁଣ୍ଠ ସହଯୋଗରେ ଚାଲିଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅବସରରେ ମଙ୍ଗଳବାର ଅଙ୍କୁରାରୋପଣ, ମଣ୍ଡଳକରଣ ଓ ଧ୍ୟାନାଧିବାସ ସଂପନ୍ନ ହେବା ପରେ ବୁଧବାର ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ସାପୁଆନଦୀରୁ ଜଳକଳସ ଧାରଣ କରି ଏକ ଶୋଭାଯାତ୍ରାରେ ଆସିବା ପରେ ମନ୍ଦିର ସଂଲଗ୍ନ ଯଜ୍ଞମଣ୍ଡପରେ ଘଟସ୍ଥାପନ କରାଯାଇଥିଲା। ପରେ ପରେ ଦେବତା ଆବାହନ ଓ ଅଗ୍ନିସ୍ଥାପନ ସହିତ ଯଜ୍ଞ ଆରମ୍ଭ ହୋଇଛି। ଆସନ୍ତା ଶୁକ୍ରବାର ନୂତନ ବିଗ୍ରହଙ୍କର ସିଂହାସନ ଆରୋହନ ଓ ପୂର୍ଣ୍ଣାହୁତି ସଂପନ୍ନ ହେବ ବୋଲି ଆୟୋଜକଙ୍କ ସୁତ୍ରରୁ ପ୍ରକାଶ। ଗ୍ରାମର ମୁରବୀ କଣ୍ଡୁରୀ ଚରଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ପରିଚାଳାନାରେ ନିରଞ୍ଜନ ସ୍ୱାଇଁ, ରାଧାମୋହନ ସାହୁ, ପଠାଣୀ ସେନାପତି ଗଣେଶ୍ୱର ବେହେରା, ହରିହର ନାୟକ, ଶ୍ରୀଧର ସାହୁ, ଗନ୍ଧର୍ବ ବେହେରାଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରୁଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories