www.samajalive.in
Monday, December 8, 2025
24.1 C
Bhubaneswar

ସମ୍ଭାବ୍ୟ ବାତ୍ୟା ପୂର୍ବରୁ ପ୍ରବଳ ବର୍ଷା: ଡାଳୁଆ ଧାନ ଚାଷ ପ୍ରଭାବତି, ଚାଷୀ ମୁଣ୍ଡରେ ଚିନ୍ତା

ବାଙ୍କୀ: ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଗତ ଶୁକ୍ର, ଶନି, ସୋମ ଓ ମଙ୍ଗଳବାର ଦିନ ବାଙ୍କୀ ଅଞ୍ଚଳରେ ପ୍ରବଳରୁ ପ୍ରବଳ ବର୍ଷା ହୋଇଯାଇଛି। ଫଳରେ ପନିପରିବା ଚାଷ ସହିତ ପାଚିଲା ଡାଳୁଆଧାନ ପ୍ରଭାବିତ ହୋଇଛି। ଶହଶହ ହେକ୍ଟର ଧାନ ବିଲରେ ପାଣି ଜମି ରହିଛି।

କୃଷି ବିଭାଗର ସୂଚନା ଅନୁଯାୟୀ, ଚଳିତ ବର୍ଷ ବାଙ୍କୀ ବ୍ଲକର ବିଭିନ୍ନ ଗ୍ରାମରେ ୪୦୦ ହେକ୍ଟର ଜମିରେ ଡାଳୁଅଧାନ ଚାଷ କରାଯାଇଥିଲା। ଚୈତ୍ରମାସ ଏବଂ ବୈଶାଖରେ ଧାନ ଅମଳ ହୋଇଥାଏ। ଚଳିିତ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅନିୟମିତ ବର୍ଷା ତଥା ପ୍ରବଳ ବର୍ଷା ପ୍ରଭାବରେ ବହୁ ଅଞ୍ଚଳରେ ଚାଷ କାର୍ଯ୍ୟ ବିଳମ୍ବରେ ହୋଇଥିଲା। ଏବେ ୫୦ଭାଗ ଜମିରେ ଧାନ ପାଚି ଅମଳ ହୋଇଥିବା ବେଳେ ଅଧା ଜମିରେ ଧାନ ପାଚିନାହିଁ। ବର୍ଷାରେ କ୍ଷତି ହେବା ଆଶଙ୍କା ବଢିଛି। ସେହିପରି ଡମପଡ଼ା ବ୍ଲକରେ ବିଲିପଡ଼ା, ଦୁଲଣାପୁର, ତାଳବସ୍ତ, ଗୋବିନ୍ଦପୁର, ଡମପଡ଼ା, ଶିମିଳିପୁର, କୁଶପଙ୍ଗି, ପାଥପୁର, ଭଗିପୁର ଆଦି ଗ୍ରାମପଞ୍ଚାୟରେ ବିଭିନ୍ନ ଗ୍ରାମରେ ୩୫୦୦ ହେକ୍ଟର ଜମିରେ ଡାଳୁଆଧାନ ଚାଷ କରାଯାଇଥିଲା। ବାତ୍ୟାଖବର ଶୁଣି ଅଞ୍ଚଳର ଚାଷୀମାନେ ଧାନକଟା ମେସିନ୍‍ ସହାୟତାରେ ୬୦% ପ୍ରତିଶତ ଜମିରୁ ଧାନ କାଟି ଅମଳ କରିଥିବା ବେଳେ ଅବଶିଷ୍ଟ ୪୦% ପ୍ରତିଶତ ଜମିରେ ଧାନ ବଞ୍ଚା ରହିଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ବର୍ଷାରେ ଏହି କ୍ଷତି ଚାଷୀମାନଙ୍କ ସଙ୍କଟ ପହଞ୍ଚାଇବ ସ୍ଥାନୀୟ ପୁରୁଖା ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏବେ ବିଭିନ୍ନ ଅଞ୍ଚଳର ପ୍ରାୟ ୧୨୦୦ହେକ୍ଟର ଜମିରେ ଡାଳୁଅଧାନ ପାଣିରେ ପଡ଼ି ରହିଛି। ଧାର କରଜ କରି ଚାଷ ଡେରିଥିବା ଚାଷୀ ଏବେ ୪ ଦିନର ପ୍ରବଳ ବର୍ଷାରେ କ୍ଷତି ଆଶଙ୍କାରେ ମୁଣ୍ଡରେ ହାତ ଦେଇ କରଜ ଚିନ୍ତାରେ ପଡ଼ିଛନ୍ତି। ବାତ୍ୟା ଓ ବର୍ଷା ପରବର୍ତ୍ତୀ ପରିସ୍ଥିତିକୁ କୃଷି ଓ ରାଜସ୍ୱ ବିଭାଗ ଅନୁଧ୍ୟାନ କରି କ୍ଷତି ସହାୟତା ସହଯୋଗ କରିବା ପାଇଁ ଅଞ୍ଚଳର ଚାଷୀମାନେ ଅନୁରୋଧ କରିଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories