www.samajalive.in
Saturday, December 6, 2025
26.1 C
Bhubaneswar

ଚନ୍ଦ୍ରପା ସେତୁ ଉଚ୍ଚା ଓ ପ୍ରଶସ୍ତି ହେଉ

ବାଙ୍କୀ: ବାଙ୍କୀ-ବୈଦ୍ୟେଶ୍ୱର-କଳାପଥର ମୁଖ୍ୟ ରାସ୍ତାର ଭେଡ଼ା ରାମଚନ୍ଦ୍ରପୁର ଗ୍ରାମ ନିକଟସ୍ଥ ‘ଚନ୍ଦ୍ରପା ସେତୁ’ ଉଚ୍ଚା ଓ ପ୍ରଶସ୍ତିକରଣ ପାଇଁ ବିଭିନ୍ନ ସମୟରେ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରି ଆସୁଛନ୍ତି। ପଶ୍ଚିମ ବାଙ୍କୀର ଅନୁଆରୀ, ଗୋଳାଗଣ୍ଡ, ବୈଦ୍ୟେଶ୍ୱର, କଳାପଥର, କେନ୍ଦୁପଲ୍ଲୀ, ଜଗନ୍ନାଥପୁର ଗ୍ରାମପଞ୍ଚାୟତ ଅଞ୍ଚଳର ଅଧିବାସୀ ବାଙ୍କୀ ସହର ଓ ସଦର ମହକୁମାର ସହିତ ଯୋଗାଯୋଗର ଏହି ରାସ୍ତା ମୁଖ୍ୟରାସ୍ତା ଭାବରେ କାର୍ଯ୍ୟ କରୁଛି। ସେହିପରି ଏହି ରାସ୍ତା ମଧ୍ୟ କଟକ-ବାଙ୍କୀ-ସୋନପୁରର ପୁରୁଣା ରାସ୍ତା ଭାବରେ ବେସ୍ ଜଣାଶୁଣା। ସଡ଼କ ପଥର ଉନ୍ନତିକରଣ ଓ ଯୋଗାଯୋଗର ଉନ୍ନତି ପାଇଁ ୧୯୮୧ ମସିହା ଅପ୍ରେଲ୍ ୯ ତାରିଖରେ ଚନ୍ଦ୍ରପା ସେତୁ ନିର୍ମାଣ ପାଇଁ ପୂର୍ତ୍ତବିଭାଗ ପକ୍ଷରୁ ଶିଳାନ୍ୟାସ କରାଯାଇ ୧୯୮୩ ମସିହା ଜୁଲାଇ ୧୭ ତାରିଖରେ ଏହି ସେତୁଟି ଲୋକାର୍ପିତ ହୋଇଥିଲା।
ବିଡ଼ମ୍ବନାର ବିଷୟ ଦୀର୍ଘ ୩୯ବର୍ଷ ବିତି ଯାଇଥିଲେ ମଧ୍ୟ ପୁନଶ୍ଚ ସେତୁଟି ପୁନରୁଦ୍ଧାର ଏବଂ ପ୍ରଶସ୍ତି କି ଉଚ୍ଚା କରାଯାଇନାହିଁ। ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ସେତୁ ନିର୍ମାଣ କରାଯାଇଥିଲା। ତାହା ଲୋକଙ୍କ ବିପଦର ବନ୍ଧୁ ହୋଇପାରି ନାହିଁ। ମହାନଦୀ ବନ୍ୟାରେ କୂଳ ଲଙ୍ଘିଲେ ପ୍ରଥମେ ବାଙ୍କୀ-ବୈଦ୍ୟେଶ୍ୱର ରାସ୍ତାର ଏହି ଚନ୍ଦ୍ରପା ସେତୁରେ ବନ୍ୟା ଜଳ ପ୍ରଭାବିତ ହୁଏ ସପ୍ତାହ ସପ୍ତାହଧରି ରାସ୍ତାରେ ପାଣି ଜମି ରହିବାରୁ ବିଭିନ୍ନ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ବିପଦ ଶଙ୍କୁଳ ପରିସ୍ଥିତି ସୃଷ୍ଟି କରିଥାଏ। ଅଞ୍ଚଳବାସୀଙ୍କ ଦାବୀ ଫଳରେ ବାଙ୍କୀ ପୂର୍ତ୍ତ ବିଭାଗ ଏହି ପୋଲଟିକୁ ଉଚ୍ଚା କିମ୍ବା ସାନି ଏକ ନୂତନ ପୋଲ ନିର୍ମାଣ କରିବା ପାଇଁ ଅନୁରୋଧ କରାଯାଇ ଆସୁଛି। ସ୍ଥାନରେ ଲୋକ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ନୂତନ ଚିନ୍ତା ଓ ପ୍ରତିଶ୍ରୁତି ୪୦ବର୍ଷ ଧରିଲାଣି। ସେତୁ ଉପରେ କେବଳ ସିମେଣ୍ଟ ନିର୍ମିତ ୩ଫୁଟର ଖୁଣ୍ଟି କେତୋଟି ସୁରକ୍ଷା ବାଡ଼ ହୋଇଥିଲେ ମଧ୍ୟ ବିପଦପୂର୍ଣ୍ଣ। ଅନେକ ସମୟରେ ଯାତ୍ରୀ ଓ ବାଟୋଇ ଦୁର୍ଘଟଣାର ସାମ୍ନା କରୁଛନ୍ତି। ପୁରୁଣା ସେତୁ ପାଶ୍ୱର୍ରେ ନୂତନ ସେତୁ ନିର୍ମାଣ ସହିତ ରାସ୍ତାକୁ ଉଚ୍ଚା କରିବା ପାଇଁ ସାଧାରଣରେ ଦାବୀ ହେଉଛି। ପୂର୍ତ୍ତବିଭାଗର ବିଭାଗୀୟ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାରୁ ବର୍ତ୍ତମାନ ବାଙ୍କୀଠାରୁ କୁରୁମୁ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁ ରହିଛି। ଏହି ରାସ୍ତାର ପୁରୁଣା ଚନ୍ଦ୍ରପାର ସେତୁର ପୁନଃନିର୍ମାଣ ଉଚ୍ଚା ଓ ପ୍ରଶସ୍ତିକରଣ କରାଯିବା ପାଇଁ ବିଭାଗୀୟ ଉଚ୍ଚ କତ୍ତୃପକ୍ଷଙ୍କୁ ପ୍ରକଳ୍ପ ଅନୁମୋଦନ ନିମନ୍ତେ ପଠାଯାଇଛି। ୧ମାସ ମଧ୍ୟରେ ଇ-ଟେଣ୍ଡର୍ ପ୍ରକ୍ରିୟା କରାଯାଇ ପୁରୁଣା ରାସ୍ତା ଓ ସେତୁଠାରୁ ପ୍ରାୟ ୮/୯ଫୁଟ ଉଚ୍ଚରେ ନୂତନ ପୋଲ ନିର୍ମାଣ କରାଯିବ। ଯଦ୍ୱାରା ଦୀର୍ଘ ଦିନର ଦାବୀ ଓ ସମସ୍ୟା ସମାଧାନ ହୋଇପାରିବ ବୋଲି କହିଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories