www.samajalive.in
Wednesday, December 10, 2025
14.1 C
Bhubaneswar

ସୌର ପ୍ରକଳ୍ପକୁ ଗ୍ରାମବାସୀଙ୍କ ବିରୋଧ

ବଡ଼ମାଲ: ସଇଁତଲା ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ପଞ୍ଚାୟତର ତେଣ୍ଡିପାଳି ଓ ଡୁଙ୍ଗୁରିପାଲି ଗ୍ରାମରେ ଆଦିତ୍ୟ ବିର୍ଲା ନାମକ ଘରୋଇ କମ୍ପାନୀ ୧୨୪ ହେକ୍ଟର ଗୋଚର ଜମିରେ ସୌର ପ୍ରକଳ୍ପ ସ୍ଥାପନ କରିବା ପାଇଁ ଯୋଜନା କରିଛି। ୧୨୪ ହେକ୍ଟର ଗୋଚର ଜମିକୁ କିସମ ବଦଳାଇ ବିନା ଗ୍ରାମ ସଭା ଓ ବିନା ପଲ୍ଲିସଭା ହୋଇ ପ୍ରଶାସନ ଘରୋଇ କମ୍ପାନୀ ହାତକୁ ଟେକିଦେଉଥିବା ନେଇ ଦୁଇ ଗ୍ରାମର ଲୋକେ ପ୍ରକଳ୍ପ ସ୍ଥାପନକୁ ବିରୋଧ କରିଛନ୍ତି। ତେବେ ଗତ ୬ ତାରିଖ ଦିନ ପ୍ରକଳ୍ପ ସ୍ଥାପନ ନେଇ ଜମି ଅଧିଗ୍ରହଣ ପାଇଁ ଟିଟିଲାଗଡ଼ ଅତିରିକ୍ତ ଉପଜିଲ୍ଲାପାଳ ଡା. ଲଳିତ ବାଗ, ସଇଁତଲା ତହସିଲଦାର ସୁରେନ୍ଦ୍ର ମେହେର, ଟିଟିଲାଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ସୁରେନ୍ଦ୍ରନାଥ ଶତପଥୀ ଓ ସଇଁତଲା ଥାନା ଅଧିକାରୀ ଅବନୀ ସାହୁ ପୁଲିସ ଫୋର୍ସ ସହ ଜମି ମାପିବା ପାଇଁ ଯାଇଥିବା ବେଳେ ଗ୍ରାମବାସୀ ଓ ପ୍ରଶାସନ ମୁହାମୁହିଁ ହୋଇଥିଲେ। ଆଦିବାସୀ ବହୁଳ ଏହି ଅଞ୍ଚଳରେ ଲୋକେ ପେଟ ପୋଷିବା ପାଇଁ ଗୋଚର ଜମିରେ ଗାଇଚରାଇବା ସହ କେନ୍ଦୁପତ୍ର, ମହୁଲ ତଥା ବିଭିନ୍ନ ମୂଲ୍ୟବାନ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ପେଟ ପୋଷନ୍ତି। ଏବେ ସେଠାରେ ଘରୋଇ କମ୍ପାନୀ ଓ ପ୍ରଶାସନ ପ୍ରକଳ୍ପ ତିଆରି କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଜୋରସୋର ବିରୋଧ କରିଛନ୍ତି ଉଭୟ ଗ୍ରାମବାସୀ। ପ୍ରଶାସନ ଓ ଗ୍ରାମବାସୀ ମୁହାଁମୁହିଁ ହେବା ପରେ ସ୍ଥାନୀୟ ତହସିଲଦାର ଶ୍ରୀ ମେହେରଙ୍କୁ ଘେରାଉ ମଧ୍ୟ କରିଥିଲେ। ତେଣୁ ବାଧ୍ୟହୋଇ ପ୍ରଶାସନକୁ ପଛଘୁଞ୍ଚା ଦେବାକୁ ପଡିଥିଲା।

ଗ୍ରାମବାସୀଙ୍କ ନାମରେ ଥାନାରେ ମାମଲା:

- Advertisement -

ପ୍ରକଳ୍ପ ସ୍ଥାପନାକୁ ନେଇ ଉଭୟ ପ୍ରଶାସନ ଓ ଆଦିତ୍ୟ ବିର୍ଲା କମ୍ପାନୀ ଦ୍ୱାରା ପ୍ରକ୍ରିୟା ଚାଲିଥିବା ବେଳେ ଗ୍ରାମବାସୀ ମଧ୍ୟ ଏହାକୁ ବିରୋଧ କରିବାରେ ପଛଘୁଞ୍ଚା ଦେଉନାହାନ୍ତି। ଏହିଭଳି ପରିସ୍ଥିତିରେ ଗତ ୩ ତାରିଖ ଦିନ ଅପରାହ୍ନରେ କମ୍ପାନୀ ସୋଲାର ପ୍ଲେଟ ଆଣି ନିକଟସ୍ଥ ଜଳକପଦର ଗ୍ରାମର ମୋହନଲାଳ ଭୋଇଙ୍କ ଜମିରେ ରଖୁଥିଲେ। ଖବର ପାଇ ଗ୍ରାମବାସୀଙ୍କ ମହଲରେ ଉତ୍ତେଜନା ଦେଖାଦେବା ସହ ପ୍ଲେଟ ଫେରାଇ ନେବାପାଇଁ ଅଡି ବସିଥିଲେ। ଜମିର ମାଲିକ ମୋହନଲାଲଙ୍କୁ ମାଡ଼ ମାରିବା, ପ୍ଲେଟକୁ ଭଙ୍ଗାରୁଜା କରିବା, ଜାତିଆଣା ଆକ୍ଷେପ କରିବା ନେଇ ସାଇଁତଲା ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ମୋହନଲାଲଙ୍କ ଅଭିଯୋଗକୁ ଭିତ୍ତିକରି ଟିଟିଲାଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ସୁରେନ୍ଦ୍ରନାଥ ଶତପଥୀ ଅଭିଯୁକ୍ତ ଗ୍ରାମବାସୀଙ୍କୁ ସଇଁତଲା ଥାନାରେ ହାଜିରା ହେବାପାଇଁ ନୋଟିସ ମଧ୍ୟ ଯାରି କରିଥିଲେ।

ଗ୍ରାମବାସୀ ତାଙ୍କ କଥାରେ ଅଟଳ:

ତେଣ୍ଡିପାଳି ଓ ଡୁଙ୍ଗୁରିପାଲିରେ ସୌର ପ୍ରକଳ୍ପ ନିର୍ମାଣ ହେଲେ ଅନେକ ମୂଲ୍ୟବାନ ଗଛ କଟିବା ସହ ଗୋରୁଗାଈ ଚରିବା ପାଇଁ ସ୍ଥାନ ପାଇବେ ନାହିଁ ଓ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ପେଟ ପୋଷୁଥିବା ଲୋକେ ମଧ୍ୟ ନିଜ ପେଟ ପୋଷିବାରେ ଅକ୍ଷମ ହେବେ। ତେବେ ୧୨୪ ହେକ୍ଟର ଗୋଚର ଜମିକୁ ବିନା ଗ୍ରାମସଭା, ବିନା ପଲ୍ଲିସଭା କିମ୍ବା ଗ୍ରାମବାସୀଙ୍କ ଅଜାଣତରେ କାହା ସ୍ୱାର୍ଥରେ ପ୍ରଶାସନ ହେକ୍ଟର ହେକ୍ଟର ଜମି ଏକ ଘରୋଇ କମ୍ପାନୀକୁ ଟେକିଦେଉଛି ତାହା ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଯଦି ପ୍ରଶାସନ ଜୋରଜବରଦସ୍ତ ପ୍ରକଳ୍ପ ନିର୍ମାଣ କରିବ ତେବେ ଅଗାମୀ ଦିନରେ ଆନ୍ଦୋଳନ ବଡ଼ ଜନଆନ୍ଦୋଳନରେ ରୂପାନ୍ତରିତ ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories