www.samajalive.in
Monday, December 8, 2025
24.1 C
Bhubaneswar

ଆଗାମୀ ଜନଗଣନା ହେବ ସମ୍ପୂର୍ଣ୍ଣ ଡିଜିଟାଲ

ଡେସ୍କ: ପରବର୍ତ୍ତୀ ଜନଗଣନା ସଂପୂର୍ଣ୍ଣ ଡିଜିଟାଲ ଉପାୟରେ ହେବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଏହାଦ୍ୱାରା ଶତପ୍ରତିଶତ ସଠିକ ତଥ୍ୟ ମିଳିପାରିବ। ସେ କହିଛନ୍ତି, ଜନ୍ମ ଓ ମୃତ୍ୟୁକୁ ଜନଗଣନାରେ ଅନ୍ତର୍ଭୁକ୍ତ କରାଯିବ। ଶ୍ରୀ ଶାହା କହିଛନ୍ତି ଯେ ଇଲେକ୍‍ଟ୍ରୋନିକ୍‍ ପ୍ରକ୍ରିୟାରେ ଜନଗଣନା କରାଯିବା ସହ ଜନ୍ମ ଓ ମୃତ୍ୟୁକୁ ଅନ୍ତର୍ଭୁକ୍ତ କରିବା ସମୟରେ ସହଜରେ ତଥ୍ୟ ସଂଗ୍ରହ କରାଯାଇପାରିବ।

ଆସାମର କାମରୂପ୍‍ ଜିଲ୍ଲାରେ ଜନଗଣନା ନିର୍ଦ୍ଦେଶାଳୟର ନୂଆ କୋଠାକୁ ଉଦ୍‍ଘାଟନ କରି ଶ୍ରୀ ଶାହା ଏହା କହିଛନ୍ତି। ଡିଜିଟାଲ ଜନଗଣନା ପରବର୍ତ୍ତୀ ୨୫ ବର୍ଷ ପାଇଁ ଦେଶର ନୀତି ନିର୍ଦ୍ଧାରଣକୁ ନୂଆ ରୂପରେଖ ପ୍ରଦାନ କରିବ। ସେ କହିଛନ୍ତି, କରୋନା ସଂକ୍ରମଣ ଯୋଗୁଁ ୨୦୨୧ ଜନଗଣନାରେ ବିଳମ୍ବ ଘଟିଥିଲା ଓ ୨୦୨୪ରେ ଏହା ସମ୍ପୂର୍ଣ୍ଣ ହେବ। ସଠିକ୍‍ ଜନଗଣନା ବିନା କୌଣସି ବିକାଶମୂଳକ କାର୍ଯ୍ୟ ପାଇଁ ଯୋଜନା ଓ ପ୍ରକଳ୍ପ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ସେ କହିଛନ୍ତି, ନୂଆ ସଫ୍ଟଓୟାରକୁ ଜନ୍ମ ଓ ମୃତ୍ୟୁ ସହ ସଂଯୋଗ କରାଯାଇ ତାହାକୁ ବହୁମୁଖୀ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇ ପାରିବ।

- Advertisement -

ଶ୍ରୀ ଶାହା କହିଛନ୍ତି ଯେ ଶିଶୁଟିଏ ଜନ୍ମ ଗ୍ରହଣ କଲେ ସେ ୧୮ ବର୍ଷ ବୟସରେ ପହଞ୍ଚିବା ବେଳେ ସ୍ୱୟଂକୃତ ଭାବେ ତାହାର ସମସ୍ତ ତଥ୍ୟ ଅପଡେଟ୍‍ ହୋଇପାରିବ। ସ୍ୱୟଂକୃତ ଭାବେ ତାହାର ନାମ ଭୋଟର ତାଲିକାରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇଯିବ। ଜଣେ ବ୍ୟକ୍ତି ମୃତ୍ୟୁବରଣ କଲେ ସ୍ୱୟଂକୃତ ଭାବେ ତାଙ୍କର ନାମ ଭୋଟର ତାଲିକାରୁ କଟିଯିବ। ଲୋକମାନେ ସେମାନଙ୍କର ଘର ବଦଳାଇଲେ ତାହା ମଧ୍ୟ ସଫ୍ଟଓୟାରରେ ଅପଡେଟ୍‍ ହୋଇଯିବ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories