www.samajalive.in
Sunday, December 7, 2025
23.1 C
Bhubaneswar

କଳା ରଙ୍ଗର ହଳଦୀ ବିଷୟରେ ଜାଣିଛନ୍ତି କି ?

ହଳଦୀ ପ୍ରତ୍ୟେକ ଘରେ ବ୍ୟବହାର ହେଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ। ପ୍ରତ୍ୟେକ ରୋଷେଇ ଘରେ ଏହାକୁ ବ୍ୟବହାର କରାଯାଇଥାଏ। ଏହା ବିନା ଖାଦ୍ୟ ପ୍ରସ୍ତୁତି କରିବା ସମ୍ଭବପର ହୋଇନଥାଏ। ମାତ୍ର ସାଧାରଣତଃ ଲୋକେ ହଳଦିଆ ରଙ୍ଗର ହଳଦୀ ବିଷୟରେ ଜାଣିଥିବେ। କଳା ରଙ୍ଗର ହଳଦୀ ବିଷୟରେ ଜାଣିଛନ୍ତି କି ? ତେବେ ଜାଣନ୍ତୁ ଏହାର ବ୍ୟବହାର ଓ ଉପକାରୀ ଗୁଣ ବିଷୟରେ ……
କଳା ହଳଦୀ ମୁଖ୍ୟତଃ ଭାରତର ଉତ୍ତର-ପୂର୍ବ ରାଜ୍ୟ ମାନଙ୍କରେ ଚାଷ ହୋଇଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ତ୍ୱଚା ପାଇଁ ମଧ୍ୟ ଏହା ଔଷଧ ଭଳି କାମ କରିଥାଏ। ଜାଣନ୍ତୁ…..
ଅନେକ ସମୟରେ ସାଧାରଣ ଖଣ୍ଡିଆ ହେଉ କିମ୍ବା ତ୍ୱଚା ଜନିତ ସସମ୍ୟା ଦୂର ପାଇଁ ଏହି ହଳଦୀ ବ୍ୟବହାର କରାଯାଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଚର୍ମ ଜନିତ ସମସ୍ୟାକୁ ଦୂର କରିଥାଏ।
ପେଟ ଜନିତ ସମସ୍ୟା ଦୂର ପାଇଁ କଳା ହଳଦୀ ବ୍ୟବହାର କରାଯାଇଥାଏ। ଏହା ହଜମ କ୍ରିୟାକୁ ସୁସ୍ଥ ରଖିବା ସହ ଖାଦ୍ୟକୁ ଭଲ ଭାବେ ହଜମ କରିଥାଏ। ପେଟ ଯନ୍ତ୍ରଣା ହେଉଥିଲେ, ଗ୍ୟାଷ୍ଟ୍ରିକ ଜନିତ ସମ୍ୟା ଦୂର ପାଇଁ ଏହି ହଳଦୀର ବ୍ୟବହାର ଖୁବ ଲାଭଦାୟକ। ଏଥିପାଇଁ କଳାହଳଦୀକୁ ବ୍ୟବହାର କରି ଗୁଣ୍ଡ ପ୍ରସ୍ତୁତ କରି ଏହାକୁ ପାଣି ସହ ମିଶାଇ ପିଅନ୍ତୁ।
କଳା ହଳଦୀ ତ୍ୱଚା ପାଇଁ ମଧ୍ୟ ଉପକାରୀ। ଏହି ହଳଦୀରେ ମହୁ ମିଶାଇ ତ୍ୱଚାରେ ଲଗାନ୍ତୁ। ଏହାଦ୍ୱାରା ଆଖିତଳର କଳାଦାଗ, ବ୍ରଣ କାରଣରୁ ହୋଇଥିବା ଦାଗ ଦୂର ହୋଇ ମୁହଁ ଉଜ୍ଜ୍ୱଳ ହୋଇଥାଏ। ବ୍ରଣ ଜନିତ ସମସ୍ୟା ମଧ୍ୟ ଦୂର କରିଥାଏ।
ବୟସ ବୃଦ୍ଧି ସହ ଆଣ୍ଠୁଗଣ୍ଠି ସମସ୍ୟା ସୃଷ୍ଟି ହୋଇଥାଏ। ଯନ୍ତ୍ରଣା ହୋଇଥାଏ। ଏହି ହଳଦୀରେ ଆଣ୍ଟିଫଙ୍ଗଲ ଓ ଆଣ୍ଟି -ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି। ହଳଦୀକୁ ପେଷି ଏହାର ପେଷ୍ଟକୁ ନିୟମିତ ବ୍ୟବହାର ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories