www.samajalive.in
Sunday, December 14, 2025
23.1 C
Bhubaneswar

ଦେଶରେ ଖସିଲା କରୋନା ଗ୍ରାଫ୍‌; ଆଉ ୧୦ ଜଣଙ୍କ ମୃତ୍ୟୁ  

ନୂଆଦିଲ୍ଲୀ: ଦେଶରେ ଆଜି ଦୈନିକ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇଛି । ଗତ କିଛି ଦିନ ହେବ କରୋନା ଦୈନିକ ସଂକ୍ରମଣ ୩ହଜାର ଉପରେ ରହିଥିବା ବେଳେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାର ୩ଶହ ମଧ୍ୟରେ ସୀମିତ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨, ୨୮୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ କରୋନାରୁ ୩,୦୪୪ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ଆଉ ୧୦ଜଣଙ୍କ ମୃତ୍ୟୁ ହୋଇଛି । ଆଜିରେ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୬୩୭ରେ ପହଞ୍ଚିଛି । ଅନ୍ୟପଟେ ଆଜି ସଂକ୍ରମଣ ହ୍ରାସ ପାଇଥିବାରୁ ଦୈନିକ ପଜିଟିଭିଟି ହାର ମଧ୍ୟ ହ୍ରାସ ପାଇଛି । ବର୍ତ୍ତମାନ ଦୈନିକ ପଜିଟିଭିଟି ହାର ୦.୪୭% ଥିବା ସୂଚନା ରହିଛି । ସେହିପରି ଦେଶରେ ଏଯାଏ ମୋଟ୍‌ ୪,୨୫,୬୩,୯୪୯ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ତାହାସହ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ୍‌ ୫,୨୪,୧୦୩ଜଣଙ୍କ କରୋନାରେ ମୃତ୍ୟୁ ହୋଇସାରିଲାଣି । କରୋନାକୁ ମାତ୍‌ ଦେବାକୁ ବର୍ତ୍ତମାନ ମଧ୍ୟ ଦେଶରେ ଟିକାକରଣ ଜାରି ରହିଛି ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories