www.samajalive.in
Saturday, December 13, 2025
26.1 C
Bhubaneswar

ସମଲେଇ ମନ୍ଦିରରେ ଆରମ୍ଭ ହେଲା ‘ଆଲୋକ ଓ ଧ୍ବନି’ ପ୍ରଦର୍ଶନ

ସମ୍ବଲପୁର: ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇ ମନ୍ଦିରରେ ପୁଣି ଥରେ ଆରମ୍ଭ ହେଲା ‘ଆଲୋକ ଓ ଧ୍ବନି’। କୋଭିଡ କଟକଣା କାରଣରୁ ୧୧ ସେପ୍ଟେମ୍ବର ୨୦୨୧ରେ ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ ପରେ ଏହି ‘ଆଲୋକ ଓ ଧ୍ବନି’ ମହାମାରୀ କୋଭିଡ କାରଣରୁ ବନ୍ଦ ରହିଥିଲା। ସୋମବାର ଠାରୁ ‘ଆଲୋକ ଓ ଧ୍ବନି’ ପ୍ରଦର୍ଶନ ଜନସାଧାରଣଙ୍କ ପାଇଁ ଖୋଲା ଯାଇଛି। ‘ଆଲୋକ ଓ ଧ୍ବନି’ ପ୍ରଦର୍ଶନ ସମୟ ସନ୍ଧ୍ୟା ୭ ଟାରୁ ୭.୪୦ ପର୍ୟ୍ୟନ୍ତ ଅର୍ଥାତ ୪୦ ମିନିଟ ରହିବ। ‘ଆଲୋକ ଓ ଧ୍ବନି’ ପ୍ରଦର୍ଶନକୁ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଦର୍ଶକ ଉପଭୋଗ କରିପାରିବେ। ଟିକଟପରାହ୍ନ ୫ ଟାରୁ ମନ୍ଦିରରେ ଉପଲବ୍ଧ ରହିବ। ସାଧାରଣ ଜନତାଙ୍କ ପାଇଁ ୫୦ଟଙ୍କା ଏବଂ ବରିଷ୍ଠ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଟିକେଟ ମୂଲ୍ୟ ୩୦ ଟଙ୍କା ରହିଛି ଏବଂ ଏକାସାଙ୍ଗରେ ୨୦୦ ଜଣ ଦର୍ଶକ ଉପଭୋଗ କରିପାରିବେ। ଗୋଟିଏ ଦିନ ଗୋଟିଏ ଶୋ’ ରହିବାକୁଥିବାବେଳେ ଦର୍ଶକଙ୍କ ଚାହିଦା ଦେଖି ଦ୍ୱିତୀୟ ଶୋ କରାଯିବ ବୋଲି ଓଟିଡିସି ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ‘ଆଲୋକ ଓ ଧ୍ବନି’ ପ୍ରଦର୍ଶନରେ ଅତିରିକ୍ତ ଜିଲାପାଳ ଉମାକାନ୍ତ ରାଜ, ସଦର ଉପଜିଲାପାଳ ମୟୁର ସୂର୍ୟ୍ୟବଂଶୀ ବିକାଶ, ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories