www.samajalive.in
Monday, December 8, 2025
13.1 C
Bhubaneswar

ଶୁଣିଲାନି ପ୍ରଶାସନ; ନିଜେ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ଚାନ୍ଦିପୁଟ: ମୁଣ୍ଡ ଉପରେ ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପ । ଟାଇଁ ଟାଇଁ ଖରାରେ ସିଝୁଛି ତରୁଲତା । ଚାଲିଚାଲି ଯାଉଥିବା ଲୋକଟି ତୃଷ୍ଣା ମେଷ୍ଟାଇବା ମଧ୍ୟ କଷ୍ଟସାଧ୍ୟ ହୋଇପଡୁଛି । ହେଲେ ଏହି ସମୟରେ ହାତରେ କୋଦଳ ,ଶାବଳ ଓ ଝୁଡି ଧରି ଅସ୍ଥାୟୀ ରାସ୍ତା ନିର୍ମାଣରେ ଲାଗିପଡିଛନ୍ତି ପିଲାଠାରୁ ବୟସ୍କ । ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତରବା ଗ୍ରାମପଞ୍ଚାୟତର ଗୁରୀଗୁଡା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ବସ୍ଥା ଦେଖି ଆପଣ ବେଶ ବୁଝିପାରୁଥିବେ । ସେଥିପାଇଁ ଗ୍ରାମବାସୀ ମାନେ ରାସ୍ତା ତିଆରି କରିବା କାମରେ ଲାଗିପଡ଼ିଛନ୍ତି । ସରକାରଙ୍କ ଯୋଜନା ଆଉ ଜନପ୍ରତିନିଧିଙ୍କ ପ୍ରତିଶ୍ରୁତି ଏଠି ପାଲଟିଛି ପାଣିର ଗାର ।

ଏହିଗ୍ରାମ ମୋହନା ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ୧୨ କିଲୋ ମିଟର ଦୂରରେ ଅବସ୍ଥିତ ଏହି ଗାଁ । ଗାଁରେ ପ୍ରାୟ ୫୦୦ ଆଦିବାସୀ ପରିବାର ବସବାସ କରୁଛନ୍ତି । ଯାହାକି ସେମାନଙ୍କ ମୁଖ୍ୟ ସମସ୍ୟା ରହିଛି ଏହି ରାସ୍ତା । ଗ୍ରାମବାସୀ ପଞ୍ଚାୟତକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ । ଯାହା ଫଳରେ ବର୍ଷ ବର୍ଷ ଧରି ନାନା ସମସ୍ୟା ଦେଇ ଗତିକରିବାକୁ ପଡୁଛି ଗ୍ରାମବାସୀଙ୍କୁ ।

- Advertisement -

ଯଦି କାହାର ସ୍ବାସ୍ଥ୍ୟ ଖରାପ ହୁଏ ତାହେଲେ ଗାଁକୁ ଏମ୍ବୁଲେନ୍ସ ମଧ୍ୟ ଯାଇପରୁନାହିଁ । ଯାହା ଫଳରେ ଅନେକ ସମୟରେ ଖଟିଆ ରୋଗୀ ବୁହା ହେଉଛନ୍ତି । ସରକାର ଯଦି ଏଥି ପ୍ରତି ଦୃଷ୍ଟି ଦିଅନ୍ତେ ଓ ରାସ୍ତା ଖ​ଣ୍ଡେ ନିର୍ମାଣ ପାଇଁ ସହଯୋଗର ହାତ ବଢ଼ାନ୍ତେ ତେବେ ଏମାନେ ଉପକୃତ ହୋଇପାରନ୍ତେ ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories