www.samajalive.in
Monday, December 8, 2025
24.1 C
Bhubaneswar

ଡ୍ରାଇଭର ସହ ୪ ଲୁଟେରା ଗିରଫ, ଲୁଟ ଟଙ୍କା ଉଦ୍ଧାର

ଚୌଦ୍ୱାର: ନିଜେ ଚଳାଉଥିବା ଗାଡ଼ିରୁ ଟଙ୍କା ଲୁଟ କରିଥିବା ଡ୍ରାଇଭର ଓ ତାର ୩ଜଣ ସହଯୋଗୀଙ୍କୁ ଚୌଦ୍ୱାର ପୁଲିସ ଗିରଫ କରିବାରେ ସଫଳ ହୋଇଛି  । ଗିରଫ ଅଭିଯୁକ୍ତମାନେ ହେଲେ ଡ୍ରାଇଭର ଗୁରୁଡ଼ିଝାଟିଆ ଥାନା ବଳିପୁର ଗ୍ରାମର ରବୀନ୍ଦ୍ର ସ୍ୱାଇଁ(୨୨) ଓ ଶଂକର୍ଷଣ ସ୍ୱାଇଁ(୧୯), ନୟାଗଡ଼ ଜିଲ୍ଳା ହରିସୁବୁଦ୍ଧିପାଟଣା ଗ୍ରାମର ଲିଜୁନ୍‌ ନାଏକ (୧୭) ଏବଂ ରାଜୁ ନାୟକ(୧୯)  । ଚୋରି ହୋଇଥିବା ମୋଟ ୪୬ ହଜାର ୨୬୦ ନଗଦ ଟଙ୍କା ଓ ଗୋଟିଏ ହଂକ ବାଇକ୍‌ ସେମାନଙ୍କ ନିକଟରୁ ଜବତ କରାଯାଇଛି  । ଚୌଦ୍ୱାର ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କ କହିବା ଅନୁଯାୟୀ ଜଗତପୁର ସ୍ଥିତ ଏକ ଆଇସ୍‌କ୍ରିମ୍‌ କାରଖାନା ମାଲିକ ତଥା ମାଲଗୋଦାମ ଥାନା କଲେଜ ଛକ ଅଞ୍ଚଳ ବାସିନ୍ଦା ଅଦିଲ କରିମ୍‌ ଗୁରୁବାର ଦିନ ଚୌଦ୍ୱାର ଥାନାରେ ଏନେଇ  ଲିଖିତ ଅଭିଯୋଗ କରିଥିଲେ । ସେ ଗତ ମଙ୍ଗଳବାର ଦିନ ଓଡି ୦୫ ଏଲ୍‌ ୪୦୧୭ ନମ୍ବର ଯୁକ୍ତ ଏକ ଭଡ଼ା ଗାଡ଼ିରେ ଆଇସ୍‌କ୍ରିମ୍‌ ଲୋଡ଼ କରି ପଶ୍ମିମ ଓଡ଼ିଶାରେ ଥିବା ବିଭିନ୍ନ ଦୋକାନରେ ବିକ୍ରି ପାଇଁ ପଠାଇଥିଲେ  ।

ଗାଡ଼ିର ଡ୍ରାଇଭର ରବୀନ୍ଦ୍ର ସହିତ ତାଙ୍କ କାରଖାନାର କର୍ମଚାରୀ କାଶୀନାଥ ରାଉଳ ଗାଡ଼ିନେଇ  ଆଇସ୍‌କ୍ରିମ୍‌ ଯୋଗାଣ ପାଇଁ ଯାଇଥିଲେ  । ହେଲେ ମଙ୍ଗଳବାର ଭୋର ସମୟରେ ଉକ୍ତ ଗାଡ଼ିର ମାଲିକ ବିଚିତ୍ର ସାହୁ ଆଦିଲ କରିମ୍‌ଙ୍କୁ ଫୋନ୍‌ କରି ଜଣାଇଥିଲେ ଯେ କଟକ ଧବଳେଶ୍ୱର ନିକଟ ଏକ ପେଟ୍ରୋଲ ପମ୍ପ ନିକଟରେ ୩ଜଣ ଦୁର୍ବୃତ୍ତ ଗାଡ଼ିକୁ ଅଟକାଇ ଡ୍ରାଇଭର ରବୀନ୍ଦ୍ର ଓ କାଣୀନାଥକୁ ମାଡ଼ମାରି ସେମାନଙ୍କ ଠାରୁ ୪୬ ହଜାର ୨୬୦ଟଙ୍କା ଲୁଟି ନେଇଛନ୍ତି  ।  କରିମ୍‌ଙ୍କ ଠାରୁ ଅଭିଯୋଗ ପାଇ ଚୌଦ୍ୱାର ଥାନା ଏସ୍‌ଆଇ ରଞ୍ଜନ କୁମାର ନାୟକ ସଦଳବଲେ ଘଟଣାସ୍ଥଳରେ ତଦନ୍ତ କରିବା ସହିତ ଡ୍ରାଇଭର ରବୀନ୍ଦ୍ରକୁ ଥାନାକୁ ଆଣି ପଚରାଉଚରା କରିଥିଲା । ପଚରାଉଚରା କରିବା ପରେ ସେ ଓ ତା ଭାଇ ଶଙ୍କର୍ଷଣ ଏହି ଟଙ୍କା ଲୁଟ କରିଥିବା ମାନିଥିଲା  । ଅନ୍ୟ ଦୁଇଜଣ ସେମାନଙ୍କୁ ସହଯୋଗ କରିଥିବା ମଧ୍ୟ ସେ ସ୍ୱୀକାର କରିଥିଲା । ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି  ।

Hot this week

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

Related Articles

Popular Categories