www.samajalive.in
Tuesday, December 9, 2025
17.1 C
Bhubaneswar

ମୃତ୍ୟୁର ୮ଘଣ୍ଟା ପରେ ପୁନଃ ଜୀବିତ ହେଲେ ମହିଳା

ଈଶ୍ବରଙ୍କ ଚମତ୍କାରିତାକୁ ସାଧାରଣ ମନୁଷ୍ୟ ବା କିପରି ବୁଝିପାରିବ? ଗତ ମଙ୍ଗଳବାରର ଘଟଣା। ପଞ୍ଜାବର ଗୁରୁଦାସପୁର ଅଞ୍ଚଳର ୬୬ ବର୍ଷୀୟା ବୀରା ଦେବୀ ଅନେକ ବର୍ଷ ହେବ ମଧୁମେହରେ ଆକ୍ରାନ୍ତ ଥିଲେ। ମଙ୍ଗଳବାର ଭୋରରୁ ତାଙ୍କୁ ଅସ୍ବସ୍ତି ଲାଗିବାରୁ ସେ ନିଜ ବୋହୂକୁ ଏକଥା କହିଲେ। ତୁରନ୍ତ ଚିକିତ୍ସାଳୟ ଯାଇ ବିଭିନ୍ନ ପରୀକ୍ଷା ପରେ ଜଣାପଡ଼ିଥିଲା ରକ୍ତରେ ଶର୍କରା ବଢ଼ିଛି। ଡାକ୍ତରଙ୍କ ପରାମର୍ଶରେ ଔଷଧପତ୍ର ଆଣି ଶାଶୂ-ବୋହୂ ଘରକୁ ଫେରିଲେ। ସନ୍ଧ୍ୟାବେଳକୁ ବୀରା ଦେବୀଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହେଲାରୁ ତାଙ୍କ ବୋହୂ ଏ ପରିସ୍ଥିତି ଦେଖି ନିଜ ସ୍ବାମୀ ଓ ନଣନ୍ଦଙ୍କୁ ତୁରନ୍ତ ଖବର ଦେଲେ। ସମସ୍ତେ ବୀରା ଦେବୀଙ୍କ ପାଖେ ଥାନ୍ତି। ରାତି ୯ଟାବେଳକୁ ବୃଦ୍ଧାଙ୍କ ଶରୀର ପୂରା ନିସ୍ତେଜ ହୋଇପଡ଼ିଲା। ପରିବାରଲୋକେ ଡାକ୍ତରଖାନା ନେଲେ। ଡାକ୍ତର ପରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷିତ କଲେ। ଶବ ସଂସ୍କାରର ସମସ୍ତ କାମ ଚାଲିଥାଏ। କୁଟୁମ୍ବ ଲୋକେ କନ୍ଦାକଟା କରୁଥାନ୍ତି। ସୂର୍ଯ୍ୟ ଉଦୟ ପରେ ଶବଦାହ କରାଯିବ ବୋଲି ପରିବାରଲୋକେ ସ୍ଥିର କରିଥିଲେ। ଏଇ ଘଟଣାର ଠିକ୍ ୮ ଘଣ୍ଟା ପରେ ବୀରା ଦେବୀ କୋକେଇରୁ ଶୋଇବା ସ୍ଥାନରୁ ଉଠି ବସି କହିଲେ, ମୁଁ ସ୍ବର୍ଗରୁ ଫେରିଆସିଲି। କେତେଜଣ ଭୂତ ବୋଲି କହି ଚିତ୍କାର କଲେ, କିନ୍ତୁ ପ୍ରକୃତରେ ବୀରା ଦେବୀ ଜୀବିତ ହୋଇ ବାର୍ତ୍ତାଳାପ କରୁଥିଲେ। ଅନ୍ୟମାନେ ତାଙ୍କୁ ଏଇ ୮ ଘଣ୍ଟାର ଅନୁଭୂତି ମଧ୍ୟ ପଚାରିଲେ। ବୀରା ଦେବୀ କହିଛନ୍ତି, ଏକ ଖୁବ୍ ଆଲୋକିତ ସ୍ଥାନରେ ସେ ନିଜ ବାପାବୋଉଙ୍କ ପାଖେ ବସି କଥା ହେଉଥିଲେ। ତେବେ କିଛି ବାର୍ତ୍ତାଳାପ ପରେ ବାପା କହିଥିଲେ, ତୁ ଜଲ୍‌ଦି ପଳେଇ ଆସିଲୁ। ସମୟ ହୋଇନି, ପରେ ଆସିବୁ। ଏହା ପରେ ସେ ଆଖି ଖୋଲି ନିଜକୁ ପୁନଃ ଜୀବିତ ଭାବେ ଦେଖିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories