www.samajalive.in
Thursday, December 11, 2025
13.1 C
Bhubaneswar

ପରିବା ବିକ୍ରେତାଙ୍କ ଝିଅ ସିଭିଲ୍‌ ଜଜ୍‌ ପରୀକ୍ଷାରେ କୃତକାର୍ଯ୍ୟ

ଇନ୍ଦୋର- ପରିବା ବିକ୍ରେତାଙ୍କ ଝିଅ ହେବେ ସିଭଲ୍‌ ଜଜ୍‌ । ମଧ୍ୟପ୍ରଦେଶର ଇନ୍ଦୋରରେ ଅଙ୍କିତା ନାମକ ଛାତ୍ରୀଙ୍କ ବାପା ପରିବା ବିକ୍ରେତା । ଅଙ୍କିତା ମଧ୍ୟପ୍ରଦେଶ ସିଭିଲ୍‌ ଜଜ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସେ ତାଙ୍କର ଚତୁର୍ଥ ଉଦ୍ୟମରେ ଏଥିରେ ସଫଳ ହୋଇଛନ୍ତି ।

ଇନ୍ଦୋରର ମୁସାଖେଦିରେ ଅଙ୍କିତାଙ୍କ ପିତାଙ୍କର ପରିବା ଦୋକାନ ରହିଛି । ସେ ତିନିଥର ଆଗରୁ ସିଭିଲ୍‌ ଜଜ୍‌ ପରୀକ୍ଷା ଦେଇଥିଲେ । ମାତ୍ର କୃତକାର୍ଯ୍ୟ ହୋଇ ନଥିଲେ । ତଥାପି ସେ ନିଜର ଆତ୍ମବିଶ୍ୱାସ ହାରି ନଥିଲେ । ଚତୁର୍ଥ ଥର ସେ ସଫଳ ହୋଇଥିଲେ। ଏଥିପାଇଁ ସେ ବେଶ୍‌ ଖୁସୀ ଅନୁଭବ କରୁଥିବା କଥା କହିଛନ୍ତି । ସେ ତାଙ୍କ ବାପାଙ୍କୁ ଅନେକ ସମୟରେ ସାହାଯ୍ୟ କରୁଥିବା କଥା କହିଛନ୍ତି ।

- Advertisement -

ସେ ଜୀବନରେ ଡାକ୍ତର ହେବା ପାଇଁ ଇଚ୍ଛା କରିଥିଲେ । ମାତ୍ର ପାଠ ପଢା ପାଇଁ ଅଧିକ ଟଙ୍କ ଖର୍ଚ୍ଚ ହେଉଥିବାରୁ ସେ ସିଭିଲ୍‌ ଜଜ୍‌ ପାଇଁ ପଢା ପଢି ଆରମ୍ଭ କରିଥିଲେ । ଝିଅର ସଫଳତାରେ ବାପା ବେଶ୍‌ ଖୁସୀ । ସେ ତାଙ୍କ ଝିଅମାନଙ୍କୁ ପାଠ ପଢାଇବା ଉଚିତ୍‌ ବୋଲି କହିଛନ୍ତି ଅଙ୍କିତାଙ୍କ ବାପା ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories