www.samajalive.in
Wednesday, December 10, 2025
26.1 C
Bhubaneswar

ଅବ୍ୟବସ୍ଥାରେ ଆବାସିକ ବିଦ୍ୟାଳୟ, ନାହାନ୍ତି ପାର୍ଟ ଟାଇମ ଶିକ୍ଷକ

ଚିକିଟି: ମହିଳା ମାନଙ୍କ ଶିକ୍ଷାର ବିକାଶ ପାଇଁ ଆଧାରୁ ପାଠ ଛାଡ଼ିଥିବା ଅନୁସୂଚିତ ଜାତି, ଜନଜାତି, ଓବିସି ଓ ଏସବିସି ପାରିବାରରେ ଆଧାରୁ ପାଠ ଛାଡ଼ିଥିବା ଓ ଛାଡୁଥିବା ଝିଅ ମାନଙ୍କ ପାଇଁ ପ୍ରତିଷ୍ଠା ହୋଇଥିବା କେଜିବିଭି ଅବାସିକ ବିଦ୍ୟାଳୟ ଏବେ ଅବ୍ୟବସ୍ଥା ଘେରରେ। ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ର ପୁର ଠାରେ ଅଛି ଏହି ବିଦ୍ୟାଳୟ। ଏଠାରେ ଷଷ୍ଠରୁ ଦଶମ ଯାଏଁ ଦେଢ ଶହ ଛାତ୍ରୀ ରହି ଅଧ୍ୟୟନ କରୁଛନ୍ତି। ଏମାନଙ୍କ ସୁବିଧା ଅସୁବିଧା ବୁଝିବାକୁ ଜଣେ ୱାର୍ଡନ ଓ ଜଣେ ପିଅନ ନିଯୁକ୍ତି ହୋଇଛନ୍ତି।

ଅଭିଭାବକମାନଙ୍କ ଅଭିଯୋଗ ପ୍ରକାରେ ଏଠାରେ ନିଯୁକ୍ତି ପାଇଥିବା ପିଅନ ଜଣେ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ। ସେ ଚାଲିବା ପାଇଁ ମଧ୍ୟ ଅକ୍ଷମ। ନିଜ ପାଇଁ ନିଜେ ଖାଦ୍ୟ ଆଣିବା ତାଙ୍କ ପାଇଁ ଅସମ୍ଭବ। ପିଅନ ଜଣକ ଛାତ୍ରୀ ନିବାସର ପିଲାଙ୍କ ପାଇଁ କାମ କରିବା ପରିବର୍ତ୍ତେ ପିଲାମାନେ ପିଅନର ସମସ୍ତ ପ୍ରକାର ସେବା କରୁଛନ୍ତି। ନଭେମ୍ବର ମାସରୁ ବିନା ଛୁଟିରେ ପିଅନ ଗାଏବ ଥିବା ଜଣାପଡିଛି। ଦୀର୍ଘ ଛ ମାସ ଧରି ହଷ୍ଟେଲ କେମିତି ଚାଲୁଥିବା ତାହା ସହଜରେ ଅନୁମେୟ। ଏନେଇ ଅଭିଭାବକମାନେ ଏକ ଲିଖିତ ଅଭିଯୋଗ ଏନେଇ ଉଚ୍ଚ କର୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। କେବଳ କାରଣ ଦର୍ଶାଅ ନୋଟିସରେ ସୀମିତ ଅଛି।

- Advertisement -

ଏନେଇ ସମ୍ପୃକ୍ତ ପ୍ରଧାନ ଶିକ୍ଷୟତ୍ରୀ ପ୍ରମିତା ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଆଜକୁ ଦୀର୍ଘ ଛ ମାସ ହେଲା ପିଅନ ହଷ୍ଟେଲକୁ ଆସିନାହାନ୍ତି, ସେ ଚାଲିବା ପାଇଁ ଅକ୍ଷମ ଓ ଦିବ୍ୟାଙ୍ଗ ଅଟନ୍ତି। ଏନେଇ ମୁଁ ଜିଲାସ୍ତରୀୟ ଅଧିକାରୀଙ୍କୁ ବାରମ୍ବାର ଚିଠି କରିଛି କିନ୍ତୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଅପର ପକ୍ଷେ ପିଲାଙ୍କୁ ପଢ଼ିବା ପାଇଁ ପାର୍ଟ ଟାଇମ ଶିକ୍ଷକ ନିଯୁକ୍ତି ହୋଇନାହାନ୍ତି, ଯାହା ଫଳରେ ଟ୍ୟୁସନ ହୋଇପାରୁନି ଓ ପାଠ ପଢ଼ା ବ୍ୟାହତ ହେଉଛ ବୋଲି ସେ କହଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories