www.samajalive.in
Thursday, December 11, 2025
26.1 C
Bhubaneswar

ଅବକାରୀ ବିଭାଗର ଚଢାଉ ; ନକଲି ବିଦେଶୀ ମଦ ଜବତ , ୭ ଗିରଫ

ସମ୍ବଲପୁର : ସମ୍ବଲପୁର ଅବକାରୀ ବିଭାଗ ଦ୍ବାରା ବ୍ୟାପକ ପରିମାଣର ନକଲି ବିଦେଶୀ ମଦ ଷ୍ଟିକର, ଠିପି ଜବତ କରାଯାଇ ସମ୍ପୃକ୍ତ ଘଟଣାରେ ୭ଜଣକୁ ଗିରଫ କରାଯାଇଛି । ଗତକାଲି ବିଶେଷ ସୁତ୍ରରୁ ଖବର ପାଇଁ ଅବକାରୀ ବିଭାଗର ଅଧିକ୍ଷକ ଡମ୍ୱରୁଧର ଖଣ୍ଡଙ୍କ ନିର୍ଦେଶରେ ସମ୍ବଲପୁର ସଦର ଶାଖା ତରଫରୁ ସହରର ଦେଉଳ ବନ୍ଧ ଠାରେ ଏକ ସ୍ଥାନରେ ଚଢାଉ କରାଯାଇ ନକଲି ମଦକୁ ସିଲ କରିବା ପାଇଁ ବ୍ୟବହୃତ ବିପୁଳ ମାତ୍ରାର ଷ୍ଟିକର ଓ ଠିପି ଜବତ କରାଯାଇଥିଲା ।
ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କୁ ଜେରା କରିବା ପରେ ସମ୍ବଲପୁର ଅବକାରୀ ବିଭାଗ ଓ ଅବକାରୀ ଗୁଇନ୍ଦା ବିଭାଗ ତରଫରୁ ଝାରସୁଗୁଡା, ସମ୍ବଲପୁର ଓ ବରଗଡରେ ଜିଲ୍ଲାରେ ଚଢାଉ କରାଯାଇ ୮୭୭୧୫ ଠିପି, ୮୬୨୩୩ ଇଏଲ୍ ବା ଷ୍ଟିକର, ୩୮ ଲିଟର ନକଲି ବିଦେଶୀ ମଦ ଜବତ କରାଯାଇଛି । ଏହି ଘଟଣାରେ ୭ ଜଣକୁ ଗିରଫ କରାଯାଇଛି । ଏହି ନକଲି ମଦ କଲିକତାରୁ ଆସୁଥିବା ବେଳେ ନକଲି ମଦ ତିଆରିରେ ବ୍ୟବହୃତ ସମସ୍ତ ସାମଗ୍ରୀ ସହ ଏଠାରେ ନକଲି ମଦକୁ ପ୍ରସ୍ତୁତ କରାଯାଉଥିଲା । ଏହି ନକଲି ମଦକୁ ପ୍ରସ୍ତୁତ କରାଯାଇ ମୁଖ୍ୟତଃ ଗ୍ରାମାଞ୍ଚଳରେ ବେନିୟମ ଭାବରେ ବିକ୍ରି କରାଯାଉଥିବା ସୁଚନା ଦେଇଛି ଅବକାରୀ ବିଭାଗ । ତେବେ ଅବକାରୀ ବିଭାଗ ଏନେଇ ବିଶେଷ ସୁତ୍ରରୁ ଖବର ପାଇଁ ଏହି ବ୍ୟାପକ ପରିମାଣର ନକଲି ମଦକୁ ଜବତ କରିବା ସହ ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସମସ୍ତ ଅଭିଯୁକ୍ତ ମାନଙ୍କୁ ଆଜି ଅଦାଲତକୁ ଚାଲାଣ କରାଯାଇଛି।

Hot this week

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

Related Articles

Popular Categories