www.samajalive.in
Saturday, December 13, 2025
26.1 C
Bhubaneswar

‘ସେବା’ ସଙ୍ଗଠନ ପକ୍ଷରୁ ଭିନ୍ନକ୍ଷମ ଓ ଅସହାୟଙ୍କୁ ଅଙ୍ଗବସ୍ତ୍ର ବଣ୍ଟନ

ରେଙ୍ଗାଲି:ରେଙ୍ଗାଲି ବ୍ଳକର ଲଇଡାରେ ବିଶ୍ବ ଶ୍ରମିକ ଦିବସ ଉପଲକ୍ଷେ ସମ୍ବଲପୁରର ‘ସେବା’ ସଙ୍ଗଠନ ପକ୍ଷରୁ ଅସହାୟ ଏବଂ ଭିନ୍ନକ୍ଷମମାନଙ୍କୁ ଶାଢ଼ୀ, ଗାମୁଛା, ଧୋତି ବଣ୍ଟନ କରାଯାଇଥିଲା। ଏହି ଅବସରରେ ସେବା ସଗଠନର ସଭାପତି ଦୀପକ ପାଣ୍ଡେଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ରେଙ୍ଗାଲି ଜିଲା ପରିଷଦ ଜୋନ ୨ ସଭ୍ୟ ଦେ. ନାର।ୟଣ ତିୱ।ରୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସେବା ସଙ୍ଗଠନର ସମ୍ପାଦିକା ସଲୀଳା ପଣ୍ଡା, କୁଟୁରୁଆଚୁଆଁ କନିଷ୍ଠ ମହାବିଦ୍ୟାଳୟର ଅଧକ୍ଷ ନିଳାଞ୍ଚଳ ତିୱ।ରୀ, ଲଇଡ଼ା ମହାବିଦ୍ୟାଳୟର ଅଧ୍ୟ।ପକ ବିଶ୍ୱନାଥ ପଟେଲ, ଲଇଡ଼ା ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ କୁମୁଦ ପୃଷ୍ଟି, ବରିଷ୍ଠ ସଞ୍ଚ।ର ବାଦକ ପୂର୍ଣ୍ଣ ଚନ୍ଦ୍ର ପଟେଲ, ୱାର୍ଡ ସଭ୍ୟ ଓ ସେବା ସଗଠନର କର୍ମକର୍ତ୍ତା ମଞ୍ଚାସୀନ ଥିଲେ। ସମାଜ ଓ ଦେଶ ଗଠନରେ ଶ୍ରମିକମାନଙ୍କର ଭୂମିକା ଅତୁଳନୀୟ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସେବା ସଂଗଠନର ସଭାପତି ଦୀପକ ପାଣ୍ଡେ, ସଲୀଳା ପଣ୍ଡା, ନିଳାଞ୍ଚଳ ତିୱାରି ପ୍ରମୁଖ ଭିନ୍ନକ୍ଷମ ବୃଦ୍ଧ, ବୃଦ୍ଧା ଅସହାୟଙ୍କୁ ଶାଢ଼ୀ, ଧୋତି, ଗାମୁଛା ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଜନସାଧାରଣ ଯୋଗ ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories