www.samajalive.in
Friday, December 12, 2025
27.1 C
Bhubaneswar

ଟ୍ରାନ୍ସଫରମର ଲାଗି ଯୁବକଙ୍କ ମୃତ୍ୟୁ

ନର୍ଲା: ନର୍ଲା ବ୍ଲକ୍ ଅଧିନସ୍ଥ ବଡଧାରପୁର ଗ୍ରାମ ପଞ୍ଚାୟତର ସାପଦୁହୁନି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗାଁ ମଝିରେ ରହିଥିବା ବିଦ୍ୟୁତ୍‌ ଟ୍ରାନ୍ସଫରମରରେ ଜଣେ ଯୁବକଙ୍କ ମୃତଦେହ ଲାଗି ରହିଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଗତକାଲି (ରବିବାର) ଅପରାହ୍ନ ୪ଟା ବେଳେ କାଳ ବୈଶାଖୀ ପ୍ରଭାବରେ ଝଡତୋଫାନ ହୋଇଥିଲା । ପରେ ଲାଇନ କଟିଯାଇଥିଲା । ଟ୍ରାନ୍ସଫମରୁ ଫିୟୁଜ କଟିଯାଇଥିବା ଜାଣି ଗ୍ରାମର ଯୁବକ ଲମ୍ବୋଦର ଦୋରା(୨୫) ଟ୍ରାନ୍ସଫର୍ମର ଉପରକୁ ଚଢି ଫିୟୁଜ ତାର ବାନ୍ଧୁଥିଲେ । ସେତେବେଳେ ହଠାତ୍ ଲାଇନ ଆସିଯିବାରୁ ବିଦ୍ୟୁତ୍ ଆଘାତରେ ଟ୍ରାନ୍ସଫରମରରେ ଲାଗି ମୃତ୍ୟୁବରଣ ହୋଇଥିବା ଜଣାପଡିଛି । ଗ୍ରାମବାସୀ ମାନେ ଏହି ଅଭାବନୀୟ ଘଟଣା ଘଟିବା ପରେ ନର୍ଲା ପୋଲିସକୁ ବାରମ୍ବାର ଫୋନ କରୁଥିଲେ ମଧ୍ୟ ପୋଲିସ ପହଞ୍ଚି ନଥିଲେ । ଶେଷରେ ରାତି ୧୧.୩୦ରେ ନର୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଯୁବକ ଲମ୍ବୋଦର ଦୋରାଙ୍କ ମୃତଦେହକୁ ଟ୍ରାନ୍ସଫର୍ମରରୁ ଓହ୍ଲାଇଥିଲା । ଆଜି ସକାଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡ଼ିଛି ।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories