www.samajalive.in
Saturday, December 13, 2025
26.1 C
Bhubaneswar

ଅଧିକାରୀଙ୍କ ଅସୁସ୍ଥତା ପାଇଁ ବନ୍ଦ ରହିଲା କାର୍ଯ୍ୟାଳୟ

ବଲାଙ୍ଗିର/ପାଟଣାଗଡ:  କରୋନା ମହାମାରୀ ସମାଜର ପ୍ରତିଟି କ୍ଷେତ୍ରକୁ ପ୍ରଭାବିତ କରିଛି । ଗଲା ୨ ବର୍ଷ ମଧ୍ୟରେ ବହୁ ଯୁବକ, ଯୁବତୀ ଚାକିରି ହରାଇଛନ୍ତି । ବର୍ତ୍ତମାନ ରାଜ୍ୟ ସରକାର ପୁଲିସ ବିଭାଗରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ର ପାଇଁ ନିଯୁକ୍ତି ବିଜ୍ଞାପନ ବାହାର କରିଛନ୍ତି । ଶତାଧିକ ଆଶାୟୀ ଚାକିରି ଖଣ୍ଡେ ପାଇବା ପାଇଁ ଦିନ ରାତି ଏକ କରିଦେଉଛନ୍ତି । ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିବା ସହ ଆବଶ୍ୟକୀୟ କାଗଜପତ୍ର ଯୋଗାଡରେ ଲାଗିଛନ୍ତି । କିନ୍ତୁ ସରକାରୀ ଅବହେଳା ଯୋଗୁଁ ପାଟଣାଗଡ ଉପଖଣ୍ଡର ଶତାଧିକ ଯୁବକ ଯୁବତୀ ଚାକିରି ପାଇବାରୁ ବଞ୍ଚିତ ହେବାର ଆଶଙ୍କା ଦେଖା ଦେଇଛି ।

ସୂଚନା ଅନୁସାରେ, ପୁଲିସ ଚାକିରି ଓ ଅନ୍ୟାନ୍ୟ ଚାକିରି ପାଇଁ ଆବେଦନ ଲାଗି ଗୁରୁବାର ଶେଷ ଦିନ । ବୁଧବାର ଶତାଧିକ ଆଶାୟୀ ପାଟଣାଗଡ ଉପ ନିୟୋଜନ କାର୍ଯ୍ୟାଳୟ ସମ୍ମୁଖରେ ଭିଡ ଜମାଇଥିଲେ । କିନ୍ତୁ ଉପ ନିୟୋଜନ କାର୍ଯ୍ୟାଳୟ ବୋର୍ଡରେ ଏକ ସାଧା କାଗଜରେ କିଛି ଲେଖା ହୋଇଥିବା ଦେଖିବାକୁ ମିଳିଥିଲା । ଏହି କାଗଜରେ ‘ଅଧିକାରୀଙ୍କ ଦେହ ଭଲ ନାହିଁ, ୨୭ ଏପ୍ରିଲ ୨୦୨୨’ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ଉଲ୍ଲେଖ ରହିଥିଲା । କାର୍ଯ୍ୟାଳୟରେ ତାଲା ପଡିଥିବା ଦେଖି ସମସ୍ତଙ୍କ ମୁହଁରେ ଅସନ୍ତୋଷ ଦେଖା ଦେଇଥିଲା । ଅନ୍ୟପଟେ ଚାକିରି ଆଶାୟୀମାନେ ଶେଷ ତାରିଖ ଥିବା ବେଳେ କିଭଳି ପଞ୍ଜୀକରଣ କରିବେ ବୋଲି ଚିନ୍ତିତ ହୋଇଥିଲେ । ନିୟମ ଅନୁସାରେ ସରକାରୀ ଚାକିରି ପାଇଁ ଉପ ନିୟୋଜନ କାର୍ଯ୍ୟାଳୟରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ ।

- Advertisement -

କିନ୍ତୁ ପାଟଣାଗଡ ଉପ ନିୟୋଜନ କାର୍ଯ୍ୟାଳୟ ବନ୍ଦ । ପ୍ରତିଦିନ ଶତାଧିକ ଯୁବକ, ଯୁବତୀ ପଞ୍ଜୀକରଣ କରିବା ପାଇଁ ଖର୍ଚ୍ଚାନ୍ତ ହୋଇ ଦୂର ଦୂରାନ୍ତରୁ ଆସୁଥିବା ବେଳେ ନିରାଶ ହେଇ ଫେରିଯିବାକୁ ବାଧ୍ୟ ହୋଇଛନ୍ତି । ପଞ୍ଜୀକରଣ କରି ପାରି ନଥିବାରୁ ସରକାର ବାହାର କରିଥିବା ନିଯୁକ୍ତି ସୁଯୋଗରୁ ସେମାନେ ବଞ୍ଚିତ ହେବେ ବୋଲି ମତପ୍ରକାଶ ପାଇଛି । ଏଥିପ୍ରତି ଉପ ଜିଲାପାଳ ଡ.ବିଜୟାନନ୍ଦ ସେଠୀ ଦୃଷ୍ଟି ଦେଇ ଅବହେଳା କରୁଥିବା ଅଧିକାରୀଙ୍କ ପ୍ରତି ଆବଶ୍ୟକ ପଦକ୍ଷେପ ନେବା ପାଇଁ ଚାକିରି ଆଶାୟୀ ଯୁବକ, ଯୁବତୀ ମହଲରେ ଦାବି ହେଉଛି ।

 

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories