www.samajalive.in
Saturday, December 13, 2025
26.1 C
Bhubaneswar

ଗଞ୍ଜାମ ପ୍ରେସକ୍ଲବ ଓ ଦିଗଦର୍ଶନ ୟୁଥକ୍ଲବ ପକ୍ଷରୁ ମଧୁବାବୁ ଜୟନ୍ତୀ ପାଳିତ

ଗଞ୍ଜାମ: ଗଞ୍ଜାମ ସହରରେ ଗଞ୍ଜାମ ପ୍ରେସକ୍ଲବ ଓ ଦିଗଦର୍ଶନ ୟୁଥକ୍ଲବ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରେସକ୍ଲବ ଓ ୟୁଥକ୍ଲବ କର୍ମକର୍ତ୍ତା ଓ ସଦସ୍ୟମାନେ ସହର ସ୍ଥିତ ଭାରତୀ ବିଦ୍ୟାପୀଠରେ ରହିଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତୀରେ ପ୍ରଥମେ ଧୂପ, ଦୀପ ଲଗାଇ ପୂଜା କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସ୍ୱତନ୍ତ୍ର ଓଡ଼ିଶା ନିର୍ମାତା, ଓଡ଼ିଆ ସ୍ୱାଭିମାନର ପ୍ରତୀକ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମସ୍ତେ ଜନ୍ମ ମାଟିର ସେବା କରିବା ପାଇଁ ଚେଷ୍ଟା କରିବା ଦରକାର ବୋଲି ମତ ପ୍ରକାଶ ପାଇଥିଲା। ଗଞ୍ଜାମ ପ୍ରେସକ୍ଲବ ଉପଦେଷ୍ଟା ଉମାକାନ୍ତ ବେହେରା, ସଭାପତି ଶବର କୁମାର ତରାଇ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡା, ସହ ସମ୍ପାଦକ ନିରଞ୍ଜନ ପରିଡା, ୟୁଥକ୍ଲବ ସମ୍ପାଦିକା ବିଜୟଲକ୍ଷ୍ମୀ ମହାଙ୍କୁଡ଼, ସହ ସମ୍ପାଦକ ସୁଦର୍ଶନ ପାଢ଼ୀ, ସାମ୍ବାଦିକ ବଟକୃଷ୍ଣ ରାଉଳ, କେ.ରଜନୀକାନ୍ତ ରେଡି, କୃଷ୍ଣ ଚନ୍ଦ୍ର ଦାଶ, ଭାରତୀ ବିଦ୍ୟାପୀଠ ବରିଷ୍ଠ କିରାଣୀ ହରିହର ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories