www.samajalive.in
Saturday, December 13, 2025
26.1 C
Bhubaneswar

ବିଲାୱାଲ ଭୁଟ୍ଟୋ ପାକିସ୍ତାନର ବୈଦେଶିକ ମନ୍ତ୍ରୀ

ଇସ୍‌ଲାମାବାଦ : ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋ ଜର୍ଦାରୀ। ଗତ ୧୨ରେ ଶେହବାଜ ସରିଫ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର ପ୍ରାୟ ସପ୍ତାହକ ପରେ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ। ଏଥିରେ ବିଲାୱାଲଙ୍କ ନାମ ନ ଥିଲା। ମନ୍ତ୍ରିମଣ୍ଡଳ ଶପଥ ଉତ୍ସବରେ ବିଲାୱାଲ ଅନୁପସ୍ଥିତ ଥିଲେ। ବିଲାୱାଲ ଲଣ୍ଡନରେ ଶାସକ ଦଳ ପିଏମ୍‌ଏଲ(ଏନ୍‌) ମୁଖ୍ୟ ତଥା ପ୍ରଧାନମନ୍ତ୍ରୀଙ୍କ ବଡ଼ ଭାଇ ନୱାଜ ସରିଫଙ୍କୁ ଭେଟି ଆଲୋଚନା କରିବା ପରେ ନିଜ ଆକାଙ୍‌କ୍ଷିତ ପଦ ପାଇବାରେ ସଫଳ ହୋଇଛନ୍ତି। ୩୩ ବର୍ଷୀୟ ବିଲାୱାଲଙ୍କ ମାଆ ବେନଜିର ଭୁଟ୍ଟୋ ପାକିସ୍ତାନର ଦୁଇଥର ପ୍ରଧାନମନ୍ତ୍ରୀ ଓ ବାପା ଅସିଫ ଅଲୀ ଜର୍ଦାରୀ ରାଷ୍ଟ୍ରପତି ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories