www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରଥମ ଅଂଶୁଘାତର ଶିକାର ହେଲେ ୧୨ ବର୍ଷର ନାବାଳକ

ନର୍ଲା :ପ୍ରଚଣ୍ଡ ଖରା । ଖରାର ତେଜରେ ଚାରିଆଡେ ଦାଉଦାଉ ଜଳୁଛି  । ମାଟିରୁ ବାହାରୁଛି ବାମ୍ଫ ।  ଏହାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଆଜି ନର୍ଲାରେ ପ୍ରଥମ ଅଂଶୁଘାତର ଶିକାର ହୋଇଛି ଜଣେ ୧୨ ବର୍ଷର ନାବାଳକ ତସବିର୍ । ସୂଚନାନୁଯାୟୀ ଆଜି ମାଣ୍ଡେଲ ଗ୍ରାମର ହେମରାଜ ବେନୁଆଁ ପୁଅ ତସବିର୍ କୁ ସାଙ୍ଗରେ ନେଇ ନର୍ଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶାଖାକୁ ଆସିଥିଲେ ଜମା ଖାତା ଖୋଲିବା ପାଇଁ । ତେବେ ବ୍ୟାଙ୍କରେ ଅପେକ୍ଷା କରିଥିବା ସମୟରେ ପ୍ରଚଣ୍ଡ ଖରା କାରଣରୁ ପୁଅ ତସବିର୍ ପଡି ଯାଇଥିଲେ । ଏହାପରେ ବାପା ହେମରାଜ ପୁଅକୁ ଧରି ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ଡାକ୍ତର କୁନାଲ ପରୀକ୍ଷା ନୀରିକ୍ଷା କରି ତୁରନ୍ତ ଚିକିତ୍ସା କରିଥିଲେ । ତେବେ ବର୍ତ୍ତମାନ ତସବିର୍ ସୁସ୍ଥ ରହିଛନ୍ତି। । ତେବେ ପ୍ରଚଣ୍ଡ ଖରାରେ ଲୋକେ ସଚେତନ ନହେଲେ ଅଂଶୁଘାତର ଶିକାର ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ମତ ପ୍ରକାଶ ପାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories