www.samajalive.in
Monday, December 8, 2025
13.1 C
Bhubaneswar

କୋଇଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ

ସୁନ୍ଦରଗଡ଼:  ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ନିଖିଲପବନ କଲ୍ୟାଣଙ୍କ ଉପସ୍ଥିତିରେ ସୋମବାର ଦିନ ଏକ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଲୋକମାନଙ୍କ ବ୍ୟକ୍ତିଗତ ଓ ସାମୂହିକ ଅଭିଯୋଗ ଶୁଣିବା ସହ ଏହାର ତୁରନ୍ତ ସମାଧାନ ଲାଗି ପଦକ୍ଷେପ ନେବାକୁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ବସୁନ୍ଧରା ଯୋଜନାରେ କୋଇଡ଼ା ବ୍ଳକର ୧୭ଜଣ ଭୂମିହୀନ ହିତାଧିକାରୀଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଛି ।

ସୁନ୍ଦରଗଡ଼ ଜିଲ୍ଲାର ଉନ୍ନୟନକାର କାର୍ଯ୍ୟକ୍ରମରେ ଜନସହଭାଗିତାର ଗୁରୁତ୍ବଅଧିକ । ତେଣୁ ସାଧାରଣଲୋକେ ଜିଲ୍ଲାପ୍ରଶାସନର ବିଭିନ୍ନ ଯୋଜନା ସମ୍ବନ୍ଧରେ ଜାଣିବାସହ ନିଜର ସମସ୍ୟା ଓ ଅଭିଯୋଗକୁ ଗ୍ରାମସଭା ମାଧ୍ୟମରେ ପାରିତକରି ପ୍ରଶାସନ ପାଖକୁ ଆଣିଲେ ଏହାର ସମାଧାନ କରାଯିବ । ଏହାସହ ଚାଲିଥିବା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମଧ୍ୟ ଗ୍ରାମସଭାରେ ଆଲୋଚନା ହେବା ଜରୁରୀ ବୋଲି କହିଥିଲେ ଜିଲ୍ଲାପାଳ ନିଖିଲପବନ କଲ୍ୟାଣ ।

- Advertisement -

ଜନଶୁଣାଣି ଅବସରରେ କୋଇଡ଼ା ବ୍ଲକଅଧୀନ ୯ଟି ଗ୍ରାମପଞ୍ଚାୟତରେ (ପାଟମୁଣ୍ଡା, ମାଲଦା, କାଶିରା, କୋଇଡ଼ା, କାଲଟା, ଡେଙ୍ଗୁଳା, ଟେନସା, ଗୋପନା, ବିମଳାଗଡ଼) ଗ୍ରାମସଭା ମାଧ୍ୟମରେ ପାରିତ ୬୭୫ ପ୍ରକଳ୍ପର କାର୍ଯ୍ୟାଦେଶ  ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଉପରୋକ୍ତ ପଞ୍ଚାୟତରେ ପ୍ରକଳ୍ପ ଅଟକଳ ମୂଲ୍ୟ ନିର୍ଦ୍ଧାରଣକରି ଖୁବ୍‌ଶୀଘ୍ର କାମ ଆରମ୍ଭ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଗମନାଗମନ ପାଇଁ ରାସ୍ତା, ପାନୀୟଜଳ, ପୋଖରୀ ପୁନରୁଦ୍ଧାର, ଜଳସେଚନ, ହାଇମାଷ୍ଟଓଷ୍ଟ୍ରିଟ୍‌ ଲାଇଟ୍, ନୂଆ ଅଙ୍ଗନବାଡ଼ି ଗୃହ ନିର୍ମାଣ, ଟ୍ରକ ପାର୍କିଂସ୍ଥଳ ନିର୍ମାଣ, ପର୍ଯ୍ୟଟନସ୍ଥଳୀର ଉନ୍ନତିକରଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ପ୍ରକଳ୍ପ ସାମିଲ ରହିଛି । ଏହିସବୁ ପ୍ରକଳ୍ପ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଯୋଗାଇଦେବ । ଏହା ସହିତ ଜିଲ୍ଲାପାଳ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

 

 

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories