www.samajalive.in
Monday, December 8, 2025
13.1 C
Bhubaneswar

ଓଡିଆ ଭାଷା ଓ ସାହିତ୍ୟର ପ୍ରଚାର ପାଇଁ ପଦକ୍ଷେପ

ଆଠଗଡ: ଆଠଗଡ ବିଜୁ ଛାତ୍ରଜନତା ଦଳ ଓ ଫୋରମ ଅଫ ଏକାଡେମିକ୍ସ ପକ୍ଷରୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରୋତ୍ସାହନରେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଓଡିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ବ୍ୟାପକ ଉଦ୍ୟମ ଜାରି ରହିଛି । ଏହି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ନିୟମିତ ଜାରି ରହିବ ବୋଲି ଛାତ୍ର ବିଜେଡି ପକ୍ଷରୁ ରବିବାର ସନ୍ଧ୍ୟାରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ବିଜୁ ଛାତ୍ର ଜନତା ସଭାପତି ସତ୍ୟପ୍ରିୟ ମହାନ୍ତି ଏହି ସାମ୍ବାଦିକ ସମ୍ମିଳନୀ ସଂଯୋଜନା କରି ନିକଟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ସଂପର୍କରେ ଆଲୋକପାତ କରିଥିଲେ । ଇତି ମଧ୍ୟରେ ଆଠଗଡ ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୁଦ୍ଧ ଓଡିଆ ଲିଖନ, ହସ୍ତାକ୍ଷର ଓ ଶ୍ରୁତିଲିଖନ ପ୍ରତିଯୋଗିତା ପାଇଁ ମୋଟ ୪୨୦୦୦ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଥିଲେ ।

ସେମାନଙ୍କ ମଧ୍ୟରେ କ୍ଲଷ୍ଟରସ୍ତରୀୟ ପ୍ରତିଯୋଗିତା କରାଯାଇ ସୁଦ୍ଧ ଓଡିଆ ଲିଖନରେ ୧୫୯, ହସ୍ତାକ୍ଷରରେ ୪୭୭ ଓ ଶ୍ରୁତିଲିଖନରେ ୪୭୭ଜଣ ମନୋନୀତ ହୋଇ ନିର୍ବାଚନ ମଣ୍ଡଳୀସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏଥିରେ ମୋଟ ୧୨୧ଜଣ କୃତି ପ୍ରତିଯୋଗୀଙ୍କୁ ଗତ ଉକ୍ରଳ ଦିବସ ଦିନ ପୁରସ୍କୃତ କରାଯାଇଥିଲା । ଆଗାମୀ ୨୬ତାରିଖ ସନ୍ଧ୍ୟା ୭-୮ଟା ମଧ୍ୟରେ କବି ଲକ୍ଷ୍ମୀକାନ୍ତ ମହାପାତ୍ର ଓ ଭଗବତୀ ଚରଣ ପାଣିଗ୍ରାହୀଙ୍କ ରଚିତ କ୍ଷୁଦ୍ରଗଳ୍ପ ଓ ଜୀବନି ଉପରେ ପର୍ଯ୍ୟବେଷିତ ଜଣାଅଜଣା (କୁଇଜ) ପ୍ରତିଯୋଗିତା ଅନଲାଇନ ମାଧ୍ୟମରେ କରାଯିବ ଏବଂ ଏଥିରେ ଅଷ୍ଟମରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ଭାଗନେଇ ପାରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା । ଏହି ପ୍ରତିଯୋଗିତାର ପୂର୍ବରୁ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଅନୁରୋଧ କ୍ରମେ ଉଦୟଗିରି ଫାଉଡେସନ ପକ୍ଷରୁ ଜଗନ୍ନାଥ ପ୍ରସାଦ ଜଗଦେବ ଓ ଗୋପାଳ କୃଷ୍ଣ ପଟ୍ଟନାୟକ ପ୍ରଧାନଶିକ୍ଷକ ମାନଙ୍କୁ ନେଇ ଏକ ବୈଠକରେ ଏହି ପ୍ରତିଯୋଗିତା ସଂପର୍କରେ ଆଲୋଚନା କରିବା ସହ ଛାତ୍ରଛାତ୍ରୀଙ୍କର ନାମ ପଞ୍ଜିକରଣ ପ୍ରକିୟା ଆରମ୍ଭ କରାଯାଇଛି । ଯେଉଁ ବିଦ୍ୟାଳୟ ଗୁଡିକରୁ ଅଧିକ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିବେ ସେହି ବିଦ୍ୟାଳୟ ଗୁଡିକୁ ୧ମ, ୨ୟ ଓ ୩ୟ ବର୍ଗରେ ବିଭକ୍ତ କରି ୧୫୦୦୦, ୧୦୦୦୦ ଓ ୫୦୦୦ ପୁରସ୍କାର ରାଶି ଦିଆଯିବ ।

- Advertisement -

ଏଥି ସହିତ ଯେଉଁ ବିଦ୍ୟାଳୟରୁ ଅଧିକ ଛାତ୍ରଛାତ୍ରୀ ବାସ୍ତବରେ ଅନଲାଇନ ମାଧ୍ୟମରେ ପ୍ରତିଯୋଗିତାରେ ଯୋଗଦେବେ ସେହି ବିଦ୍ୟାଳୟ ଗୁଡିକୁ ମଧ୍ୟ ଆର୍ôଥକ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଥିଲା । ଆଠଗଡ ନିର୍ବାଚନ ମଣ୍ଡଳିରେ ଓଡିଆ ଭାଷା ସାହିତ୍ୟର ବ୍ୟପକ ପ୍ରଚାର, ପ୍ରସାର ଓ ବ୍ୟବହାର ପାଇଁ ଏହିପରି ପଦକ୍ଷେପ ମନ୍ତ୍ରୀଙ୍କ ପରାମର୍ଶକ୍ରମେ  ନିଆଯାଉଥିବା ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ନଗରପାଳ ଲଳିତ ମୋହନ ନାୟକ, ଛାତ୍ର ବିଜେଡି ସଂପାଦକ ସୁଭେନ୍ଦୁ ବେଉରା ଓ ଏନଏସି ଛାତ୍ରବିଜେଡି ସଭାପତି ଜ୍ୟୋତିରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories