www.samajalive.in
Monday, December 8, 2025
14.1 C
Bhubaneswar

୧୦ ଦଫା ଦାବି ନେଇ ପୁଣି ଚାଷୀ ଆନ୍ଦୋଳନ ଡାକରା

ପାଟଣା: ଅଲ ଇଣ୍ଡିଆ କିଷାନ କ୍ଷେତ ମଜ଼ଦୂର ସଂଗଠନର ଦ୍ୱିତୀୟ କେନ୍ଦୁଝର ଜିଲ୍ଲା ସମ୍ମିଳନୀ ପାଟଣା ବ୍ଲକ ଅନ୍ତର୍ଗତ କୋଡ଼ଖମଣ ଗାଁରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଚାଷୀ ନେତା ଘନଶ୍ୟାମ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଏ.ଆଇ.କେ.କେ.ଏମ.ଏସ୍ ର ରାଜ୍ୟ ସମ୍ପାଦକ କମ୍ରେଡ଼ ରଘୁନାଥ ଦାସ ଯୋଗ ଦେଇ ତାଙ୍କ ଆଲୋଚନା ପ୍ରସଙ୍ଗରେ ଦେଶରେ କେନ୍ଦ୍ର ସରକାର କୃଷି ବ୍ୟବସ୍ଥାକୁ କିଭଳି ଭାବେ କର୍ପୋରେଟ କରଣ କରିଚାଲିଛନ୍ତି ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରି କେନ୍ଦୁଝର ଜିଲ୍ଲାରେ ଚାଷୀ ମୁଲିଆ ଆନ୍ଦୋଳନ ବ୍ୟାପକ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଏହି ସମ୍ମିଳନୀରେ ତିନୋଟି ପ୍ରସ୍ତାବ ଯଥାକ୍ରମେ ମୂଳ ରାଜନୈତିକ ପ୍ରସ୍ତାବ, ସାଙ୍ଗଠନିକ ପ୍ରସ୍ତାବ ଓ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଉପରେ ଆଧାରିତ ପ୍ରସ୍ତାବ ଉପରେ ପ୍ରତିନିଧିମାନେ ନିଜ ନିଜର ବିଚାର ରଖିବା ପରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି ।

ଦାବି ମଧ୍ୟରେ ପୁରୁଷାନୁକ୍ରମେ ଭୋଗଦଖଲ କରି ଆସୁଥିବା ଦଖଲଦାରଙ୍କ ନାମରେ ବିନା ସଲାମିରେ ଦଖଲିକୃତ ଜମିକୁ ପଟ୍ଟା ପ୍ରଦାନ କରାଯାଉ, ମନରେଗା ଯୋଜନା ଅନୁଯାୟୀ ମୁଲିଆ ମାନଙ୍କୁ ଜବ କର୍ଡ ପ୍ରଦାନ କରି ବର୍ଷସାରା ଦୈନିକ ୫୦୦ ଟଙ୍କା ମଜୁରୀରେ କାମ ଯୋଗାଇ ଦିଆଯିବା, ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ଦଖଲ ଦାରଙ୍କ ନାମରେ ପଟ୍ଟା ଦିଆଯିବା, ସରକାରୀ ଉଦ୍ୟୋଗରେ ଛୋଟ ଛୋଟ ନାଳ ନଦୀରେ ଚେକ ଡ୍ୟାମ ନିର୍ମାଣ କରାଯିବା, ସରକାରୀ ଉଦ୍ୟୋଗରେ କେନ୍ଦୁଝର ଜିଲ୍ଲାରେ ପ୍ରବାହିତ ବୈତରଣୀ ନଦୀ ସମେତ ଅନ୍ୟାନ୍ୟ ନଦୀମାନଙ୍କର ଉଭୟ ପାର୍ଶ୍ୱରେ ଉଠା ଜଳସେଚନ ବ୍ୟବସ୍ତା କରି ଜମିକୁ ଜଳ ଯୋଗାଇ ଦିଆଯିବା ଭଳି ଦାବି ରଖିଛନ୍ତି ।

- Advertisement -

ଆହୁରି ମଧ୍ୟ ସାର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନର ଗ୍ୟାରେଣ୍ଟି ଦିଆଯିବା, ପ୍ରତି ପଂଚାୟତରେ ସରକାରୀ ଧାନ ମଣ୍ଡି ସ୍ଥାପନ କରି ବର୍ଷସାରା ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବା, କୃଷିଜାତ ଦ୍ରବ୍ୟ ସଂରକ୍ଷଣ ପାଇଁ ପ୍ରତି ବ୍ଲକରେ ଅନୁନ୍ୟ ୩ରୁ ଊର୍ଦ୍ଧ୍ଵ ସରକାରୀ ଶୀତଳ ଭଣ୍ଡାର ନିର୍ମାଣ କରାଯିବା, ଭାଗ ଚାଷୀମାନଙ୍କୁ ସରକାରୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ପରିଚୟ ପତ୍ର ଦିଆଯିବା ଓ ବିଦ୍ୟୁତ ସଂଶୋଧନ ବିଲ ୨୦୨୨ ବାତିଲ କରାଯିବା ଦାବି ନେଇ ଏହି ସମ୍ମିଳନୀରେ ଘନଶ୍ୟାମ ମହାନ୍ତ, ଜିଲ୍ଲା ସଭାପତି, ବେଣୁଧର ସର୍ଦ୍ଦାର, ଜିଲ୍ଲା ସମ୍ପାଦକ, ତ୍ରିଲୋଚନ ମହାନ୍ତ, ଉପସଭାପତି, ପ୍ରକାଶ ମଲ୍ଲିକ, ଅଫିସ ସମ୍ପାଦକ ତଥା କୋଷାଧ୍ୟକ ଭାବେ ସର୍ବସନମତି କ୍ରମେ ନିର୍ବାଚିତ ହେବା ସଂଗେ ସଂଗେ ଏକ ୮ ଜଣିଆ କାର୍ଯ୍ୟକାରୀ କମିଟି ନିର୍ବାଚିତ ହୋଇଛନ୍ତି। ଉପରୋକ୍ତ ୧୦ ଦଫା ଦାବି ନେଇ ଆଗାମୀ ଦିନରେ ଚାଷୀ ମୁଲିଆ ଆନ୍ଦୋଳନ କେନ୍ଦୁଝର ଜିଲ୍ଲାରେ ଗଢି ତୋଳିବା ପାଇଁ ନିଷ୍ପତ୍ତି ନିଆଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories