www.samajalive.in
Sunday, December 14, 2025
23.1 C
Bhubaneswar

୨୦୨୪ ସୁଦ୍ଧା ଜନଔଷଧି କେନ୍ଦ୍ର ସଂଖ୍ୟା ୧୦ ହଜାରକୁ ବୃଦ୍ଧି କରିବା ଲକ୍ଷ୍ୟ

ନୂଆଦିଲ୍ଲୀ :  ଦେଶର ସାଧାରଣ ନାଗରିକ, ବିଶେଷ କରି ଗରିବ ଲୋକମାନଙ୍କ ନିମନ୍ତେ ଶସ୍ତା ଦରରେ ଗୁଣବତାପୂର୍ଣ୍ଣ ଔଷଧ ଉପଲବ୍ଧ କରାଇବା ଦୃଷ୍ଟିକୋଣକୁ ଦୃଷ୍ଟିରେ ରଖି ସରକାର ମାର୍ଚ୍ଚ ୨୦୨୪ ସୁଦ୍ଧା ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର (ପିଏମ୍‌ବିଜେକେ)ର ସଂଖ୍ୟାକୁ ୧୦,୦୦୦ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଗତ ମାର୍ଚ୍ଚ ଶେ​ଷ ସୁଦ୍ଧା​‌ ଏହି ଷ୍ଟୋର୍ ଗୁଡିକର ସଂଖ୍ୟା ବୃଦ୍ଧି ପାଇ ୮୬୧୦ରେ ପହଞ୍ଚିଛି। ପିଏମ୍‌ବିଜେପି ଅଧୀନରେ, ଦେଶର ସମସ୍ତ ୭୩୯ ଜିଲ୍ଲାକୁ ଏହାର ପରିସରଭୁକ୍ତ କରାଯାଇଛି ।

ପିଏମ୍‌ବିଜେପିର ଉତ୍ପାଦ ସମୂହ ଭିତରେ ୧୬୧୬ ପ୍ରକାରର ଔଷଧ ଏବଂ ୨୫୦ ସର୍ଜିକାଲ୍ ଉପକରଣ ସାମିଲ୍ ହୋଇଛି। ଯେଉଁଗୁଡ଼ିକ ସାରା ଦେଶରେ କାର୍ଯ୍ୟକ୍ଷମ ୮୬୦୦ରୁ ଅଧିକ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର (ପିଏମ୍‌ବିଜେକେ) ମାଧ୍ୟମରେ ବିକ୍ରି ନିମନ୍ତେ ଉପଲବ୍ଧ ହେଉଛି । ଏହା ବ୍ୟତୀତ, କିଛି ଆୟୁଷ ଉତ୍ପାଦ, ଯାହା ପ୍ରତିରକ୍ଷା ବୁଷ୍ଟର ଭଳି କାର୍ଯ୍ୟ କରୁଛି, ଯେମିତିକି ଆୟୁରକ୍ଷା କିଟ୍‌, ବଳରକ୍ଷା କିଟ୍ ଏବଂ ଆୟୁଷ – ୬୪ ଟାବ୍‌ଲେଟ୍ ଏହି ପ୍ରକଳ୍ପର ଉତ୍ପାଦ ତାଲିକାରେ ଯୋଡା ଯାଇଛି, ଯାହାକୁ କିଛି ବଛା ବଛା  କେନ୍ଦ୍ର ଗୁଡିକ ମାଧ୍ୟମରେ ଉପଲବ୍ଧ କରାଯାଉଛି । ଉତ୍ପାଦ ତାଲିକାରେ  ସମସ୍ତ ପ୍ରକାରର ଚିକିତ୍ସା ଉପକରଣ, ଯେମିତିକି କାର୍ଡିଓ ଭାସ୍କୁଲାର, କ୍ୟାନସର୍ – ରୋଧୀ, ମଧୁମେହ – ରୋଧୀ, ସଂକ୍ରମଣ – ରୋଧୀ, ଆଲର୍ଜି – ରୋଧୀ, ପେଟ ଯନ୍ତ୍ରଣା ଉପଶମକାରୀ ଔଷଧ, ନ୍ୟୁଟ୍ରାସ୍ୟୁଟିକାଲ୍ସ ଇତ୍ୟାଦି ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, ପିଏମ୍‌ବିଆଇ ଦ୍ରୁତ-ଗତିଶୀଳ ଖାଉଟି  ସାମଗ୍ରୀ (ଏଫ୍‌ଏମ୍‌ସିଜି) ବିକ୍ରୟର ଶୁଭାରମ୍ଭ କରିବା ଉପରେ କାମ କରୁଛି । ଏଫ୍‌ଏସ୍‌ଏସ୍‌ଏଆଇ ଅଧୀନସ୍ଥ ଏଫ୍‌ଏମ୍‌ସିଜି ଉତ୍ପାଦ ଏବଂ ଖାଦ୍ୟ ସାମଗ୍ରୀ ତଥା ଅତ୍ୟଧିକ ଚାହିଦା ରହିଥିବା ଆୟୁର୍ବେଦିକ ଉତ୍ପାଦ ପିଏମ୍‌ବିଜେପିର ଉତ୍ପାଦ ତାଲିକାକୁ ବ୍ୟାପକ କରିବା ନିମନ୍ତେ ଏହି ଉତ୍ପାଦ ତାଲିକାରେ ରହିବ ।

- Advertisement -

ପିଏମ୍‌ବିଆଇ ଗୁରୁଗ୍ରାମ, ଚେନ୍ନାଇ, ଗୌହାଟୀ ଏବଂ ସୁରଟରେ ଚାରୋଟି ଗୋଦାମ ସ୍ଥାପିତ କରି ଯୋଗାଣ ଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ଼ କରିଅଛି । ଏଥି ସହିତ, ଭାରତର ସମସ୍ତ ଅଂଚଳରେ ସମୟାନୁସାରେ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ସମଗ୍ର ଭାରତରେ ୩୯ ବିତରଣକାରୀଙ୍କର ଏକ ମଜଭୁତ ବିତରକ ନେଟୱର୍କ ରହିଛି ।

ରାଜ୍ୟର ୨୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ଏହି ୪୦୬ ଜିଲ୍ଲାର ୩୫୭୯ ବ୍ଲକ୍‌କୁ ଏହାର ପରିସରଭୁକ୍ତ କରିବା ପାଇଁ ନୂତନ ଆବେଦନ ପତ୍ର ଆହ୍ବାନ  କରାଯାଇଛି । ଛୋଟ ସହର ଏବଂ ବ୍ଲ୍‌କ୍ ମୁଖ୍ୟାଳୟର ବାସିନ୍ଦା ଏବେ ଜନଔଷଧି କେନ୍ଦ୍ର ଖୋଲିବା ସୁଯୋଗର ଲାଭ ଉଠାଇ ପାରିବେ । ଏହି ଯୋଜନା ମହିଳା, ଅନୁସୂଚିତ ଜାତି/ ଅନୁସୂଚିତ ଜନଜାତି, ପାହାଡିଆ ଜିଲ୍ଲା, ଦ୍ୱୀପାଂଚଳର ଜିଲ୍ଲା ଏବଂ ଉତର ପୂର୍ବ ରାଜ୍ୟ ଗୁଡିକର ବିଭିନ୍ନ ଶ୍ରେଣୀ ଗୁଡିକ ନିମନ୍ତେ ପ୍ରୋତ୍ସାହନ / ବିଶେଷ ପ୍ରୋତ୍ସାହନ ପ୍ରଦାନ କରିଥାଏ । ଏହା ଫଳରେ ଦେଶର କୋଣ ଅନୁକୋଣରେ ଲୋକମାନଙ୍କୁ ସହଜରେ ସୁଲଭ ଦରରେ ଔଷଧ ପହଂଚାଇବା ସୁନିଶ୍ଚିତ କରାଯାଇ ପାରିବ । ପିଏମ୍‌ବିଜେପି କେନ୍ଦ୍ର ଖୋଲିବା ଏବଂ ବିଭିନ୍ନ ବର୍ଗ ଗୁଡିକ ନିମନ୍ତେ ପ୍ରୋତ୍ସାହନ ଯୋଜନାର ବିସ୍ତୃତ ନିୟମାବଳୀ ଏବଂ ସର୍ତ ଗୁଡିକ ସମ୍ପର୍କରେ ପିଏମ୍‌ବିଆଇର ୱେବ୍‌ସାଇଟ୍ ଅର୍ଥାତ୍ Janaushadhi.gov.in ରେ ଦେଖା ଯାଇ ପାରିବ। ଇଚ୍ଛୁକ ଆବେଦନକାରୀମାନେ ପିଏମ୍‌ବିଆଇର ୱେବ୍‌ସାଇଟ୍ ଜନଔଷଧି.ଗଭ୍‌.ଇନ୍‌. (Janaushadhi.gov.in) ଜରିଆରେ ଆବେଦନ କରିପାରିବେ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories