www.samajalive.in
Saturday, December 13, 2025
26.1 C
Bhubaneswar

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଜମ୍ମୁ-କାଶ୍ମୀ​ର ଗସ୍ତ : ଜାତୀୟ ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମ ଯୋଗଦେବେ

ନୂଆଦିଲ୍ଲୀ : ଆସନ୍ତାକାଲି (ରବିବାର) ଜାତୀୟ ପଞ୍ଚାୟତିରାଜ ଦିବସ।  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହରେ ଅଂଶ ଗ୍ରହଣ କରିବା ନିମନ୍ତେ ରବିବାର (ଆସନ୍ତାକାଲି) ଜମ୍ମୁ ଓ କଶ୍ମୀର ଗସ୍ତରେ ଯିବେ। ଏହି ଅବସରରେ ସେ ଶମ୍ବା ଜିଲ୍ଲାର ପାଲୀ ପଞ୍ଚାୟତ ପରିଦର୍ଶନ କରିବେ ଓ  ଦେଶ ବ୍ୟାପୀ ଗ୍ରାମସଭାଗୁଡିକୁ ସମ୍ବୋଧିତ କରିବେ। ପରିଦର୍ଶନ କାଳରେ ପ୍ରଧାନମନ୍ତ୍ରୀ ୨୦ ହଜାର କୋଟି ଟଙ୍କାରୁ ଅଧିକ ଅନେକ ବହୁମୁଖୀ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ସେ ଅମୃତ ସରୋବର କାର୍ଯ୍ୟ ମଧ୍ୟ ଶୁଭାରମ୍ଭ କରିବେ।
ପ୍ରଧାନମନ୍ତ୍ରୀ ୩୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବନିହାଲ-କାଜିଗୁଣ୍ଡ ସୁଡ଼ଙ୍ଗ ରାସ୍ତା ଉଦଘାଯନ କରିବେ । ଏହି ୮.୪୫ କିଲୋମିଟର ଦୀର୍ଘ ସୁଡ଼ଙ୍ଗ ଯୋଗୁଁ ବନିହାଲ ଓ କାଜିଗୁଣ୍ଡ ମଧ୍ୟରେ ଦୂରତ୍ୱ ୧୬ କିଲୋମିଟର ହ୍ରାସ ପାଇବ ଓ ଯାତ୍ରା ସମୟ ପ୍ରାୟ ଦେଢ଼ ଘଂଟା କମ ସମୟ ଲାଗିବ। ଏହା ଏକ ଦ୍ୱୈତ ଟ୍ୟୁବ ଟନେଲ ଯାହାର ଯିବା ଓ ଆସିବା ନିମନ୍ତେ ଅଲଗା ଟ୍ୟୁବ ଅଛି । ଜରୁରୀକାଳୀନ ଉଦ୍ଧାର ଓ ରକ୍ଷଣାବେକ୍ଷଣ ନିମନ୍ତେ ପ୍ରତି ପାଞ୍ଚ ମିଟର ଦୂରରେ ଟ୍ୟୁବ ଏକ କ୍ରସ ପ୍ୟାସେଜ ଦ୍ୱାରା ସଂଯୁକ୍ତ ହୋଇଛି । ଏହି ସୁଡ଼ଙ୍ଗ ଯୋଗୁଁ ଜମ୍ମୁ ଓ କଶ୍ମୀର ମଧ୍ୟରେ ସବୁ ଦିନିଆ ରାସ୍ତା ରହିବା ସହ ଦୁଇ ଅଂଚଳ ମଧ୍ୟରେ ଅଧିକ ସମନ୍ୱୟ ରହିବ। ପ୍ରଧାନମନ୍ତ୍ରୀ ୭୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ତିନି ରୋଡ ପ୍ୟାକେଜ ବିଶିଷ୍ଟ ଦିଲ୍ଲୀ-ଅମୃତସର-କଟ୍ରା ଏକ୍ସପ୍ରେସ ୱେର ମଧ୍ୟ ଶିଳାନ୍ୟାସ କରିବେ । ସେଗୁଡିକ ୪-୬ ଲେନ ଯୁକ୍ତ ଦିଲ୍ଲୀ-କଟ୍ରା-ଅମୃତସର ଏକ୍ସପ୍ରେସ ୱେ ଯାହା ଜାତୀୟ ରାଜପଥ ୪୪ ବାଲସୁଆରୁ ଗୁରହା ବେଲଜାଇନ, ହମରାନଗରରୁ ଜାଖ ବିଜୟପୁର ଏବଂ ଜାଖ, ବିଜୟପୁରରୁ କୁଞ୍ଜୱାନୀ, ଜମ୍ମୁ ଓ ଜମ୍ମୁ ବିମାନଘାଟୀ ସହ ଉତ୍ତମ ସଂଯୋଗ ସ୍ଥାପନ କରିବ।


ପ୍ରଧାନମନ୍ତ୍ରୀ ମଧ୍ୟ ରାତେଲ ଏବଂ କ୍ୱାର ଜଳବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ କରିବେ । କିସ୍ତୱାର ଜିଲ୍ଲାର ଚେନାବ ନଦୀରେ ପ୍ରାୟ ୫୩୦୦ କୋଟି ଟଙ୍କା ବ୍ୟୟରେ ଏହି ୮୫୦ ମେଗାୱାଟ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମିତ ହେବ। ସେହି ଜିଲ୍ଲାର ଚେନାବ ନଦୀରେ ମଧ୍ୟ ୪୫୦୦ କୋଟି ଟଙ୍କା ବ୍ୟୟରେ ୫୪୦ ମେଗାୱାଟ କ୍ୱାର ଜଳବିଦ୍ୟୁତ ପ୍ରକଳ୍ପ ମଧ୍ୟ ନିର୍ମିତ ହେବ। ଉଭୟ ପ୍ରକଳ୍ପ ଯୋଗୁଁ ସେ ଅଞ୍ଚଳର ଶକ୍ତି ଚାହିଦା ପୂରଣ ହେବ।
ସେହିପରି ଜମ୍ମୁ ଓ କଶ୍ମୀରରେ ଜନଔଷଧି କେନ୍ଦ୍ରର ସଂମ୍ପ୍ରସାରଣ ତଥା ଉତ୍ତମ ମାନର ଜେନେରିକ ଔଷଧ କମ୍ ଦରରେ ଉପଲବ୍ଧ କରାଇବା ପାଇଁ ଶହେଟି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି ଓ ତାହା ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । କେନ୍ଦ୍ରଶାସିତ ଅଞ୍ଚଳର ଦୂରଦୂରାନ୍ତରେ ଏହି କେନ୍ଦ୍ରଗୁଡିକ ରହିଛି । ସେ ମଧ୍ୟ ପାଲୀରେ ୫୦୦ କିଲୋୱାଟ ସୌରଶକ୍ତି ପ୍ଲାଣ୍ଟ  ଉଦଘାଟନ କରିବେ। ଏହା ଅଙ୍ଗାରକାମ୍ଳ ରହିତ ଦେଶର ପ୍ରଥମ ପଞ୍ଚାୟତ ହେବ।
ପ୍ରଧାନମନ୍ତ୍ରୀ ସ୍ୱାମୀତ୍ୱ ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ କାର୍ଡ ବଣ୍ଟନ କରିବେ। ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ବିଭିନ୍ନ ଶ୍ରେଣୀରେ ସଫଳତା ନିମନ୍ତେ ପୁରସ୍କାର ଜିତିଥିବା ପଞ୍ଚାୟତ ଗୁଡିକୁ ସେ ପୁରସ୍କାର ବାବଦ ଅର୍ଥ ମଧ୍ୟ ହସ୍ତାନ୍ତର କରିବେ । ପ୍ରଧାନମନ୍ତ୍ରୀ ସେ ଅଞ୍ଚଳର ଗ୍ରାମ୍ୟ ଐତିହ୍ୟ ପ୍ରଦର୍ଶନ କରୁଥିବା ଇନଟାକ ଫଟୋ ଗ୍ୟାଲେରୀ ମଧ୍ୟ ପରିଦର୍ଶନ କରିବେ। ଭାରତରେ ଆଦର୍ଶ ସ୍ମାର୍ଟ ଗ୍ରାମ ସୃଷ୍ଟି ପାଇଁ ସେ ଗ୍ରାମୀଣ ଉଦ୍ୟୋଗ ଭିତ୍ତିକ ନୋକିଆ ସ୍ମାର୍ଟପୁର ମଧ୍ୟ ଶ୍ରୀ ମୋଦୀ ପରିଦର୍ଶନ କରିବେ।
ଜଳାଶୟ ଖନନ ଓ ପୁରାତନ ଜଳାଶୟ ଗୁଡିକର ପୁନରୁଦ୍ଧାର ଲକ୍ଷ୍ୟରେ ଜମ୍ମୁ ଓ କଶ୍ମୀର ପରିଦର୍ଶନ କାଳରେ ଶ୍ରୀ ମୋଦୀ ‘ଅମୃତ ସରୋବର’ ନାମରେ ନୂତନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଦେଶର ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଜଳାଶୟ ପୁନରୁଦ୍ଧାର କିମ୍ବା ଖୋଳିବା ‘ଅମୃତ ସରୋବର’ କାର୍ଯ୍ୟକ୍ରମର ଲକ୍ଷ୍ୟ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories