www.samajalive.in
Monday, December 8, 2025
13.1 C
Bhubaneswar

ଦୋକାନୀଙ୍କ ଭୁଲ୍‌ ଯୋଗୁ ବଦଳିଗଲା ଗ୍ରାହକଙ୍କ ଭାଗ୍ୟ; ମିଳିଲା ୬ କୋଟି

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ଲଟେରୀରେ ୬ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜିତିଛନ୍ତି। ଏଥିପାଇଁ ସେ ଲଟେରୀ ଟର୍ମିନାଲର କିରାଣୀଙ୍କୁ ଧନ୍ୟବାଦ ଦେଇଛନ୍ତି। ତାଙ୍କ କହିବାକଥା, କିରାଣୀଙ୍କ ଗୋଟିଏ ଭୁଲ୍‌ ପାଇଁ ତାଙ୍କର ଏତେ ବଡ଼ ଲଟେରୀ ଲାଗିଛି। ଏହି ବ୍ୟକ୍ତି ଜଣକ ହେଉଛନ୍ତି ଆମେରିକାର ଲୋୱାରେ ବାସ କରୁଥିବା ଜୋଶ୍‌ ବଷ୍ଟର। ଶୁକ୍ରବାର ରାତିରେ ହେବାକୁ ଥିବା ମେଗା ମିଲିୟନ୍ ଡ୍ର ପାଇଁ ଟିକେଟ୍ ସଂଗ୍ରହ କରିବାକୁ ଜୋଶ୍‌ ଏକ ଲଟେରୀ ଟର୍ମିନାଲରେ ପହଞ୍ଚିଥିଲେ। ସେ ସେଠାରେ ୫ ନମ୍ବରର ଟିକେଟ୍‌ ମାଗିଥିଲେ। କିନ୍ତୁ ଦୋକାନୀ ଭୁଲ୍‌ରେ ଗୋଟିଏ ଟିକେଟରେ କେବଳ ଗୋଟିଏ ନମ୍ବର ଛାପିଥିଲେ। ପରେ ​‌ସେ ଆଉ ଗୋଟିଏ ଟିକେଟରେ ବାକି ଚାରି ନମ୍ବର ଛାପି ଦେଇଥିଲେ। ଦୋକାନୀଙ୍କ ଏହି ଭୁଲ୍‌ ଯୋଗୁଁ ତାଙ୍କ ଲଟେରୀ ଲାଗିଛି ବୋଲି ଜୋଶ୍‌ କହିଛନ୍ତିି।

ଜୋଶ୍‌ କହିଛନ୍ତି, କିରାଣୀ ଜଣକ ଯଦି ଭୁଲ୍‌ କରି ନଥାନ୍ତେ ଓ ସବୁ ନମ୍ବର ଗୋଟିଏ ଟିକେଟରେ ଛାପି ଦେଇଥାନ୍ତେ, ତାହେଲେ ସେହି ନମ୍ବରଗୁଡ଼ିକ ମଧ୍ୟରେ ଗ୍ୟାପ୍‌ ନଥାନ୍ତା। ସେ ପୁଣି କହିଛନ୍ତି, ମୁଁ କାମକୁ ଯିବା ପାଇଁ ସକାଳୁ ଶୀଘ୍ର ଉଠିଥିଲି। ଏହାପରେ ମୁଁ ଲଟେରୀ ଆପ୍‌ ଖୋଲିଲି ଏବଂ ବିଜେତା ନମ୍ବର ଖୋଜିଲି। ମୁଁ ସବୁବେଳେ ଟିକେଟକୁ କାର୍‌ରେ ରଖିଥାଏ ଓ କାର୍‌ରେ ହିଁ ମୁଁ ଲଟେରୀ ବିଜେତାଙ୍କ ନାଁ ଯାଞ୍ଚ କଲି। ଏହାପରେ ମୁଁ ଦୌଡ଼ି ଦୌଡ଼ି ଘର ଭିତରକୁ ଗଲି। ପ୍ରଥମେ ତ ମୋତେ ବିଶ୍ବାସ ହେଲାନାହିଁ। କାରଣ ସାଧାରଣତଃ ମୋ ଭାଗ୍ୟ ଭଲ ନୁହେଁ।

- Advertisement -

କ୍ଲାଇଭର ଲୋୱା ଲଟେରୀ ମୁଖ୍ୟାଳୟରୁ ଜୋଶ୍‌ ନିଜ ପୁରସ୍କାର ରାଶି ଗ୍ରହଣ କରିଛନ୍ତି। ଲୋୱା ଲଟେରୀ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଜୋଶ୍ ପଶ୍ଚିମ ବର୍ଲିଂଟନର ଏମକେ ମିନି ମାର୍ଟରୁ ତାଙ୍କ ଟିକେଟ କିଣିଥିଲେ। ଏହି ଅର୍ଥରେ ମୋ ଜୀବନର ବହୁତ ସମସ୍ୟା ଦୂର ହୋଇଯିବ ଏବଂ ଏବେ ସମସ୍ତ ଆର୍ଥିକ ଚିନ୍ତା ଦୂର ହୋଇଯାଇଛି ବୋଲି ଜୋଶ୍‌ କହିଛନ୍ତି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories