www.samajalive.in
Saturday, December 13, 2025
21.1 C
Bhubaneswar

ବୁଦ୍ଧ ଜୟନ୍ତୀ କମିଟିର ପ୍ରସ୍ତୁତି ବୈଠକ

ବୌଦ୍ଧ :  ଆସନ୍ତା ବୈଶାଖ ପୁର୍ଣ୍ଣିମା ମେ’ମାସ ୧୬ ତାରିଖ ଦିନ ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧ ଜିଲ୍ଲାରେ ବୁଦ୍ଧ ଜୟନ୍ତୀ ପାଳନ ନିମନ୍ତେ ଆବାହକ ଦେବାଶିଷ ପୁରୋହିତଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ଭଳି ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଜୟନ୍ତୀ ଆୟୋଜନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।ପ୍ରତିବର୍ଷ ଭଳି ପ୍ରତିମୂର୍ତ୍ତିରେ ନୀତିକାନ୍ତି ପାଳନ ହେବ। ବୁଦ୍ଧ ଜୟନ୍ତୀ ପୁର୍ବରୁ ଏକ କର୍ମଶାଳା ଆୟୋଜନ କରିବା ପାଇଁ ଆଲୋଚନା ହୋଇଥିଲା। ବୌଦ୍ଧଜିଲ୍ଲାର ପର୍ଯ୍ୟଟନ ମାନଚିତ୍ର ପ୍ରକାଶ କରାଗଲେ ରାଜ୍ୟ ଓ ଜାତୀୟ ସ୍ତରରେ ବୌଦ୍ଧର ପର୍ଯ୍ୟଟନ ମାନ ବୁଦ୍ଧି ପାଇପାରିବ। ଗତବର୍ଷ ଭଳି ବୁଦ୍ଧ ଜୟନ୍ତୀ ଦିନ ଜିଲ୍ଲା ପ୍ରଶାସନ ତରଫରୁ ଛୁଟି ଘୋଷଣା କରିବା ପାଇଁ ଜିଲ୍ଲାପାଳଙ୍କୁ କମିଟି ତରଫରୁ ଅନୁରୋଧ କରାଯାଇଛି। ଏହି ବୈଠକରେ ସତ୍ୟନାରାୟଣ ହୋତା, ସୂର୍ଯ୍ୟେନ୍ଦ୍ର କୁମାର ଶତପଥି, କୃତ୍ତିବାସ ପଲିଆ, ପ୍ରତାପ କୁମାର ସାହୁ, ସତ୍ୟନାରାୟଣ ପାଣି, ବିଜୟ କୁମାର ସାହୁ, ସୁଶାନ୍ତ କୁମାର ମହାପାତ୍ର ଯୋଗ ଦେଇ ମତାମତ ପ୍ରକାଶ କରିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories