www.samajalive.in
Thursday, December 11, 2025
16.1 C
Bhubaneswar

ରାସାୟନିକ ବିସ୍ଫୋରଣରେ ୨ ଆହତ

ଧାମରା: ଧାମରା ବଜାରରେ ଏକ ରାସାୟନିକ ବିସ୍ଫୋରଣରେ ୨ଜଣ ଆହତ ହୋଇଥିବା ବେଳେ ଆହତଙ୍କ ମଧ୍ୟରୁ ଜଣକ ଅବସ୍ଥା ସଂକଟାପର୍ଣ୍ଣ ଥିବା ଜଣାପଡିଛି। ଖବରରୁ ପ୍ରକାଶ, ଧାମରା ବଜାରଠାରେ ସତ୍ୟେନ କାମିଳିଆଙ୍କ ଏକ  ଦୋକାନ ଥିବା ବେଳେ ସେହି ଦୋକାନ ମଧ୍ୟରେ ସେ ବିଭିନ୍ନ ପ୍ରକାର ଭଙ୍ଗା ବ୍ୟାଟେରୀ, ଭଗ୍ନ କ୍ଷେପଣାସ୍ତ୍ର, କେମିକାଲ୍‌ ତଥା ଭଙ୍ଗା ଲୁହା ଲକଡ ଆଣି ବେପାର କରିଥାନ୍ତି। ଆଜି ଅପରାହ୍ନ ୫.୩୦ ମିନଟ ସମୟରେ ଉକ୍ତ ଦୋକାନ ମଧ୍ୟରେ କଇଥଖୋଲା ବାସିନ୍ଦା ସେକ କଇମତ(୭୨) ଏବଂ କେନ୍ଦ୍ରାପଡା ଜିଲ୍ଲା ତାଳଚୁଆ ଗ୍ରାମର ହରିହର ରଣା(୩୫) ସତ୍ୟେନ କାମିଳିଆଙ୍କ ଗୋଦାମ ଘରେ ବିଭିନ୍ନ କେମିକାଲରେ କାର୍ଯ୍ୟ କରୁଥିଲେ। ଏହି ସମୟରେ ସେଥି ମଧ୍ୟରେ ଥିବା ଏକ ଅଫୁଟା କ୍ଷେପଣାସ୍ତ୍ରର କିଛି ଅଂଶକୁ ଗରମ କରୁଥିବା ବେଳେ ସେଥି ମଧ୍ୟରୁ କେମିକାଲ ବିସ୍ଫୋରଣ ହୋଇଥିଲା। ଫଳରେ କାର୍ଯ୍ୟ କରୁଥିବା ହରିହର ରଣାଙ୍କ ଡାହାଣ ଗୋଡ ସଂପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଥିବା ବେଳେ ସେକ କଇମତଙ୍କ ଶରୀର ସଂପୂର୍ଣ୍ଣ ପୋଡ଼ି ଯାଇଥିଲା। ଏହି ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ, କିଛି ନିଆଁ ବାହାରି ଯାଇ ନିକଟସ୍ଥ ଦୋକାନ ମଧ୍ୟରେ ପଡିଥିଲା। ଫଳରେ ଅନ୍ୟ ଦୋକାନୀ ମଧ୍ୟ ଏହି ବିସ୍ଫୋରଣରେ ଆହାତ ହୋଇଥିଲେ। ଘଟଣା ଘଟିବା ପରେ ସ୍ଥାନୀୟ ଦୋକନୀ ଯାଇ ସେକ କଇମତ ଏବଂ ହରିହର ରଣାକୁ ଉଦ୍ଧାର କରି ପ୍ରଥମେ ଧାମରା ମେଡିକାଲକୁ ସ୍ଥାନାନ୍ତରିତ କରିଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ପରେ ଧାମରା ଥାନାଧିକାରୀ ଆସି ସତ୍ୟେନ କାମିଳିଆଙ୍କ ଘର, ଗୋଦାମ ଘର ଏବଂ ବିସ୍ଫୋରଣ ସ୍ଥାନ ବୁଲି ଦେଖିଥିଲେ। ଧାମରା ବଜାର ମଧ୍ୟରେ ବିଭିନ୍ନ କେମିକାଲ୍‌ ରଖିବା ସହ ବିଭିନ୍ନ ପ୍ରକାର ଚୋରି କାର୍ଯ୍ୟରେ ଲିପ୍ତ ଥିବା ସତ୍ୟେନ କାମିଳିଆଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଧାମରା ବଜାରବାସୀ ଦାବୀ ଜଣାଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories