www.samajalive.in
Saturday, December 13, 2025
21.1 C
Bhubaneswar

କଣ୍ଟାବାଞ୍ଜି ବ୍ଲକରେ ଦିଶା ନିର୍ଦ୍ଦେଶ କର୍ମଶାଳା ଅନୁଷ୍ଠିତ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଏନ.ଏ.ସି ସାଧନ କେନ୍ଦ୍ରସ୍ତରୀୟ ମୌଳିକ ସାକ୍ଷରତା ଏବଂ ଗଣଣାତ୍ମକ ତା ସମ୍ୱନ୍ଧୀୟ ଏକ ପ୍ରଦର୍ଶନୀ ସହ ଦିଶା ନିର୍ଦ୍ଦେଶ କର୍ମଶାଳା ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ୧୧ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାୟ ୨୨ଜଣ ଶିକ୍ଷା ପ୍ରତି ସମର୍ପିତ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦାନ କରିଥିବା ସଂଗେ ସଂଗେ ସମସ୍ତ ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବେ ଏନ.ଏ.ସି ନଗରପାଳ ବରିୟାମ ସିଂ ସାଲୁଜା ଯୋଗ ଦେଇ ଉଦଘାଟନ କରିଥିଲେ । ବକ୍ତା ଭାବେ ତହସିଲ ଦାର ସମୀର ବେହେରା ଯୋଗ ଦେଇଥିଲେ  ।

ସମ୍ମାନୀୟ ଅତିଥିଭାବେ ପାର୍ସଦ ଗୁପ୍ତେଶ୍ୱର ତରିଆ, ଅଶୋକ ଅଗ୍ରୱାଲ, ଲଳିତ ଅଗ୍ରୱାଲ, ଗୌତମ ବେହେରା ଯୋଗଦେଇ ଥିଲେ, ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ନଗରପାଳ ସାଲୁଜା ତାଙ୍କ ବକ୍ତବ୍ୟରେ ଏଭଳି ଆକାଂକ୍ଷା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶିକ୍ଷକ ମାନଙ୍କ ସହିତ ସମସ୍ତଙ୍କ ସହଯୋଗ ଲୋଡ଼ା ବୋଲି ମତ ପୋଷଣ କରିଥିଲେ । ତହସିଲଦାର ବେହେରା, ଏଭଳି ଗୁଣାତ୍ମକ ଶିକ୍ଷା ଓ କୁନିକୁନି ଛୁଆଙ୍କୁ ସୁନ୍ଦର ମଣିଷ ଭାବେ ଗଢି ତୋଳିବା ପାଇଁ ଶିକ୍ଷକ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ନିଜସ୍ୱ ମତ ପୋଷଣ କରିଥିଲେ ।

- Advertisement -

ପ୍ରଦର୍ଶିତ ପ୍ରକଳ୍ପ ମଧ୍ୟ୍ୟରୁ ଭାଷା ଚୟନ ପାଇଁ କଳିଙ୍ଗ ନଗର ସ୍କୁଲ, ଗଣିତ ପାଇଁ ଝା ଅଙ୍କର ପଡ଼ା ସ୍କୁଲକୁ ଚୟନ କରାଯାଇ ବ୍ଲକ ସ୍ତରୀୟ ପ୍ରଦର୍ଶନୀ ଉର୍ଣିତ କରାଗଲା । ଆଜିର କର୍ମଶାଳା ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଗୋଷ୍ଠୀ ସାଧନ କର୍ମୀ ଦୀନେଶ ମହାନନ୍ଦ, ସହଯୋଗ କରିଥିଲେ ବରିଷ୍ଠ ଶିକ୍ଷକ ଶେଖ କୋବାତ ଅଲ୍ଲୀ, ଆର ପି ଅଞ୍ଜଳି ମାଝି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories